କର୍କଟରୋଗ ଓ ନିରାକରଣ

ଡା. ରଣଜିତ୍‌ କର
ଆମ ଦେଶ ତୁଳନାରେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ରୋଗ ଅଧିକ ଦେଖିବାକୁ ମିଳେ। ଆମ ଦେଶରେ ଜରାୟୁ, ମୁଖ କର୍କଟ ରୋଗ ପଛକୁ ନାରୀମାନଙ୍କର ହେଉଥିତ୍ବା କ୍ୟାନ୍‌ସର ମଧ୍ୟରେ ଏହା ୨ୟ ସ୍ଥାନରେ ଥିଲା କିନ୍ତୁ ଏବେ ଏହାର ଆଶଙ୍କା ପ୍ରଥମ ବୋଲି ଜଣାପଡ଼ିଛି। ପ୍ରତ୍ୟେକ ୩ ମିିନିଟ୍‌ରେ ଜଣେ ନାରୀକୁ ସ୍ତନ କର୍କଟ ରୋଗ ହୋଇଥାଏ।
କାରଣ: ଯେଉଁମାନେ ବିଳମ୍ବରେ ବିବାହ କରନ୍ତି ଏବଂ ଡେରିରେ ଗର୍ଭଧାରଣ କରନ୍ତି, ପିଲାଙ୍କୁ ସ୍ତନ୍ୟପାନ ନ କରାଇ ବୋତଲ କ୍ଷୀର ଦିଅନ୍ତି ସେମାନଙ୍କୁ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ।
ଲକ୍ଷଣ: ସ୍ତନରେ, କାଖରେ, ବେକରେ ଗେଟା ହେବା, ନିପୁଲ୍‌ରୁ ରକ୍ତ ଯିବା ସ୍ତନ କର୍କଟର ଲକ୍ଷଣ। ହେଲେ ପରୀକ୍ଷା ନ କରାଇ ଚିକିତ୍ସା ଆରମ୍ଭ କରିବା ଠିକ୍‌ ନୁହେଁ। ଛୁଞ୍ଚତ୍ ପରୀକ୍ଷା (ଏଫ.ଏନ.ଏ.ସି) ବା ବାୟୋପ୍ସି ଟେଷ୍ଟ ଏବଂ ଅନ୍ୟାନ୍ୟ ପରୀକ୍ଷା କରି ସ୍ତନ କର୍କଟ ହୋଇଛି ବୋଲି ଜାଣିବା ପରେ ଚିକିତ୍ସା ଆରମ୍ଭ କରାଯାଏ। ଏହି କର୍କଟ ସ୍ତନରୁ ଅସ୍ଥି, ଫୁସ୍‌ଫୁସ୍‌, ଯକୃତ ଏବଂ ମସ୍ତିଷ୍କ ଆଦି ଅଙ୍ଗକୁ ଲସିକା ନଳୀ ବା ରକ୍ତ ନଳୀ ଦ୍ୱାରା ବ୍ୟାପେ।
ଚିକିତ୍ସା: ଥରେ କର୍କଟ ରୋଗ ପ୍ରମାଣ ହେଲେ ଆବଶ୍ୟକତା ଅନୁଯାୟୀ ଶଲ୍ୟ ଚିକିତ୍ସା, କେମୋଥେରାପି ଚିକିତ୍ସା ଏବଂ ବିକିରଣ ଚିକିତ୍ସା, ହରମୋନ୍‌ ଥେରାପି ଚିକିତ୍ସା, ବାୟୋଥେରାପି କିମ୍ବା ଟାର୍‌ଗେଟେଡ୍‌ କେମୋଥେରାପି ଚିକିତ୍ସା କରାଯାଇଥାଏ। ଅଧିକ ସୁଫଳ ଯୋଗୁ ଏବେ ବ୍ରେଷ୍ଟ୍‌ କରଭେସନ୍‌ ସର୍ଜରି ବହୁ ଲୋକପ୍ରିୟ ହେଲାଣି। ମାତ୍ର ଏଥିରେ ବିକିରଣ ଚିକିତ୍ସା ବା ଲେଜର ଥେରାପି ସୁନିଶ୍ଚିତ। ସାଧାରଣତଃ ବିକିରଣ ଚିକିତ୍ସା ୫ ରୁ ୬ ସପ୍ତାହ ପର୍ଯ୍ୟନ୍ତ ଦିଆଯାଇଥାଏ। ଆଜିକାଲି ନୂଆ ପଦ୍ଧତିରେ ବିକିରଣ ଚିକିତ୍ସା ବାହାରିଲାଣି। ସେଥିରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ରହିଥାଏ।
କେମୋଥେରାପି ତିନି ସପ୍ତାହରେ ଥରେ ଦିଆଯାଇଥାଏ। ଥକା ଥକା ଲାଗିବା, ବାନ୍ତି ଲାଗିବା, ଜ୍ୱର ଆସିବା ଏବଂ ବାଳ ଉପୁଡିଯିବା, ଏସବୁ କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା ହୋଇଥାଏ। ଏସବୁ ଲକ୍ଷଣ ଠିକ୍‌ ଭାବରେ ଦେଖି ଔଷଧ ଦେଲେ ଭଲ ହୋଇଥାଏ। ହର୍‌ମୋନ୍‌ସ ଟାବ୍‌ଲେଟ୍‌ କିମ୍ବା ଇଂଜେକ୍ସନ ୫ ବର୍ଷ ପର୍ଯ୍ୟନ୍ତ ଦିଆଯାଇଥାଏ। ଥରେ ଚିକିତ୍ସା ସରିବା ପରେ ରେସ୍‌ପନ୍ସ ଇଭାଲୁଏସନ୍‌ ଟେଷ୍ଟ୍‌ କରାଯାଇଥାଏ। ପ୍ରତି ତିନି ମାସ ବ୍ୟବଧାନରେ ଦୁଇବର୍ଷ ପଯର୍ର୍‌ୟନ୍ତ, ଛଅ ମାସ ଅନ୍ତରରେ ୫ ବର୍ଷ ପର୍ଯ୍ୟନ୍ତ, ବର୍ଷକୁ ଥରେ ଥରେ ଦଶ ବର୍ଷ ପର୍ଯ୍ୟନ୍ତ ଚିକିତ୍ସା କରାଯାଏ। ସ୍ତନ କର୍କଟ ରୋଗରୁ ମଧ୍ୟ ଆରୋଗ୍ୟଲାଭ କରିବାର ସମ୍ଭାବନା ରହିଛି କିନ୍ତୁ ଏହି ରୋଗକୁ ଠିକ୍‌ ସମୟରେ ନିରୂପଣ କରି ଚିକିତ୍ସା ଆରମ୍ଭ କରିବା ଜରୁରୀ। ବତ୍ତର୍ର୍ମାନ ଏଚ.ସି.ଜି. ପଣ୍ଡା କ୍ୟାନ୍‌ସର ହସ୍‌ପିଟାଲ, କଟକରେ ଶଲ୍ୟ ଚିକିତ୍ସା, କେମୋଥେରାପି, ବିକିରଣ ଚିକିତ୍ସା, ହର୍‌ମୋନ୍‌ ଚିକିତ୍ସା, ସବୁ ଚିକିତ୍ସାର ସୁବିଧା ଅଛି।
-ସିନିଅର କନସଲଟାଣ୍ଟ, ରେଡିଏସନ୍‌ ଅଙ୍କୋଲୋଜି, ଏଚ୍‌ସିଜି ପଣ୍ଡା କ୍ୟାନ୍ସର ହସ୍‌ପିଟାଲ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri