ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ପ୍ରାଥିପତ୍ର ଦାଖଲ, ଜାଣନ୍ତୁ କେବେ ହେବ ନିର୍ବାଚନ

ଇସଲାମାବାଦ,୨୪।୧୨: ଫେବୃୟାରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ରବିବାର ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ପ୍ରାର୍ଥୀପତ୍ର ଦାଖଲ କରିବାର ରବିବାର ଶେଷ ତାରିଖ ଥିଲା। ତେବେ ଅନେକ ବରିଷ୍ଠ ନେତା ଶୁକ୍ରବାର ନିଜ ନାମାଙ୍କନପତ୍ର ଦାଖଲ କରିଥିଲେ।
ଡିସେମ୍ବର ୨୦ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ପ୍ରଥମେ ଶୁକ୍ରବାର ଏହା ଶେଷ ହେବାର ଥିଲା, କିନ୍ତୁ ବିଭିନ୍ନ ରାଜନୈତିକ ଦଳର ଦାବି ଅନୁଯାୟୀ ପାକିସ୍ତାନର ନିର୍ବାଚନ ଆୟୋଗ ଏହାକୁ ଦୁଇ ଦିନ ବଢାଇ ଦେଇଛନ୍ତି।
ସୂଚନାଯୋଗ୍ୟ, ନାମାଙ୍କନ ପ୍ରକ୍ରିୟା ଡିସେମ୍ବର ୨୦ରେ ଆରମ୍ଭ ହୋଇଥିଲା। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଡିସେମ୍ବର ୨୨ଥିଲା, କିନ୍ତୁ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ଏହାକୁ ବିଭିନ୍ନ ରାଜନୈତିକ ଦଳର ଦାବିରେ ଦୁଇ ଦିନ ବୃଦ୍ଧି କରିଥିଲେ। ଏଭଳି ପରିସ୍ଥିତିରେ ଆଜି ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ ଏବଂ କୌଣସି ପ୍ରାର୍ଥୀ ନିଜର ସୁଯୋଗ ହରାଇବାକୁ ଚାହାଁନ୍ତି ନାହିଁ। ତେଣୁ ପ୍ରାର୍ଥୀଙ୍କ ଭିଡ ଏକାଠି ଦେଖାଯାଇଛି।
ନାମାଙ୍କନପତ୍ର ଦାଖଲ କରିବାର ସମୟସୀମା ଶେଷ ହେବା ପରେ ଆୟୋଗର ଅପଡେଟ କାର୍ଯ୍ୟସୂଚୀ ଅନୁଯାୟୀ, ଇସିପି ସୋମବାରରୁ ଡିସେମ୍ବର ୩୦ପର୍ଯ୍ୟନ୍ତ ଯାଞ୍ଚ କରିବ। ନାମାଙ୍କନପତ୍ର ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ ବିରୋଧରେ ଆବେଦନ ଜାନୁଆରୀ ୩ ସୁଦ୍ଧା ଦାଖଲ କରାଯାଇପାରେ, ଜାନୁୟାରୀ ୧୦ ସୁଦ୍ଧା ନିଷ୍ପତ୍ତି ନିଆଯିବ। ଇସିପି ଜାନୁଆରୀ ୧୧ରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବ, ପ୍ରାର୍ଥୀମାନେ ଜାନୁୟାରୀ ୧୨ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ନିର୍ବାଚନ ସଙ୍କେତ ବଣ୍ଟନ ଜାନୁୟାରୀ ୧୩ ରେ ହେବ ।
ଇସିପି ଅନୁଯାୟୀ, ଡିସେମ୍ବର ୩୧ରୁ ଜାନୁୟାରୀ ୨୦ ପର୍ଯ୍ୟନ୍ତ ନିର୍ବାଚନ ଉପରେ ନଜର ରଖିବା ପାଇଁ ବିଦେଶୀ ପର୍ଯ୍ୟବେକ୍ଷକମାନେ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?