Posted inଜାତୀୟ

ଶାଢି ପିନ୍ଧିଲେ ହୋଇପାରେ କ୍ୟାନସର୍‌, ଜାଣନ୍ତୁ ଏହାର ଲକ୍ଷଣ

ଶାଢି ଭାରତୀୟ ସଂସ୍କୃତି ସହିତ ଜଡିତ। ଏଠାରେ ଥିବା ମହିଳାମାନେ ଯେକୌଣସି ପ୍ରକାରର ପାର୍ଟି, ପର୍ବ, ପୂଜାରେ ଶାଢି ପିନ୍ଧନ୍ତି। ଶାଢି କେବଳ ପାରମ୍ପରିକ ଢଙ୍ଗରେ ନୁହେଁ,ବିଭିନ୍ନ ଶୈଳୀରେ ମଧ୍ୟ ପିନ୍ଧାଯାଏ। କିନ୍ତୁ ଏବେ ଶାଢି ପିନ୍ଧୁଥିବା ମହିଳାଙ୍କ ପାଇଁ ଏକ ଖରାପ ଖବର ରହିଛି। ଭାରତୀୟ ମହିଳାମାନେ ଯେପରି ଶାଢି ପିନ୍ଧୁଛନ୍ତି,ତାହାଦ୍ୱାରା କ୍ୟାନସର ଭଳି ଗୁରୁତର ସମସ୍ୟାର ସମ୍ମୁଖୀନ ହେବେ ବୋଲି ଏକ ରିପୋର୍ଟରୁ କୁହାଯାଇଛି।
ଶାଢି କ୍ୟାନସର କ’ଣ
ଶାଢି ପିନ୍ଧିବା ଦ୍ୱାରା Squamous Cell carcinoma (SCC) ହେବାର ଆଶଙ୍କା ବଢିଥାଏ। ଏହି ପ୍ରକାର କର୍କଟ ଭାରତୀୟ ମହିଳାଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ଶାଢି କ୍ୟାନସର ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଓନ୍‌ଲି ମାଇଁ ହେଲ୍‌ଥ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ଏସସିପିଏମ ମେଡିକାଲ କଲେଜ ଏବଂ ହସ୍ପିଟାଲର କ୍ୟାନସର ବିଶେଷଜ୍ଞ ଡା. ସୁଦୀପ କହିଛନ୍ତି, ଭାରତର ଗ୍ରାମରେ ରହୁଥିବା ମହିଳାମାନେ ବର୍ଷସାରା ଶାଢି ପିନ୍ଧନ୍ତି। ଅଣ୍ଟାରେ ଶାଢି ଭିଡିବା ଫଳରେ ଏକ କଳା ଚିହ୍ନ ହୋଇଯାଏ। ଏହି ଚିହ୍ନ ଶାୟା ବନ୍ଧାଯିବା ଦ୍ୱାରା ହୋଇଥାଏ। ଏହି ଚିହ୍ନ ଶେଷରେ ଚର୍ମ କର୍କଟରେ ପରିଣତ ହୁଏ। ଅତ୍ୟଧିକ ଉତ୍ତାପରେ ରହୁଥିବା ମହିଳାମାନେ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ। ଏହି ରୋଗ ବିହାର ଏବଂ ଝାଡଖଣ୍ଡର ମହିଳାମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।
କ୍ୟାନର ଭଳି ଗମ୍ଭୀର ରୋଗରୁ ରକ୍ଷା ପାଇବା ପାଇଁ, ଆପଣଙ୍କ ଜୀବନଶୈଳୀକୁ ସଂଶୋଧନ କରିବା ସବୁଠାରୁ ଗୁରୁତ୍ୱପୂଣ୍ଣ। ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ଏକ ସକ୍ରିୟ ଜୀବନଶୈଳୀ ବଜାୟ ରଖନ୍ତୁ। ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସନ୍ତୁ ନାହିଁ। ଯେତେ ସକ୍ରିୟ ହେବେ ଏହା ଶରୀର ପାଇଁ ଅଧିକ ଲାଭଦାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରଜରେ ଶିବମନ୍ଦିର ପରିସରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

କୋରାପୁଟ,୧୪ା୬(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠ ବଡ଼ ଚିନ୍ଦ୍ରି ଗୋପନଗରସ୍ଥିତ ଚନ୍ଦ୍ରଶେଖର ଶିବମନ୍ଦିର ପରିସରରୁ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ…

ସରପଞ୍ଚ ଚାମେଲି ଓଝାଙ୍କ ଘଟଣା: ମନ୍ତ୍ରୀ କହିଲେ ରିପୋର୍ଟ ଆସିଲେ…

ଭୁବନେଶ୍ୱର,୧୪ା୬: ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

ବିଜେଡିରେ ସାମିଲ ହେଲେ ଭାଜପା-କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ କର୍ମୀ

ଥୁଆମୂଳ ରାମପୁର,୧୪ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଖଣ୍ଡୁଆଳ ଖେଳ ପଡ଼ିଆଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ଦିନିକିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ…

ରଜରେ ରକ୍ତପାତ: ଜନ୍ମକଲା ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ

ବନ୍ତ, ୧୪।୬ (କିଶୋର କୁମାର ସେଠୀ): ଭଦ୍ରକ ଜିଲାର ବନ୍ତ ଥାନା ଅଞ୍ଚଳରେ ରଜ ପର୍ବ ଅବସରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାରିବାରିକ କଳହକୁ କେନ୍ଦ୍ର…

ଇରାନରେ ଆରାଘଚିଙ୍କ ବିରୋଧରେ ବିଶାଳ ପ୍ରତିବାଦ; ନିଜ ବିଦେଶ ମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ କଲେଣି ଲୋକେ

ତେହରାନ,୧୪।୬: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଖୁବ ଶୀଘ୍ର ହେବା ପରି ମନେ ହେଉଛି; ତଥାପି, ଇରାନ ଭିତରେ ବୈଦେଶିକ ମନ୍ତ୍ରୀ ସୟଦ…

ଆକ୍ସନମୋଡାରେ ଆନନ୍ଦପୁର ଉପଖଣ୍ଡ ପୋଲିସ: ଚଢ଼ାଉ କରି ୬୯ ଲିଟର ନାମୀଦାମୀ ବିଦେଶୀ ବ୍ରାଣ୍ଡ ଜବତ

 ହାଟଡିହୀ/ଆନନ୍ଦପୁର, ୧୪/୦୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): ବେଆଇନ ଭାବେ ବିଦେଶୀ ମଦ ଗଚ୍ଛିତ ରଖି ବିକ୍ରି କରାଯାଉଥିବା ସମୟରେ କେନ୍ଦୁଝର ଜିଲାର  ଆନନ୍ଦପୁର ଉପଖଣ୍ଡ ପୋଲିସ…

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କେନାଲକୁ ବାଲିବସ୍ତା ଭରସା: ତଳିମୁଣ୍ଡ ଚାଷୀମାନଙ୍କ ବଢ଼ିଲା ଚିନ୍ତା

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ସରକାର ବଦଳିବା ପରେ ବିକଶିତ ବରଗଡ଼ ଲକ୍ଷ୍ୟ ନେଇ ଡ୍ରେନ ନିର୍ମାଣଠାରୁ ଆରମ୍ଭ କରି ରାସ୍ତା ପ୍ରଶସ୍ତୀକରଣ, ଆଲୋକୀକରଣ, ଧନୁଯାତ୍ରାର ସ୍ଥାୟୀ ମଞ୍ଚ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri