ଜିଲାରେ ବେଧଡ଼କ ଚାଲିଛି ଗଞ୍ଜେଇ ଚାଲାଣ

ଭବାନୀପାଟଣା,୧୪।୧୦(ସ୍ବ.ପ୍ର.):କଳାହାଣ୍ଡି ଜିଲାରେ ମାତିଛନ୍ତି ଗଞ୍ଜେଇ ମାଫିଆ। କେତେବେଳେ ଜଙ୍ଗଲ ରାସ୍ତା ତ ପୁଣି ଆଉ କେତେବେଳେ ଜାତୀୟ ରାଜପଥ ୨୬ରେ ବିଭିନ୍ନ ଆଳରେ କରୁଛନ୍ତି ଗଞ୍ଜେଇ ଚୋରା ଚାଲାଣ। ଅନେକ ସମୟରେ ଚଢାଉ କରାଯାଇ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ମାଫିଆଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ଗଞ୍ଜେଇ ଚାଲାଣରେ ରୋକ ଲାଗୁନାହିଁ। ନୂଆ ନୂଆ ତରିକା ଓ ପନ୍ଥା ଆପଣାଇ ପୋଲିସ ଆଖିରେ ଧୂଳି ଦେଇ ବେଧଡକ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ। ଗତ କିଛି ବର୍ଷ ମଧ୍ୟରେ କଳାହାଣ୍ଡି ଜିଲାରେ ପୋଲିସ ବ୍ୟାପକ ମାତ୍ରାରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଛି। କେତେବେଳେ ବୋଲେରୋରୁ ତ ଆଉ କେତେବେଳେ ଦାମୀ କାର, କଣ୍ଟେନରରୁ ଜବତ ହୋଇଛି ଗଞ୍ଜେଇ। ଏବେ ଏହି ରାକେଟରେ ସନ୍ଦେହ ଦୂର ପାଇଁ ମହିଳାଙ୍କୁ ମଧ୍ୟ ସାମିଲ କରୁଛନ୍ତି ମାଫିଆ। ବିଶେଷ କରି ଜିଲା ଦେଇଯାଇଥିବା ଏନଏଚ ୨୬ ମାଫିଆଙ୍କ ପାଇଁ ଏକ ସୁରକ୍ଷିତ କରିଡର ପାଲଟିଛି। ଗତ ୩ବର୍ଷ ମଧ୍ୟରେ ଗଞ୍ଜେଇ ଚୋରାଚାଲାଣ ନେଇ ୫୧ଟି ମାମଲା ରୁଜୁ ହୋଇଥିବା ବେଳେ ୫୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ସେଥି ମଧ୍ୟରେ ୨୦୨୦ରେ ୨୧ଟି ମାମଲା ରୁଜୁ ହୋଇଥିବା ବେଳେ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ସେହିପରି ୨୦୨୧ରେ ୨୦ଟି ମାମଲା ରୁଜୁ ହୋଇଥିବା ବେଳେ ୪୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଚଳିତବର୍ଷ ମେ ମାସ ସୁଦ୍ଧା ଗଞ୍ଜେଇ ଚୋରାଚାଲାଣରେ ୧୦ଟି ମାମଲା ରୁଜୁ ହୋଇଥିବା ବେଳେ ୧୫୦୦ କେଜି ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ଗତ ୩ ବର୍ଷରେ ୨୭ଜଣଙ୍କୁ ପୋଲିସ ଗିରଫ କରିବା ସହ ଅନେକ ଗାଡି ମଧ୍ୟ ଜବତ କରିଛି। ଜିଲାର ସୀମାବର୍ତ୍ତୀ ଅଞ୍ଚଳରେ କଳାହାଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ବ୍ଲକିଂ ଓ ଚେକିଂ ପୋଷ୍ଟ ଥିଲେ ହେଁ ଏହି ମାଫିଆମାନେ ଅନେକ ସମୟରେ ଖସି ଯାଉଥିବା ମଧ୍ୟ ନଜିର ରହିଛି। ସେପଟେ ଗଞ୍ଜେଇ ଚାଲାଣକୁ ରୋକିବା ଅବକାରୀ ବିଭାଗର ଦାୟିତ୍ୱ ଥିଲେ ହେଁ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଉଭୟ ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ସମନସ୍ବର ଅଭାବ ଯୋଗୁ ମାଫିଆମାନେ ଅନେକ ସମୟରେ ଖସି ଯାଉଥିବା ବେଳେ ଏ ନେଇ ବିଭାଗୀୟ ଅଧିକାରୀ ପରସ୍ପର ସହ ଆଲୋଚନା ସହ ସମୀକ୍ଷା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri