ଟିକେଟ ମିଳିଲାନି, ହାତ ଧରିପାରନ୍ତି ଅଲେଖ

ପଟ୍ଟାମୁଣ୍ଡାଇ, ୧୭ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ବିଜେଡି ବର୍ତ୍ତମାନ ବିଧାୟକ ଧ୍ରୁବ ସାହୁଙ୍କୁ ପୁଣି ଥରେ ଭରସା କରି ଟିକେଟ ଦେଇଛି। ସେପଟେ ଧ୍ରୁବଙ୍କୁ ଟକ୍କର ଦେବା ପାଇଁ ଭାଜପା ମଙ୍ଗଳବାର ଲଳିତ ବେହେରାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରଛି। ହେଲେ କଂଗ୍ରେସ ଏ ପର୍ଯ୍ୟନ୍ତ ବିଧାୟକ ପ୍ରାର୍ଥୀ ଘୋଷଣା କରିନାହଁି। ତେବେ ପୂର୍ବତନ ବିଧାୟକ ଡ. ଅଲେଖ ଜେନା ଭାଜପା ଟିକଟରୁ ବଞ୍ଚତ୍ତ ହୋଇଥିବାରୁ ସେ ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଅଲେଖ ତାଙ୍କ ସମର୍ଥକଙ୍କ ସହିତ କଂଗ୍ରେସରେ ଯୋଗ ଦିଅନ୍ତି ତେବେ ରାଜନଗରରେ ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୈତିକ ସମୀକ୍ଷକ ମତପ୍ରକାଶ କରିଛନ୍ତି।
ରାଜନଗରରୁ ୨୦୦୯-୨୦୧୪ ପର୍ଯ୍ୟନ୍ତ ବିଧାୟକ ଭାବେ ଅଲେଖ ଜେନା ରହି ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ସେ ୨୦୧୯ ନିର୍ବାଚନରେ ଭାଜପାରୁ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ଥିଲେ। ମାତ୍ର ୨୦୧୯ ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସରୁ ଲଢ଼ି ପରାଜିତ ହୋଇଥିବା ଅଂଶୁମାନ ମହାନ୍ତି ଚଳିତ ନିର୍ବାଚନରେ ଦଳ ଛାଡି ବିଜେଡିରୁ ସାଂସଦ ପ୍ରାର୍ଥୀ ଭାବେ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ଅଲେଖଙ୍କୁ ଭାଜପା ଅଣଦେଖା କରିଥିବାରୁ ସେ ଭାଜପା ଛାଡି କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଚଳିତ ନିର୍ବାଚନରେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ବିଜେଡିରେ ଯୋଗଦେବାରୁ ରାଜନଗର ବିରୋଧୀ ଶୂନ୍ୟ ହୋଇଯାଇଛି ବୋଲି ବିଜେଡି ବିଶ୍ୱାସ କରି ୫୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଜିତିବା ଆଶା ରଖି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛି। ତେବେ କଂଗ୍ରେସ ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରେ ବିଧାନସଭା ହାତେଇଥିବା ବେଳେ ବର୍ତ୍ତମାନ ଦଳର ନେତୃତ୍ୱ ସ୍ଥିତି ଏଠାରେ ସୁଦୃଢ଼ ନାହଁି। ଯଦି ଅଲେଖ ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗଦେବେ ତେବେ ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ଲଢ଼େଇ ହେବ। କଂଗ୍ରେସ ସପକ୍ଷରେ ଭୋଟ ଯିବ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରୁଛନ୍ତି। ଅନ୍ୟପକ୍ଷରେ ଅଂଶୁମାନ କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗଦେବା କଂଗ୍ରେସ ଭୋଟରଙ୍କୁ କୌଣସି ପ୍ରଭାବ ପଡ଼ିବନାହଁି ବୋଲି ସେମାନେ କହିଛନ୍ତି। ତେବେ ଜିଲାର ଉପକୂଳ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ରାଜନଗର। ଏହି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରି ବିଗତ ଦିନରେ ନେତା ଜାତୀୟ ଓ ରାଜ୍ୟସ୍ତରରେ ଚର୍ଚ୍ଚାରେ ରହିଆସିଛନ୍ତି। ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଞ୍ଚାୟତ, ପୌରାଞ୍ଚଳର ୨୦ଟି ୱାର୍ଡ ଏବଂ ରାଜନଗର ବ୍ଲକର ୨୯ଟି ପଞ୍ଚାୟତକୁ ମିଶାଇ ଗଠିତ ହୋଇଛି। ଏହି ନିର୍ବାଚନମଣ୍ଡଳୀରେ ପ୍ରାୟ ୨ଲକ୍ଷ ୬୨ ହଜାର ୫୭୭ ଭୋଟର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri