କର୍କଟ ରୋଗ ଓ ଭାରତୀୟ ମହିଳା

ଡା. ମଧୁସ୍ମିତା ପ୍ରଧାନ

ଭାରତରେ କରୋନା ମହାମାରୀ ଚିକିତ୍ସା ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଯେତିକି ଆହ୍ବାନ ସୃଷ୍ଟି କରିଛି ସେତିକି ଉତ୍ତରଦାୟିତ୍ୱ ମଧ୍ୟ ବଢ଼ାଇ ଦେଇଛି। ତେବେ ବିଶେଷକରି କର୍କଟ ରୋଗ କ୍ଷେତ୍ରକୁ ଦେଖିଲେ ଜଣାଯାଏ କରୋନାରେ ସଂକ୍ରମିତ ରୋଗୀ ପୂର୍ବରୁ ଯଦି ଜଣେ ଏହି ରୋଗର ଶିକାର ହୋଇଥାନ୍ତି ତେବେ ତାଙ୍କ ପାଇଁ ଚିକିତ୍ସା ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ତତ୍କାଳ ମଧ୍ୟ। ତେବେ ସବୁଠାରୁ ବଡ଼କଥା ହେଉଛି ସଂଖ୍ୟାତ୍ମକ ଓ ତୁଳନାତ୍ମକ ଭାବେ ବ୍ୟବଧାନକୁ ଦେଖିଲେ ଜଣାପଡ଼େ ଯେ ମହିଳାମାନେ ଅଧିକ ଭାବରେ କର୍କଟ ରୋଗର ଶିକାର ହେଉଛନ୍ତି। ଭାରତରେ ଏବେ କର୍କଟ ରୋଗର ବ୍ୟାପକତା ଚିକିତ୍ସା କ୍ଷେତ୍ରରେ ମୁଣ୍ଡବିନ୍ଧା ବଢାଇଦେଇଛି। ଇଣ୍ଡିଆନ କାଉନ୍‌ସିଲ ଫର୍‌ ମେଡିକାଲ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ, ୨୦୨୧ ବେଳକୁ ୧୮ଲକ୍ଷ ନୂଆ କର୍କଟ ରୋଗୀ ପୁରୁଣା ରୋଗୀଙ୍କ ସଂଖ୍ୟା ସହିତ ଯୋଡ଼ି ହୋଇଯାଇଥିବେ ଏବଂ ଏଥିରେ ମୃତକଙ୍କ ସଂଖ୍ୟା ବର୍ଷକୁ ୮ଲକ୍ଷରେ ପହଞ୍ଚତ୍ଥିବ। ପୁଣି ଯାହା ଆହୁରି ଅଧିକ ପ୍ରଣିଧାନଯୋଗ୍ୟ ତାହା ହେଲା ଆମ ଦେଶରେ ମହିଳା କର୍କଟ ରୋଗୀଙ୍କ ସଂଖ୍ୟା ପୁରୁଷମାନଙ୍କ ତୁଳନାରେ ଅଧିକ। ପୃଥିବୀରେ ଯେଉଁ ଧାରା ସର୍ବତ୍ର ପରିଦୃଷ୍ଟ ହୁଏ, ତାହା ହେଲା କର୍କଟ ରୋଗଗ୍ରସ୍ତଙ୍କ ଭିତରେ ପୁରୁଷ ବହୁଳତା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ଆକଳନରୁ ଜଣାପଡ଼ିଛି ଯେ ବିଶ୍ୱ ସ୍ତରରେ କର୍କଟ ରୋଗାକ୍ରାନ୍ତ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ପ୍ରାୟ ୨୫ପ୍ରତିଶତ ଅଧିକ। କିନ୍ତୁ ଭାରତରେ ସ୍ଥିତି ତା’ର ଓଲଟା। ଆମ ଦେଶରେ ମହିଳାମାନେ ମୁଖ୍ୟତଃ ଜରାୟୁ ଗ୍ରୀବା କର୍କଟ, ସ୍ତନ କର୍କଟ ଏବଂ ଫୁସ୍‌ଫୁସ୍‌ କର୍କଟରେ ଅଧିକ ଆକ୍ରାନ୍ତ ହୋଇଥାଆନ୍ତି। ଆଇସିଏମ୍‌ଆର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଆମ ଦେଶରେ ପ୍ରତି ୮ମିନିଟରେ ଜଣେ ମହିଳା ଜରାୟୁ କର୍କଟ ରୋଗରେ ପ୍ରାଣ ହରାଉଥିବା ବେଳେ ସ୍ତନ କର୍କଟ ବୋଲି ଚିହ୍ନିତ ହେଉଥିବା ପ୍ରତି ଦୁଇ ଜଣ ମହିଳାଙ୍କ ଭିତରୁ ଜଣେ ପ୍ରାଣ ହରାନ୍ତି।
ଏ ସମ୍ପର୍କରେ ଅନୁଧ୍ୟାନ ପରେ ଯେଉଁ ଧାରାଟି ସ୍ପଷ୍ଟ ହୋଇଛି ତାହା ହେଲା ଆମ ଦେଶରେ ଯେମିତି ଅଧିକ ସଂଖ୍ୟକ ମହିଳା କର୍କଟରେ ଆକ୍ରାନ୍ତ ହୁଅନ୍ତି, ସେମିତି ସେମାନଙ୍କ ଆରୋଗ୍ୟ ଲାଭ କରିବାର ସଂଖ୍ୟା ମଧ୍ୟ ତୁଳନାତ୍ମକ ଭାବେ ପୁରୁଷମାନଙ୍କଠାରୁ କମ୍‌। ଏହାର ଯେଉଁ ଦୁଇଟି କାରଣ ଦର୍ଶାଯାଉଛି ତାହା ପରସ୍ପରର ବିରୋଧୀ ଜଣାପଡ଼ୁଥିଲେ ବି ବାସ୍ତବ ଓ ପ୍ରାସଙ୍ଗିକ। ପ୍ରଥମ କାରଣଟି ହେଲା ଭାରତୀୟ ପରିବାରରେ କୌଣସି ରୋଗର ନିଦାନ ଓ ଚିକିତ୍ସା ଲାଗି ମହିଳାମାନଙ୍କୁ ଡାକ୍ତରମାନଙ୍କ ପାଖକୁ ନିଆଯିବାରେ ବିଳମ୍ବ କରାଯାଉଥିବାରୁ ଅନେକ କ୍ଷେତ୍ରରେ କର୍କଟ ଭଳି ରୋଗ ନିରୂପିତ ହେବାରେ ଡେରି ହୋଇଯାଏ, ଯାହା ଆରୋଗ୍ୟ ଲାଭ କରିବାର ସମ୍ଭାବନାକୁ ଖୁବ୍‌ ସଂକୁଚିତ କରିଦିଏ। ଦ୍ୱିତୀୟ କାରଣଟି ହେଲା ସନ୍ତାନ ଜନ୍ମ ଲାଗି ଏପରି କି ଭ୍ରୂଣର ଲିଙ୍ଗ ନିରୂପଣ ଲାଗି ମହିଳାମାନେ ଅଧିକରୁ ଅଧିକ ସଂଖ୍ୟାରେ ଅଲଟ୍ରା ସାଉଣ୍ଡ କରାଇଥାଆନ୍ତି। ଅନେକ ସମୟରେ କର୍କଟ ରୋଗ ଏଥିରୁ ଦୈବାତ ଧରାପଡ଼ିଯାଏ। ଏଭଳି ମାମଲାରେ ରୋଗୀଙ୍କ ଭଲ ହେବାର ସମ୍ଭାବନା ଅଧିକ ଥାଏ। ଏହି କାରଣରୁ ଆମ ଦେଶରେ ୪୫ ବର୍ଷ ବୟସରୁ ୫୦ ବର୍ଷ ବୟସ ଭିତରେ ଅଧିକରୁ ଅଧିକ ସଂଖ୍ୟକ ମହିଳାଙ୍କଠାରେ କର୍କଟ ରୋଗ ନିରୂପିତ ହେଉଥିବା ଦେଖାଯାଉଛି। ଏସବୁ ମଧ୍ୟରେ ଏକ ଆଶ୍ୱସ୍ତର ପ୍ରସଙ୍ଗ ହେଉଛି ଏହା ଯେ ଆଜିକୁ ଦୁଇବର୍ଷ ତଳୁ କେନ୍ଦ୍ର ସରକାର କର୍କଟ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଔଷଧର ମୂଲ୍ୟ କମ୍‌ କରିଦେଇଛନ୍ତି କାରଣ ଏହା ପୂର୍ବରୁ କର୍କଟ ରୋଗର ଔଷଧ ଦାମ୍‌ ଅଧିକ ହୋଇଥିବାରୁ ବିଶେଷକରି ଗଁା ଗଣ୍ଡାରେ ରହୁଥିବା ମହିଳା, ଅସ୍ବଚ୍ଛଳ, ଅଶିକ୍ଷିତବର୍ଗ ଓ ସର୍ବୋପରି ସଚେତନହୀନ ମହିଳାମାନେ ଏକ ପ୍ରକାର ସେମାନଙ୍କ ଜୀବନକୁ ସତେଯେପରି ନର୍କ ଭିତରେ ଆବିଷ୍କାର କରିଥାନ୍ତି। ତେବେ କର୍କଟ ନିରୂପଣ କରାଯିବା ତ ଅଲଗା କଥା। ପ୍ରଥମ କଥା ହେଲା ଅଧିକରୁ ଅଧିକ ସଂଖ୍ୟକ ମହିଳା କର୍କଟ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି କାହିଁକି? ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ବାହାର କରାଯାଇପାରିବ ନାହିଁ। ଜୀବନ ଶୈଳୀରେ ଅବ୍ୟବସ୍ଥା, ଉଚ୍ଚ ସ୍ନେହସାରଜାତୀୟ ଖାଦ୍ୟ ତଥା ପ୍ରଦୂଷଣ ଭାରତରେ କର୍କଟ ରୋଗ ବଢ଼ିବା ପଛରେ ଥିବା ପ୍ରମୁଖ କାରଣ। ଉଭୟ ମହିଳା ଓ ପୁରୁଷମାନଙ୍କ ଲାଗି ଏହା ସମାନ ଭାବେ ଲାଗୁ। କିନ୍ତୁ ରୋଗ ନିରୂପଣରେ ମହିଳାମାନଙ୍କ ସଂଖ୍ୟା ପୁରୁଷମାନଙ୍କଠାରୁ ଅଧିକ ବୋଲି ଗବେଷକମାନଙ୍କ ମତ। କରୋନା ଆକ୍ରାନ୍ତ ମହିଳାମାନେ ବର୍ତ୍ତମାନର ସମୟରେ କର୍କଟ ରୋଗକୁ ସାମ୍ନା କଲେ ସେମାନଙ୍କ ପାଇଁ ଉନ୍ନତ ଓ ସ୍ବତନ୍ତ୍ର ଚିକିତ୍ସା ଲୋଡ଼ା।

ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
dr.madhupradhan009@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri