Posted inଜାତୀୟ

ହାରିଗଲେ ଦଳବଦଳ ନେତା

ଲକ୍ଷ୍ନୌ,୧୧ା୩: ୟୁପିର ଫାଜିଲନଗର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ହାରିଯାଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ କ୍ୟାବିନେଟରେ ଶ୍ରମମନ୍ତ୍ରୀ ଥିବା ପ୍ରମୁଖ ଓବିସି ଚେହେରା ସ୍ବାମୀ ମୌର୍ଯ୍ୟ ଭାଜପା ଛାଡ଼ି ଅଖିଳେଶ ଯାଦବଙ୍କ ପାର୍ଟିରେ ସାମିଲ ହୋଇଥିଲେ। ମୌର୍ଯ୍ୟଙ୍କ ପରେ ପରେ ଧର୍ମ ସିଂ ସଇନି ଏବଂ ଅନ୍ୟକେତେଜଣ ଓବିସି ନେତା ମଧ୍ୟ ଏସ୍‌ପିରେ ଯୋଗ ଦେଇଥିଲେ। ସେତେବେଳେ ଏହାକୁ ଦେଖି କେହି କେହି ଭାଜପାର ପତନ ଆରମ୍ଭ ବୋଲି ଧରି ନେଇଥିଲେ। ହେଲେ ଦଳ ଡିଆଁଙ୍କୁ ୟୁପି ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ଫାଜିଲନଗରରେ ଭାଜପାର ସୁରେନ୍ଦ୍ର ସିଂ ପୁଷ୍ପା ସ୍ବାମୀ ମୌର୍ଯ୍ୟଙ୍କୁ ୭୧,୦୧୫ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ନକୁଳ ବିଧାନସଭା ଆସନରେ ଏସ୍‌ପି ପ୍ରାର୍ଥୀ ସଇନିଙ୍କୁ ଭାଜପାର ମୁକେଶ ଚୌଧୁରୀ ୩୧୫ ଭୋଟରେ ହରାଇଛନ୍ତି। ସେହିପରି ଭାଜପା ଛାଡ଼ି ଏସ୍‌ପିରେ ମିଶିଥିବା ବ୍ରୁଜେଶ ପ୍ରଜାପତି ତିନ୍ଦଓ୍ବାରୀ ଆସନରେ ଭାଜପା ପ୍ରାର୍ଥୀ ରମକେଶ ନିଶାଦଙ୍କଠାରୁ ୨୮,୪୨୫ ଭୋଟ ବ୍ୟବଧାନ ପରାଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷକ ଆନ୍ଦୋଳନ: ଦିଲ୍ଲୀକୁ ଲାଗି ରହିଥିବା ଅଧା ଡଜନରୁ ଅଧିକ ସୀମା ସିଲ୍‌

ନୂଆଦିଲ୍ଲୀ,୪ ।୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ୩ କୃଷି ଆଇନକୁ ଫେରାଇ ନେବା ଦାବି କରି ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ସମେତ କିଛି...

ଆଇସୋଲେଶନରେ ଥିବା ଲୋକଙ୍କ ପାଇଁ ଯୋଗ କ୍ଲାସ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୧।୧: ଦିଲ୍ଲୀରେ କୋଭିଡ୍‌ ସଂକ୍ରମଣ ବଢିଚାଲିଛି। ଏ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କଟକଣା ମଧ୍ୟ ଜାରି କରାଯାଇଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ...

ଖାଇବା ତେଲ: କମୁନି ଦର

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯(ବ୍ୟୁରୋ): ମୁଣ୍ଡ ଉପରେ ଭୋଟ ଥିଲେ ଜରୁରୀ ସାମଗ୍ରୀଗୁଡ଼ିକର ଆକାଶଛୁଆଁ ଦରଦାମ୍‌ ଶାସକ ଦଳର ବିଜୟ ଆଶାକୁ ମଳିନ କରିଦିଏ। ଉତ୍ତର ପ୍ରଦେଶ ସମେତ ୫...

ସ୍ତ୍ରୀଙ୍କ ସହ ହେଲା ଝଗଡ଼ା, ରାଗି କି ପ୍ରଧାନଶିକ୍ଷକ ସ୍କୁଲକୁ କଲେ ଏମିତି

ଲକ୍ଷ୍ନୌ,୩ା୧୦: ଉତ୍ତରପ୍ରଦେଶର ହରଦୋଇ ଜିଲାରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ପ୍ରଧାନଶିକ୍ଷକ ଘରେ ସ୍ତ୍ରୀଙ୍କ ସହ ଝଗଡ଼ା କରି ସ୍କୁଲକୁ...

ହସ୍ପିଟାଲରେ ମିଳିଲାନି ଶଯ୍ୟା: ହାତରେ ସାଲାଇନ୍‌ ବୋତଲ ଧରି ଆହତ ପିତାଙ୍କ ସହ ବୁଲିଲେ ନାବାଳକ

ଆରା,୬।୧୧: ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ତାହା କେତେଦୂର ସତ? ଦେଶରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ...

ସାର୍କ ଭିଡିଓ କନ୍‌ଫରେନ୍ସ ଆଜି

ନୂଆଦିଲ୍ଲୀ/ଇସ୍‌ଲାମାବାଦ, ୧୫ା୩(ପି.ଟି.): ଘାତକ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ମିଳିତ ରଣକୌଶଳ ପ୍ରସ୍ତୁତି ନିମନ୍ତେ ରବିବାର ଅପରାହ୍ନ ୫ଟାରେ ସାର୍କ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଭିଡିଓ...

ଡୋମିନିକାରେ ୮ ଜଣିଆ ଟିମ୍‌

ନୂଆଦିଲ୍ଲୀ,୨ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ବିଭିନ୍ନ ଭାରତୀୟ ସଂସ୍ଥାର ଏକ ୮ ଜଣିଆ ଟିମ୍‌ ଦ୍ୱୀପ ରାଷ୍ଟ୍ର ଡୋମିନିକାରେ...

ଦାଉଦ୍‌ଙ୍କ ସହଯୋଗୀଙ୍କ ଘରେ ଏନ୍‌ଆଇଏ ଚଢ଼ାଉ…

ମୁମ୍ବାଇ, ୯।୫ : ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ) ପକ୍ଷରୁ ଅଣ୍ଡରୱାଲର୍‌ଡ ଡନ ଡାଉଦ୍‌ ଇବ୍ରାହିମଙ୍କ ସହଯୋଗୀଙ୍କ ଉପରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।...

Advertisement
Archives

Model This Week