Posted inଜାତୀୟ

ରାଜନୀତି ଛାଡିବେ ଅମରିନ୍ଦର ସିଂ!

ନୂଆଦିଲ୍ଲୀ,୨୭ ।୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପାର୍ଟିର ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । କ୍ୟାପଟେନ ଅମରିନ୍ଦର ସିଂ ଖୁବଶୀଘ୍ର ଏକ ବଡ ଭୂମିକାରେ ନଜର ଆସିପାରନ୍ତି । କେବଳ ସେତିକି ନୁହେଁ ସେ ସକ୍ରିୟ ରାଜନୀତିରୁ ବି ସନ୍ୟାସ ନେଇ ପାରନ୍ତି । ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ଏବେ କ୍ୟାପଟେନଙ୍କ ଯାତ୍ରାରେ କିଛି ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି । ତେବେ ଭାରତୀୟ ଜନତା ପାର୍ଟି ସହ ହାତ ମିଳାଇବା ପରେ ତାଙ୍କୁ ନେଇ ଏମିତି କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା କି ଭାଜପା ଆଗାମୀ ଦିନରେ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରେ । ତେବେ ମହାରାଷ୍ଟ୍ରରେ ରାଜ୍ୟପାଳଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ କ୍ୟାପଟେନଙ୍କୁ ଏହି ବଡ ଭୂମିକା ଦିଆଯାଇପାରେ ବୋଲି କୁହାଯାଉଛି ।

କେନ୍ଦ୍ର ସରକାର କ୍ୟାପଟେନଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ସ୍ଥାନରେ ରାଜ୍ୟର ରାଜ୍ୟପାଳ କରିପାରନ୍ତି । ସୂଚନାଯୋଗ୍ୟ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ୨ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୨୧ରେ ନିର୍ବାଚନ ଠିକ୍ ପୂର୍ବରୁ କଂଗ୍ରେସ ଛାଡି ଦେଇଥିଲେ । ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ଲାଗି ରହିଥିବା ବିବାଦ ଓ ହାଇ କମାଣ୍ଡଙ୍କ ମତିଗତିକୁ ଦେଖି ସେ ତାଙ୍କ ପୁରୁଣା କଂଗ୍ରେସ ଦଳ ଛାଡି ଦେବାକୁ ନିଷ୍ପତ୍ତି ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେବା ପରେ କ୍ୟାପଟେନ୍‌ଙ୍କୁ ମିଳିପାରେ ଏହି ପଦ

ନୂଆଦିଲ୍ଲୀ,୧୯।୯: ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସୋମବାର ଭାଜପାରେ ସାମିଲ ହୋଇଛନ୍ତି। ଏଥିସହ ତାଙ୍କ ଦଳ ପଞ୍ଜାବ...

ଉଦ୍ଧବଙ୍କ ଭୁଲ ପାଇଁ ବଞ୍ଚିଗଲେ ଶିନ୍ଦେ ସରକାର: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୧।୫ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବନାମ ଉଦ୍ଧବ ଠାକରେଙ୍କ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ୧୬ ମହାରାଷ୍ଟ୍ର ବିଧାୟକଙ୍କ...

‘ସିଦ୍ଧୁଙ୍କ ନାଁରେ ଆସିଥିବା ଅଭିଯୋଗ ଉପରେ ଗାନ୍ଧୀ ପରିବାର ଚୁପ୍‌ କାହିଁକି’

ନୂଆଦିଲ୍ଲୀ,୧୯।୯: ପଞ୍ଜାବରେ ଚାଲିଥିବା ରାଜନୈତିକ ଲଢେଇ ଶେଷରେ ସମାଧାନ ହୋଇଛି। ସୁଖଜିନ୍ଦର ସିଂ ରାନ୍ଧଓ୍ବାଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପଦବୀକୁ ନେଇ ଚାଲିଥିବା...

ମାସ ଆରମ୍ଭରୁ ମହଙ୍ଗା ମାଡ଼, ୧୦୦ ଟଙ୍କା ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୧।୧୨: ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ୨୦୨୧ ଡିସେମ୍ବର ୧ଠାରୁ ସରକାରୀ ତୈଳ କମ୍ପାନୀଗୁଡିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।...

୨୪ ଘଣ୍ଟା ଖୋଲା ରହିବ ରେଷ୍ଟୁରାଣ୍ଟ୍‌-ମଲ୍‌-ପବ୍‌: ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ମୁମ୍ବାଇ,୨୨।୧: ମୁମ୍ବାଇରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାର ପ୍ରୟାସ ଜାରି ରଖିଛନ୍ତି। ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ...

ଗୁଣବତ୍ତା ପରୀକ୍ଷାରେ ୪୮ ଔଷଧ ବିଫଳ…

ନୂଆଦିଲ୍ଲୀ,୨୬।୪ : ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟ ନିୟାମକଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ବଶେଷ ସୁରକ୍ଷା ଆଲର୍ଟରେ ଗୁଣାତ୍ମକ ପରୀକ୍ଷଣରେ ବିଫଳତା ପାଇଁ ସାଧାରଣ ଭାବେ ବ୍ୟବହୃତ...

ବିହାରରେ ମେ’ ୧୫ ଯାଏ ସ୍କୁଲ, ମଲ୍‌, ମନ୍ଦିର ବନ୍ଦ

ପାଟନା, ୧୮।୪: ବିହାରରେ କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କରିବା ସହ କେତେକ କଟକଣା ଘୋଷଣା...

୬ ରାଜ୍ୟର ୭ ବିଧାନସଭା ଆସନ ପାଇଁ ୩ ନଭେମ୍ବରରେ ହେବ ଉପ ନିର୍ବାଚନ, ୬ ନଭେମ୍ବରରେ ଫଳାଫଳ

ନୂଆଦିଲ୍ଲୀ,୩ ।୧୦: ଦେଶର ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନର ତାରିଖ ସ୍ଥିର ହୋଇଛି । ହରିୟାଣା, ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର...

Advertisement
Archives

Model This Week