Posted inଖେଳ

କ୍ୟାପ୍ଟେନ୍ସ ମିଟ୍‌ରେ ହେଲା ବଡ଼ ନିଷ୍ପତ୍ତି: ଓଭର ହାର ଲାଗି ଅଧିନାୟକଙ୍କୁ…

ନୂଆଦିଲ୍ଲୀ,୨୦ା୩: ଆଇପିଏଲ୍‌ରେ ଓଭର ହାର ଅପରାଧ ଲାଗି ଅଧିନାୟକଙ୍କୁ ବ୍ୟନ୍‌ କରାଯିବ ନାହିଁ। ଏହା ବଦଳରେ ଡିମେରିଟ ପଏଣ୍ଟ ଦିଆଯିବ। ଗୁରୁବାର ଅନୁଷ୍ଠିତ କ୍ୟାପ୍ଟେନ୍ସ ମିଟ୍‌ରେ ଏହି ନିଷ୍ପତ୍ତି ନିଆଯାଇଛି।

୨୦୨୪ ସଂସ୍କରଣରେ ତୃତୀୟ ଓଭର ହାର ଅପରାଧ ଲାଗି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଯଥାକ୍ରମେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍‌ରୁ ବ୍ୟାନ୍‌ କରାଯାଇଥିଲା।
ଓଭର ହାର ଅପରାଧ ଲାଗି ୨୫ରୁ ୭୫ ପ୍ରତିଶତ ମ୍ୟାଚ ଫି’ କାଟ କରାଯିବା ସହ ଆଗାମୀ ୩ ବର୍ଷ ଲାଗି ଡିମେରିଟ ପଏଣ୍ଟକୁ ହିସାବକୁ ନିଆଯିବ। ଦ୍ୱିତୀୟ ଅପରାଧ ଯଦି ଗୁରୁତର ହୋଇଥାଏ, ତେବେ ଅଧିନାୟକଙ୍କୁ ୪ ଡିମେରିଟ ପଏଣ୍ଟ ଦିଆଯିବ। ଡିମେରିଟ ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚିଲେ ମ୍ୟାଚ୍‌ ରେଫରୀ ଶତ ପ୍ରତିଶତ ମ୍ୟାଚ୍‌ ଫି’ କାଟ କରିପାରନ୍ତି କିମ୍ବା ଅତିରିକ୍ତ ଡିମେରିଟ ପଏଣ୍ଟ ଦେଇପାରନ୍ତି। ଏହି ଡିମେରିଟ ପଏଣ୍ଟ ଭବିଷ୍ୟତରେ ମ୍ୟାଚ୍‌ ବ୍ୟାନ୍‌ରେ ପରିଣତ ହୋଇପାରେ। କିନ୍ତୁ ଧିମା ଓଭର ହାର କ୍ଷେତ୍ରରେ ମ୍ୟାଚ୍‌ ବ୍ୟାନ୍‌ କରାଯିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନରେ ୫.୮ ତୀବ୍ରତାର ଭୂକମ୍ପର ପ୍ରଭାବ, ଥରିଲା ଦିଲ୍ଲୀ, ଜମ୍ମୁ-କଶ୍ମୀର; ଭୟରେ…

ନୂଆଦିଲ୍ଲୀ,୧୯।୪: ଆଫଗାନିସ୍ତାନରେ ଶନିବାର ଅପରାହ୍ନ ୧୨ଟା ୧୭ ମିନିଟ୍‌ ସମୟରେ ୫.୮ ତୀବ୍ରତାର ଭୂକମ୍ପ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ, ଜମ୍ମୁ-କଶ୍ମୀର ସମେତ...

ଯୁଦ୍ଧବିରତି ଘୋଷଣା କଲେ ପୁଟିନ୍‌, ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌କୁ…

ମସ୍କୋ,୧୯।୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୧,୧୫୦ ଦିନ ବିତିଥିବାବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶନିବାର ଇଷ୍ଟର ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଅସ୍ତ୍ରବିରତି ଶନିବାର ସନ୍ଧ୍ୟାରୁ ଆରମ୍ଭ...

ଅନଲାଇନ୍‌ ଗେମରେ ହାରିଗଲେ ୭ ଲକ୍ଷ ଟଙ୍କା, ଫ୍ୟାନରେ ଝୁଲିପଡ଼ିଲେ ଯୁବକ

ଭୁବନେଶ୍ୱର,୧୯ା୪(ସତ୍ୟଜିତ୍‌ ରାଉତ): ରାଜଧାନୀ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଅନଲାଇନ୍‌ ଗେମରେ ଲକ୍ଷାଧିକ ଟଙ୍କା ହାରି ଜଣେ...

ଟିମ୍‌ ଇଣ୍ଡିଆରୁ ବହିଷ୍କୃତ କରିଥିଲା BCCI, ଏବେ IPLରେ ନାୟାରଙ୍କୁ ମିଳିଲା ବଡ଼ ଦାୟିତ୍ୱ

କୋଲ୍‌କାତା,୧୯ା୪: ନିକଟରେ ଭାରତୀୟ ଦଳର ଆସିଷ୍ଟାଣ୍ଟ କୋଚ୍‌ ପଦରୁ ବହିଷ୍କୃତ ହୋଇଥିବା ଅଭିଷେକ ନାୟାରଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ପୁଣି ଥରେ ଆଇପିଏଲ୍‌କୁ ଫେରିଛନ୍ତି।...

ହିରୋ ସାଜିଲେ ବଟଲର୍‌-ପ୍ରସିଦ୍ଧ; ଆଇପିଏଲ୍‌ ଟେବୁଲ ଶୀର୍ଷରେ ପହଞ୍ଚିଲା ଗୁଜରାଟ

ଅହମଦାବାଦ,୧୯ା୪: ଆଇପିଏଲ୍‌ ୨୦୨୫ରେ ଶନିବାର ଖେଳାଯାଇଥିବା ମୁକାବିଲାରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)କୁ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୨୦୪ ରନ୍‌ର...

OISFର ହେବ ଆଉ ଏକ ବାଟାଲିଅନ, ୧୦୪୦ ପଦବୀ ଲାଗି ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର, ୧୯ା୪(ସୁନିତ୍‌ ମିଶ୍ର): ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’(ଓଆଇଏସ୍‌ଏଫ୍‌)ର ଆଉ ଏକ ବାଟାଲିଅନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଚାଲାଣ ପାଇଁ ରଖାଯାଇଥିଲା କୋଟିଏ ଟଙ୍କାର ଗଞ୍ଜେଇ, ଚଢ଼ାଉ କରି ୨ଜଣଙ୍କୁ ବାନ୍ଧିଲା ଅଡବା ପୋଲିସ

ମୋହନା,୧୯ା୪(ମନ୍ମଥ ମିଶ୍ର)- ଗଜପତି ଜିଲା ଅଡବା ଥାନା ପୋଲିସ ଚାଲାଣ ପୂର୍ବରୁ ଚଢାଉ କରି ପ୍ରାୟ କୋଟିଏ ଟଙ୍କା (୧୦ କୁଇଣ୍ଟାଲରୁ ଊଦ୍ଧର୍‌ବ)ର ଗଞ୍ଜେଇ ଜବତ...

Vaibhav Suryavanshi: IPLରେ ମାତ୍ର ୧୪ ବର୍ଷ ବୟସରେ ଡେବ୍ୟୁ କରି ଇତିହାସ ରଚିଲେ ଏହି କ୍ରିକେଟର

ଜୟପୁର,୧୯।୪: ୧୯ ଏପ୍ରିଲ ୨୦୨୫ ଅର୍ଥାତ ଆଜିର ଦିନରେ IPL ଇତିହାସରେ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି ଜଣେ ଯୁବ ଖେଳାଳି। ୩୬ତମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri