ଜିଲାରେ ବେଧଡ଼କ ଚାଲିଛି ଗଞ୍ଜେଇ ଚାଲାଣ

ଭବାନୀପାଟଣା,୧୪।୧୦(ସ୍ବ.ପ୍ର.):କଳାହାଣ୍ଡି ଜିଲାରେ ମାତିଛନ୍ତି ଗଞ୍ଜେଇ ମାଫିଆ। କେତେବେଳେ ଜଙ୍ଗଲ ରାସ୍ତା ତ ପୁଣି ଆଉ କେତେବେଳେ ଜାତୀୟ ରାଜପଥ ୨୬ରେ ବିଭିନ୍ନ ଆଳରେ କରୁଛନ୍ତି ଗଞ୍ଜେଇ ଚୋରା ଚାଲାଣ। ଅନେକ ସମୟରେ ଚଢାଉ କରାଯାଇ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ମାଫିଆଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ଗଞ୍ଜେଇ ଚାଲାଣରେ ରୋକ ଲାଗୁନାହିଁ। ନୂଆ ନୂଆ ତରିକା ଓ ପନ୍ଥା ଆପଣାଇ ପୋଲିସ ଆଖିରେ ଧୂଳି ଦେଇ ବେଧଡକ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ। ଗତ କିଛି ବର୍ଷ ମଧ୍ୟରେ କଳାହାଣ୍ଡି ଜିଲାରେ ପୋଲିସ ବ୍ୟାପକ ମାତ୍ରାରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଛି। କେତେବେଳେ ବୋଲେରୋରୁ ତ ଆଉ କେତେବେଳେ ଦାମୀ କାର, କଣ୍ଟେନରରୁ ଜବତ ହୋଇଛି ଗଞ୍ଜେଇ। ଏବେ ଏହି ରାକେଟରେ ସନ୍ଦେହ ଦୂର ପାଇଁ ମହିଳାଙ୍କୁ ମଧ୍ୟ ସାମିଲ କରୁଛନ୍ତି ମାଫିଆ। ବିଶେଷ କରି ଜିଲା ଦେଇଯାଇଥିବା ଏନଏଚ ୨୬ ମାଫିଆଙ୍କ ପାଇଁ ଏକ ସୁରକ୍ଷିତ କରିଡର ପାଲଟିଛି। ଗତ ୩ବର୍ଷ ମଧ୍ୟରେ ଗଞ୍ଜେଇ ଚୋରାଚାଲାଣ ନେଇ ୫୧ଟି ମାମଲା ରୁଜୁ ହୋଇଥିବା ବେଳେ ୫୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ସେଥି ମଧ୍ୟରେ ୨୦୨୦ରେ ୨୧ଟି ମାମଲା ରୁଜୁ ହୋଇଥିବା ବେଳେ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ସେହିପରି ୨୦୨୧ରେ ୨୦ଟି ମାମଲା ରୁଜୁ ହୋଇଥିବା ବେଳେ ୪୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଚଳିତବର୍ଷ ମେ ମାସ ସୁଦ୍ଧା ଗଞ୍ଜେଇ ଚୋରାଚାଲାଣରେ ୧୦ଟି ମାମଲା ରୁଜୁ ହୋଇଥିବା ବେଳେ ୧୫୦୦ କେଜି ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ଗତ ୩ ବର୍ଷରେ ୨୭ଜଣଙ୍କୁ ପୋଲିସ ଗିରଫ କରିବା ସହ ଅନେକ ଗାଡି ମଧ୍ୟ ଜବତ କରିଛି। ଜିଲାର ସୀମାବର୍ତ୍ତୀ ଅଞ୍ଚଳରେ କଳାହାଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ବ୍ଲକିଂ ଓ ଚେକିଂ ପୋଷ୍ଟ ଥିଲେ ହେଁ ଏହି ମାଫିଆମାନେ ଅନେକ ସମୟରେ ଖସି ଯାଉଥିବା ମଧ୍ୟ ନଜିର ରହିଛି। ସେପଟେ ଗଞ୍ଜେଇ ଚାଲାଣକୁ ରୋକିବା ଅବକାରୀ ବିଭାଗର ଦାୟିତ୍ୱ ଥିଲେ ହେଁ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଉଭୟ ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ସମନସ୍ବର ଅଭାବ ଯୋଗୁ ମାଫିଆମାନେ ଅନେକ ସମୟରେ ଖସି ଯାଉଥିବା ବେଳେ ଏ ନେଇ ବିଭାଗୀୟ ଅଧିକାରୀ ପରସ୍ପର ସହ ଆଲୋଚନା ସହ ସମୀକ୍ଷା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri