Posted inଫୁରସତ

ମା’ଙ୍କ ବିବାହ କରାଇଲେ ପୁଅ

ମା’ଙ୍କ ବିବାହ କରାଇଲେ ପୁଅ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜିମିତ ଗାନ୍ଧୀ ନାମକ ଜଣେ ଯୁବକ ତାଙ୍କ ମା’ଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଏକ ଭାବପ୍ରଣଣ ପୋଷ୍ଟ କରିଥିଲେ। ଏହି ଫଟୋଗୁଡିକ ଏବେ ଭାଇରାଲ ହେଉଛି। ସ୍ବାମୀଙ୍କ ମୃତ୍ୟୁ ପରେ ଜିମିତଙ୍କ ମା’ କର୍କଟ ଏବଂ ଡିପ୍ରେସନ୍‌ ଭଳି ରୋଗରେ ପୀଡିତ ଥିଲେ। ଖରାପ ପରିସ୍ଥିତି ସତ୍ତ୍ୱେ ସେ କେବେବି କାହା ନିକଟରେ ଅଭିଯୋଗ କରି ନ ଥିଲେ ଏବଂ ଆଶା ହରାଇ ନ ଥିଲେ। ଜୀବନର କଠିନ ପରିସ୍ଥିତିର ମୁକାବିଲା କରି ସେ ଜଣେ ପୁରୁଷଙ୍କ ପ୍ରେମରେ ପଡ଼ି ୫୩ ବର୍ଷ ବୟସରେ ବିବାହ କରିଥିଲେ।
ସୂଚନା ଅନୁଯାୟୀ, ଜିମିତ ରିଫିନିଟିଭ ନାମକ ଏକ କମ୍ପାନୀରେ କାର୍ଯ୍ୟ କରନ୍ତି। ସେ ଦେଶ ବାହାରେ ରୁହନ୍ତି। ତାଙ୍କ ମା’ ଏକୁଟିଆ ଭାରତରେ ରୁହନ୍ତି। ଜିମିତଙ୍କ ମା’ ୨୦୧୩ରେ ୪୪ ବର୍ଷ ବୟସରେ ତାଙ୍କ ସ୍ବାମୀଙ୍କୁ ହରାଇଥିଲେ। ପ୍ରାୟ ୬ ବର୍ଷ ପରେ, ୨୦୧୯ ରେ, ସେ ମଧ୍ୟ ଷ୍ଟେଜ ୩ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। କର୍କଟ ରୋଗ ସହ ସେ କୋଭିଡର ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ। ଏହା ପରେ ସେ ଡିପ୍ରେସନର ଶିକାର ହୋଇଥିଲେ। ଅନେକ ଅସୁବିଧା ସତ୍ତ୍ୱେ ସେ କେବେ ହାର ମାନି ନ ଥିଲେ। ଜିମିତଙ୍କ ଅନୁଯାୟୀ, ୫୨ ବର୍ଷ ବୟସରେ ତାଙ୍କ ମା ପ୍ରେମରେ ପଡିଥିଲେ ଏବଂ ଏବେ ସେ ବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ୍‌ରେ ବୁଲି ବୁଲି ମାଗଣାରେ ପଢ଼ାନ୍ତି

ଉତ୍ତର ପ୍ରଦେଶ, ଫାରୁଖବାଦର ସଲେମ୍‌ପୁରରେ ରହୁଥିବା ଆଦିତ୍ୟ କୁମାର ବେଶ୍‌ ପରିଚିତ ସାଇକେଲ୍‌ଓ୍ବାଲେ ଗୁରୁଜୀଭାବେ। ତାଙ୍କ ସାଇକେଲକୁ ଦେଖିଦେଲେ ଲୋକେ ଜାଣିଯାନ୍ତି ଆଦିତ୍ୟ କୁମାରଙ୍କୁ। ପାଠପଢାକୁ...

ଅଜବ ବିଶ୍ୱାସର ମନ୍ଦିର

ଲଙ୍କାଗୁଣ୍ଡ ବୋଳିହୋଇ ନିଆଁରେ ଚାଲନ୍ତି ଭକ୍ତ:  ଭାରତର ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ଦୃଷ୍ଟି ଗୋଚର ହୋଇଥାଏ। ବେଳେବେଳେ ଏହା ଆଧୁନିକ ବିଜ୍ଞାନକୁ ଚ୍ୟାଲେଞ୍ଜ୍‌...

ତୁମ ଐଶ୍ୱରିକ ପ୍ରେମ ସାଂସାରିକ ପ୍ରେମଠାରୁ ଅଧିକ କି

ଟିକିଏ ଏଇ କଥା ଉପରେ ଆଗେ ଚିନ୍ତା କରନ୍ତୁ ଆଉ ପରେ ‘ମୋତେ କାହିଁକି ଈଶ୍ୱରଙ୍କ ଦର୍ଶନ ମିଳୁନି?’ ବୋଲି ପ୍ରଶ୍ନ କରିବେ l ନିଜର...

ରାଖୀ ପୂର୍ଣ୍ଣିମାରେ ଭଉଣୀକୁ କିଡ୍‌ନୀ ଦେଲେ ଭାଇ

ନୂଆଦିଲ୍ଲୀ, ୨୩ା୮: ରାଖୀ ପୂର୍ଣ୍ଣିମାରେ ଭଉଣୀକୁ ଉପହାରରେ ନୂଆ ଜୀବନ ଦେଇଛନ୍ତି ଭାଇ। କିଡ୍‌ନୀଜନିତ ରୋଗରେ ପୀଡ଼ିତ ଭଉଣୀକୁ ତାଙ୍କ ସାନଭାଇ ନିଜର ଏକ କିଡ୍‌ନୀ...

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ତଓ୍ବାଙ୍ଗ

ଅରୁଣାଚଳ ପ୍ରଦେଶସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ତଓ୍ବାଙ୍ଗ। ପର୍ଯ୍ୟଟକ ଏଠାରେ ଆକର୍ଷଣୀୟ ପାହାଡି ଗାଁ ସାଙ୍ଗକୁ ମନ କିଣି ନେଲା ଭଳି ଝରଣା ତଥା...

ପୃଥିବୀ ମୁହାଁ ସୌରଝଡ଼, ଜିପିଏସ୍‌ ସିଷ୍ଟମ୍‌-ମୋବାଇଲ ନେଟଓ୍ବାର୍କ-ସାଟେଲାଇଟ୍‌ ଟିଭି ଉପରେ ପ୍ରଭାବ ଆଶଙ୍କା…

ଓ୍ବାଶିଂଟନ, ୧୪।୪ : ସୂର୍ଯ୍ୟଙ୍କଠାରୁ ବାହାରୁଥିବା ଏକ ଉତ୍ତାପ ତରଙ୍ଗ ଝଡ଼ ପ୍ରବଳ ବେଗରେ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି। ଏହା ଯୋଗୁ...

ବୋହୂଙ୍କ ଇଚ୍ଛା ପୂରଣ ପାଇଁ ଶ୍ୱଶୁର ନେଲେ ଏଭଳି ନିଷ୍ପତ୍ତି

ବିବାହରେ କନ୍ୟା ବିଦାୟ ଏକ ଭାବପ୍ରବଣ ମୂହୁର୍ତ୍ତ। ରାଜସ୍ଥାନର ଭରତପୁରରେ ଜଣେ କନ୍ୟାଙ୍କ ବିଦାୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛତ୍ରପୁରର ଗାଁର ଝିଅ ହେଲିକପ୍ଟରରେ...

କାଗଜ ହାତୀର ରେକର୍ଡ

ପ୍ରତିବର୍ଷ ଶିକାରୀଙ୍କ ଦ୍ୱାରା ହଜାର ହଜାର ସଂଖ୍ୟାର ହାତୀ ଜୀବନ ହରାଉଛନ୍ତି। ଫଳରେ ହାତୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାକୁ ନଜରରେ ରଖି ଆମେରିକାର ଓ୍ବାଇଲ୍ଡ...

Advertisement
Archives

Model This Week