ନୌସେନା କର୍ମଚାରୀଙ୍କ ଶ୍ରାଦ୍ଧବାର୍ଷିକୀରେ କ୍ୟାଣ୍ଡେଲ ଶୋଭାଯାତ୍ରା, ସ୍ମୃତିଚାରଣ କଲେ ଯୁବଗୋଷ୍ଠୀ

ବେଲଗୁଣ୍ଠା,୧୬।୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ ଗୋବରା ପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ନୌସେନା କର୍ମଚାରୀ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଗୌଡ଼ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ଗ୍ରାମର ଯୁବଗୋଷ୍ଠୀ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହିତ କୃଷ୍ଣ ଚନ୍ଦ୍ରଙ୍କ ସ୍ମୃତି ଚାରଣ କରିଛନ୍ତି I

ପ୍ରକାଶ ଥାଉ କି, ସର୍ଗତ କୃଷ୍ଣ ଚନ୍ଦ୍ର ହେଉଛନ୍ତି ବାସୁଦେବପୁର ଗ୍ରାମର ସର୍ଗତ ବିପ୍ର ଗୌଡ଼ଙ୍କ ପୁଅ I ସେ ଜଣେ ମେଧାବୀ ଛାତ୍ର ଥିବା ବେଳେ ୨୦୧୫ ମସିହାରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ I ୨୦୨୨ ମସିହାରେ କୃଷ୍ଣ ଚନ୍ଦ୍ର ଛୁଟିରେ ଗାଁକୁ ଆସିଥିବା ବେଳେ ଏକ ଦୁର୍ଘଟଣାରେ ତାଙ୍କର ଅକାଳ ବିୟୋଗ ଘଟିଥିଲା I ଗ୍ରାମରେ କୃଷ୍ଣ ଚନ୍ଦ୍ରଙ୍କ ଶେଷ କୃତ୍ୟ ସମ୍ପନ୍ନ ହେବା ସହ ନୌସେନା ବିଭାଗ ତରଫରୁ ତାଙ୍କୁ ତୋପ ସଲାମୀ ଦିଆଯାଇଥିଲା। କୃଷ୍ଣ ଚନ୍ଦ୍ର ଜଣେ କ୍ରୀଡ଼ା ପ୍ରେମୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ପରେ ଗ୍ରାମର ଯୁବ ଗୋଷ୍ଠୀଙ୍କ ତରଫରୁ ପ୍ରତିବର୍ଷ କୃଷ୍ଣ ଚନ୍ଦ୍ର ମେମୋରିଆଲ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଆସୁଛି I ଆଜିର କ୍ୟାଣ୍ଡେଲ ଶୋଭାଯାତ୍ରାରେ ଶହେରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଂଶ୍ରଗହଣ କରିଥିଲେ I


Enter your email to get our daily news in your inbox.

All Right Reserved By Dharitri.Com

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଗାଁରେ ବ୍ୟାପୁଛି ଜ୍ୱର, ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପାତ୍ରପୁର,୨୧।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତ ଧୋବାଲିଙ୍ଗି ଗ୍ରାମରେ କିଛି ଦିନ ହେଲା ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

ନୂଆପଡ଼ାରେ ସକାଳୁ ସ୍କୁଲ ଆସିବେ ପିଲା

ନୂଆପଡ଼ା,୨୧ା୬(ମକାରୁ ବେମାଲ): ନୂଆପଡ଼ା ଜିଲାରେ ସକାଳୁଆ ସ୍କୁଲ ଅବଧି ବଢ଼ିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ହିଟ ଓ୍ବେଭ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri