ଟ୍ରାଏଲ ଔଷଧରେ ସୁସ୍ଥ ହେଲେ କ୍ୟାନ୍‌ସର ରୋଗୀ

ଓ୍ବାଶିଂଟନ୍‌, ୮ା୬: ସାଧାରଣତଃ କ୍ୟାନ୍‌ସରରେ ପୀଡ଼ିତ ରୋଗୀ ଜଟିଳ ଓ ଦୀର୍ଘସ୍ଥାୟୀ ଚିକିତ୍ସା ଲୋଡ଼ିଥାନ୍ତି। ଅଧିକାଂଶ କ୍ଷେତ୍ରରେ ଚିକିତ୍ସା ସତ୍ତ୍ୱେ କର୍କଟ ରୋଗୀ ଏଥିରୁ ଆରୋଗ୍ୟ ହୋଇପାରି ନ ଥାନ୍ତି। ଅଦ୍ୟାବଧି ଏହି ରୋଗକୁ ଶତପ୍ରତିଶତ ଭଲ କରିପାରୁଥିବା ଭଳି ଔଷଧ କିମ୍ବା ଚିକିତ୍ସା ପଦ୍ଧତି ବାହାରି ପାରି ନ ଥିବାବେଳେ ଏବେ ଡାକ୍ତରବିଜ୍ଞାନୀଙ୍କୁ ଏକ ବଡ଼ ଧରଣର ସଫଳତା ମିଳିଛି। ମଳାଶୟ କର୍କଟରେ ପୀଡ଼ିତ ୧୮ ରୋଗୀଙ୍କ ଉପରେ ପରୀକ୍ଷଣ କରାଯାଇଥିବା ଏକ ଔଷଧ ସଫଳତାର ସହ କାମ କରିଛି। ୬ ମାସ ଧରି ଟ୍ରାଏଲ ପରେ ସେମାନଙ୍କ ଶରୀରରେ ଥିବା ଟ୍ୟୁମର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ନେଇ ‘ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ୍‌ ମେଡିସିନ୍‌’ରେ ରିପୋର୍ଟ ପ୍ରକାଶ ପାଇଛି। ଫଳରେ କ୍ୟାନ୍‌ସର ରୋଗୀଙ୍କ ଚିକିତ୍ସାକୁ ନେଇ ଏକ ନୂତନ ଆଶା ସଞ୍ଚାର ହୋଇଛି।
ରିପୋର୍ଟ ଅନୁସାରେ, ଆମେରିକାରେ ୧୮ ରେକ୍ଟାଲ କ୍ୟାନ୍‌ସର ରୋଗୀଙ୍କଠାରେ ‘ଡୋଷ୍ଟାରଲିମାବ୍‌’ ନାମକ ଏକ ଡ୍ରଗ୍‌ର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। ୩ ସପ୍ତାହରେ ଥରେ ୬ ମାସ ପାଇଁ ସମ୍ପୃକ୍ତ କର୍କଟ ପୀଡ଼ିତଙ୍କୁ ଏହି ଔଷଧ ଦିଆଯାଇଥିଲା। ସମସ୍ତ ପୀଡ଼ିତ କ୍ୟାନ୍‌ସର ସମାନ ଷ୍ଟେଜ୍‌ରେ ଥିଲେ। କେବଳ ସେମାନଙ୍କ ମଳାଶୟରେ ହିଁ କର୍କଟ ସୀମିତ ଥିଲା। ‘ଡୋଷ୍ଟାରଲିମାବ୍‌’ ଶରୀରରେ ଆଣ୍ଟିବଡି ଭାବେ କାର୍ଯ୍ୟ କରିଥାଏ। ଆଶ୍ଚର୍ଯ୍ୟଜନକ ଭାବେ ଡ୍ରଗ୍‌ ନେଇଥିବା ସମସ୍ତ କର୍କଟ ରୋଗୀଙ୍କ ଟ୍ୟୁମର ଗାଏବ ହୋଇଯାଇଥିବା ଜଣାଯାଇଛି। ଏପରି ଘଟଣା ଚିକିତ୍ସା ବିଜ୍ଞାନ ଇତିହାସରେ ପ୍ରଥମ ବୋଲି ନ୍ୟୁୟର୍କ ମେମୋରିଆଲ ସ୍ଲୋନ୍‌ କେଟେରିଂ କ୍ୟାନ୍‌ସର ସେଣ୍ଟରର ଡା. ଲୁଇସ୍‌ ଏ. ଡିଆଜ୍‌ ଜେ. କହିଛନ୍ତି। ଏହା ପୂର୍ବରୁ ଟ୍ରାଏଲରେ ଭାଗ ନେଇଥିବା ସମସ୍ତ କର୍କଟ ରୋଗୀ କେମୋଥେରାପି, ରେଡିଏଶନ ନେବା ସହ ସେମାନଙ୍କ ସର୍ଜରି ମଧ୍ୟ ହୋଇଥିଲା। ଏଥିଯୋଗୁ ସେମାନଙ୍କ ଅନ୍ତଃନଳୀ, ମୂତ୍ରାଶୟ ଏପରିକି ଯୌନାଙ୍ଗରେ ସଂକ୍ରମଣ ହୋଇଯାଇଥିଲା। ପରେ ସେମାନଙ୍କ ଉପରେ ‘ଡୋଷ୍ଟାରଲିମାବ୍‌’ ଡ୍ରଗ୍‌ ଟ୍ରାଏଲ କରାଯାଇଥିଲା। ହେଲେ ଏହି ଡ୍ରଗ୍‌ ନେବାପରେ କ୍ୟାନ୍‌ସର ଟ୍ୟୁମର ପାଇଁ ଆଉ ଚିକିତ୍ସିତ ହେବାକୁ ପଡ଼ିବ ନାହିଁ ବୋଲି ଜାଣି ସେମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଏହି କ୍ଲିନିକାଲ ଟ୍ରାଏଲର ଫଳାଫଳକୁ ନେଇ କ୍ୟାନ୍‌ସର ଚିକିତ୍ସା ଦିଗରେ ଏକ ନୂଆ ଆଶା ଉଜ୍ଜୀବିତ ହୋଇଛି। ଡ୍ରଗ୍‌ ଯୋଗୁ ସେତେ ଆଖିଦୃଶିଆ ଶାରୀରିକ ଜଟିଳତା ଦେଖା ନ ଯିବା ଆଉ ଏକ ବଡ଼ ଉପଲବ୍ଧି ବୋଲି କାଲିଫର୍ନିଆ ୟୁନିଭର୍ସିଟିର କୋଲୋରେକ୍ଟାଲ କ୍ୟାନ୍‌ସର ସ୍ପେଶାଲିଷ୍ଟ ଡ. ଆଲନ୍‌ ପି. ଭେନୁକ୍‌ କହିଛନ୍ତି। ତେବେ ଏହା କେବଳ ରେକ୍ଟାଲ ବା ମଳାଶୟ କର୍କଟରେ ପୀଡ଼ିତଙ୍କଠାରେ ଟ୍ରାଏଲ କରାଯାଇଥିବାରୁ ଅନ୍ୟ କ୍ୟାନ୍‌ସର ରୋଗୀଙ୍କ ପାଇଁ କେତେ ଫଳପ୍ରଦ ହେବ ତାହା ଉପରେ ଅଧିକ ଗବେଷଣା ଓ ପରୀକ୍ଷଣର ଆବଶ୍ୟକତା ରହିଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ଟିକାଦାନ କରାଯାଇଥିବା ଦେଶରେ ଦୁଇଗୁଣା ହେଲା ଆକ୍ରାନ୍ତଙ୍କ ସଂଖ୍ୟା…

ଭିକ୍ଟୋରିଆ,୧୨।୫: ସର୍ବାଧିକ ଟିକାଦାନ କରାଯାଇଥିବା ଆଫ୍ରିକୀୟ ଦେଶ ସେଶେଲ୍ସ୍‌ରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇ ଦୁଇଗୁଣା ହୋଇଛି। ମେ’ ୭ ପରେ...

ଯୁଦ୍ଧ ମଧ୍ୟରେ ୟୁକ୍ରେନର ବଡ଼ ଦାବି: ରୁଷିଆ ସହ ଲଢ଼ିବେ ୧୬ହଜାର ବିଦେଶୀ ସୈନ୍ୟ

କ୍ୱିଭ୍‌,୩।୩: ରୁଷିଆ ଓ ୟକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ରୁଷିଆ ପକ୍ଷରୁ ଲଗାତର ଭାବେ ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ଼...

କରାଚି ବିଶ୍ୱବିଦ୍ୟାଳୟ ନିକଟରେ ବିସ୍ଫୋରଣ, ୩ ଚାଇନା ନାଗରିକଙ୍କ ସମେତ ୪ ଜଣଙ୍କ ମୃତ୍ୟୁ…

ଇସଲାମାବାଦ, ୨୬।୪ : ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ନିକଟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣ ଚାଇନା ନାଗରିକଙ୍କ ସମେତ ୪ ଜଣଙ୍କ...

ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ହସ୍ତାନ୍ତର କରୁ ନାହାନ୍ତି ଟ୍ରମ୍ପ୍‌: ବାଇଡେନ୍‌

ଓ୍ବାଶିଂଟନ,୨୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କରୁ ନାହାନ୍ତି। ଏନେଇ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା...

ପଶୁଙ୍କ ଗର୍ଭାଶୟରେ ଛଡ଼ାଯିବ ମଣିଷଙ୍କ ଭ୍ରୁଣ!

ଟୋକିଓ,୧୭।୩: ଜାପାନର ଜଣେ ଷ୍ଟେମ୍‌-ସେଲ୍‌ ବୈଜ୍ଞାନିକ ଏକ ଭିନ୍ନ ଧରଣର ଗବେଷଣା କରିଛନ୍ତି। ଏଠାକାର ସରକାର ଏଥିପାଇଁ ସହାୟତା ମଧ୍ୟ ଦେବା ଆରମ୍ଭ କରିଛନ୍ତି। ବୈଜ୍ଞାନିକ...

ସିରିଆକୁ ପରମାଣୁ ବୋମା ଦେଇ ଇସ୍ରାଏଲକୁ ନଷ୍ଟ କରିବାକୁ ଚାହୁଥିଲେ ଅବ୍ୱଦୁଲ କଦିର ଖାଁ: ମୋସାଦ ପୂର୍ବତନ ମୁଖ୍ୟ

ଜେରୁଜେଲମ,୧୧ ।୧୦: ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ପୂର୍ବତନ ମୁଖ୍ୟ ଡା. ଅନମୋନ ସୋଫରିନ ଦାବି କରିଛନ୍ତି ଯେ ସିରିଆକୁ ପରମାଣୁ ବୋମା ଦେଇ ପାକିସ୍ତାନ...

ତାଲିବାନ୍‌ ଶାସନରେ ଶିଶୁ ମୃତ୍ୟୁ ହାର ବଢୁଛି, ୟୁନିସେଫ ରିପୋର୍ଟ…

ନୂଆଦିଲ୍ଲୀ,୭।୧୧: ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତା ଦଖଲ କରିବାପରେ ଦେଶର ଶିଶୁମାନେ ଅବହେଳିତ ହେବାରେ ଲାଗିଛନ୍ତି। ଲଗାତାର ହିଂସା ଯୋଗୁ ୨୦୨୧ର ପ୍ରଥମ ଛଅ ମାସରେ ଆଫଗାନିସ୍ତାନରେ...

ଚାଇନା ବିରୋଧରେ ୮ ଦେଶର ମେଳି

ବ୍ଲୁମ୍‌ବର୍ଗ,୭ା୬: ଚାଇନାର ପ୍ରଭାବ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଏହା ବିଶ୍ୱ ବାଣିଜ୍ୟ, ସୁରକ୍ଷା ଓ ମାନବିକ ଅଧିକାର ପ୍ରତି ବିପଦ ସୃଷ୍ଟି କରିଛି। ଏହାକୁ...

Advertisement
Archives

Model This Week