Posted inଜାତୀୟ

କାର ବୋମା ସନ୍ଦେହରେ ମେହବୁବାଙ୍କ ସମ୍ମିଳନୀକୁ ମିଳିଲାନି ଅନୁମତି

ଶ୍ରୀନଗର,୧୨।୧୨: କାର ବୋମା ସନ୍ଦେହ ଏବଂ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପ୍ରଶାସନ ରବିବାର ହେବାକୁ ଥିବା ପିଡିପିର ଯୁବ ସମ୍ମିଳନୀକୁ ଅନୁମତି ଦେଇନାହିଁ। ଏଥିସହିତ ଦଳ ଅଧ୍ୟକ୍ଷା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଗୃହବନ୍ଦୀ କରାଯାଇଛି।

ପିଡିପିର ବୈଠକ ବେଳେ ଜନସାଧାରଣଙ୍କୁ ଟାର୍ଗେଟ କରି ବୋମ ଆକ୍ରମଣ ହୋଇପାରେ ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଏନେଇ ସମ୍ମିଳନୀ କରିବାକୁ ଅନୁମତି ଦିଆଯାଇ ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ରବିବାର ମେହବୁବାଙ୍କ ଗୁପ୍‌କାର ବାସଭବନରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହେବାର ଥିଲା। ମେହବୁବା ଏଥିରେ ଯୁବନେତାମାନଙ୍କ ସହ ଆଲୋଚନା କରିଥାନ୍ତେ। ଏଥିପାଇଁ ପ୍ରଶାସନ ଅନୁମତି ଦେଲେ ନାହିଁ ବୋଲି ଜଣେ ପିଡିପି ନେତା କହିଛନ୍ତି। ଯୁବକମାନଙ୍କୁ ଶକ୍ତିହୀନ କରିବା ଲାଗି ସରକାର ନୂଆ ବାଟ ବାଛିଛନ୍ତି। ସରକାର ଯୁବକମାନଙ୍କୁ ଗଣତନ୍ତ୍ରଠାରୁ ଦୂରେଇ ରଖିବାକୁ ଚାହାନ୍ତି, ଯାହା ଫଳରେ ସେମାନେ ହିଂସା ମାର୍ଗରେ ଯିବେ ଏବଂ ସହଜରେ ମୃତ୍ୟୁର ଶିକାର ହେବେ କିମ୍ବା ଜେଲ୍‌ ଯିବେ। ୩ ବର୍ଷ ହେଲା ଯୁବକମାନଙ୍କୁ ଘରୁ ବାହାରିବାକୁ ଦିଆଯାଉ ନ ଥିବା ମେହବୁବା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଫେରନ୍ତା ମେଡ଼ିକାଲ ଛାତ୍ରୀଛାତ୍ରଙ୍କ ପାଇଁ ଏଫ୍‌ଏମ୍‌ଜିଇରେ ପରିବର୍ତ୍ତନ ଆଣିବେ କେନ୍ଦ୍ର ସରକାର, ଆଲୋଚନା ଜାରି…

ନୂଆଦିଲ୍ଲୀ,୫।୩ : ୟୁକ୍ରେନରୁ ସ୍ବଦେଶ ଫେରିଥିବା ଭାରତୀୟ ଡାକ୍ତରୀ ଛାତ୍ରୀଛାତ୍ରମାନଙ୍କୁ ଭାରତର କଲେଜଗୁଡ଼ିକରେ ଅଧ୍ୟୟନ କରିବା ପାଇଁ କେନ୍ଦ୍ର ଜାତୀୟ ମେଡିକାଲ କମିଶନଙ୍କ ସହ ପ୍ରଧାନମନ୍ତ୍ରୀ...

ଓମିକ୍ରନକୁ ନେଇ କଡା ହେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୪ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଥିବା ବେଳେ ଏହା ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଦେଶରେ ପହଞ୍ଚି...

ଅକ୍ସିଜେନ ଅଭାବରୁ ଚାଲିଗଲା ୧୩ କୋଭିଡ୍‌ ଆକ୍ରାନ୍ତଙ୍କ ଜୀବନ : ଜିଲା ଅଧିକାରୀ ମାନିବାକୁ ନାରାଜ

ଚେନ୍ନାଇ,୫।୫ : ଅକ୍ସିଜେନ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବାରୁ ଚେନଗାଲପାଟୁ ସରକାରୀ ହସ୍ପିଟାଲରେ ଚାଲିଯାଇଛି ୧୩ ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କ ଜୀବନ। କିନ୍ତୁ ଜିଲା...

ମରଣ ମୁହଁରୁ ବର୍ତ୍ତିଲେ ବାଳକ

ସୁରଟ,୨୩।୮: ରଖିଲେ ହରି ମାରିବ କିଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ସୁରଟରେ। ଜଣେ ୭ବର୍ଷର ବାଳକ ଉପରେ କାର୍‌ ମାଡିଯାଇଥିଲା।...

ମହାରାଷ୍ଟ୍ରରେ ଗଡ଼ିବ ବୁଲେଟ୍‌ ଟ୍ରେନ୍‌

ମୁମ୍ବାଇ,୧୪ା୭: ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ମହାରାଷ୍ଟ୍ର ସରକାର ସମସ୍ତ ଅନୁମୋଦନ ଦେଇଛନ୍ତି। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର ଏହି ସୂଚନା...

ଶିକ୍ଷୟିତ୍ରୀଙ୍କ ପାଠପଢା ଶୈଳୀକୁ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା, ଶାହାରୁଖ

ପାଟନା,୨୬।୧: ବିହାର ଶିକ୍ଷା ବ୍ୟବସ୍ଥା ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ସେଠାକାର ଜଣେ ଶିକ୍ଷୟିତ୍ରୀଙ୍କ ପାଠପଢା ଶୈଳୀ ଭାଇରାଲ ହେବାରେ ଲାଗିଛି। ସରକାରୀ ସ୍କୁଲର...

କୋକେଇ ବାବା ଲଢୁଛନ୍ତି ଉପନିର୍ବାଚନ: ୧୧ ଥର ପରାଜିତ, ମୋଦି-ରାଜନାଥଙ୍କ ସହିତ ବି ଲଢ଼ିଛନ୍ତି

ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶରେ ନଭେମ୍ବର ୩ରେ ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ସ୍ଥାନୀୟ ଦେଓରିଆ ସଦର ଆସନରୁ ରାଜନ ଯାଦବ ଓରଫ କୋକେଇ ବାବା...

ନୀତୀଶଙ୍କ ହେଲିକପ୍ଟର ପଙ୍ଖା ପବନରେ ଉଡ଼ିଗଲା ସଭାମଞ୍ଚ, ଅଳ୍ପକେ ବର୍ତ୍ତିଲେ ଲୋକେ

ପାଟନା,୧୫ା୧୦: ମୁଙ୍ଗର ଜିଲାରେ ଜେଡିୟୁ ପ୍ରାର୍ଥୀଙ୍କ ସମର୍ଥନରେ ସାଧାରଣ ସଭାକୁ ଆସିଥିବା ସିଏମ୍‌ ନୀତୀଶ କୁମାରଙ୍କ ହେଲିକପ୍ଟର ଅବତରଣ ସମୟରେ ହଠାତ୍‌ ଏକ ଅଘଟଣ ଘଟିଛି।...

Advertisement
Archives

Model This Week