କେବେ କରୁଥିଲେ ଡେଟ୍‌, ଏବେ ପରସ୍ପରର…

ବମ୍ବେ: ପ୍ରେମରେ ଭଟ୍ଟା ପଡ଼ିଲେ ସମ୍ପର୍କ ତୁଟିଯାଏ। ହେଲେ ବଲିଉଡ୍‌ରେ ଏଭଳି ଅନେକେ କଳାକାର ଅଛନ୍ତି ଯେଉଁମାନେ ପ୍ରେମ ସମ୍ପର୍କ ତୁଟିବା ପରେ ବି ଭଲ ବନ୍ଧୁ ହୋଇ ରହିଛନ୍ତି। ସେମାନେ ପରସ୍ପରର ସମ୍ମାନ କରିବା ସହ ଖୁସିରେ ଆଗକୁ ବଢ଼ି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ଅଭିନେତା ରଣବିର କପୁର ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଡେଟ୍‌ କରୁଛନ୍ତି। ହେଲେ ଦିନେ ସେ ଦୀପିକା ପାଦ୍ୟୁକୋନ୍‌ଙ୍କ ପ୍ରେମିକ ଥିଲେ। ସମ୍ପର୍କ ତୁଟିଥିଲା, ମନ ଖଟା ହୋଇଥିଲା, କଷ୍ଟ ବି ହୋଇଥିଲା। ହେଲେ ସମୟ ବଦଳିବା ସହ ସବୁକିଛି ସାମାନ୍ୟ ହୋଇଥିଲା। ଏବେ ସେମାନେ ପରସ୍ପରର ଭଲ ବନ୍ଧୁ। ବାହାରେ ହେଉ ଅବା କାମରେ ଉଭୟ ଉଭୟଙ୍କୁ ଭେଟିଲେ ମୁହଁ ବୁଲାଇ ଚାଲିଯିବା ପରିବର୍ତ୍ତେ ଭଲରେ କଥା ହୋଇଥାନ୍ତି। ଅପରପକ୍ଷେ ଦୀପିକା ମଧ୍ୟ ରଣବୀର ସିଂହଙ୍କ ସହ ସୁଖୀ ବୈବାହିକ ଜୀବନ ଅତିବାହିତ କରିଛନ୍ତି।

ଏକଦା ସଲମାନଙ୍କୁ ଛାଡ଼ି ରଣବିର କପୁରଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲେ ସୁନ୍ଦରୀ କଟ୍ରିନା କୈଫ। ହେଲେ ସେମାନେ ଅଲଗା ହେବା ପରେ ଉଭୟ ଭଲ ବନ୍ଦୁ ପାଲଟିଛନ୍ତି। ଏବେ କଟ୍ରିନା ବିକ୍କି କୌଶଲଙ୍କୁ ଡେଟ୍‌ କରୁଛନ୍ତି।

ପ୍ରଥମେ ପ୍ରେମ, ପରେ ବିବାହ, ଶେଷରେ ଛାଡ଼ପତ୍ର ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ଅଭିନେତା ହ୍ରିତିକ ରୋଶନ-ସୁଜୈନ ଖାନ୍‌। ବିବାହରୁ ଅଲଗା ହେବା ପରେ ମଧ୍ୟ ଉଭୟ ଭଲ ବନ୍ଧୁ ଭାବେ ପରସ୍ପରସହ ନଜର ଆସୁଛନ୍ତି। ଏକାଠି ଛୁଟି କାଟିବା ସହ ଏକାଠି ମଧ୍ୟ ରହୁଛନ୍ତି।

କରିନା-ଶାହିଦ, ରଣବୀର ସିଂହ-ଅନୁଷ୍କା ଶର୍ମା, ସଲମାନ-ସଙ୍ଗୀତା ବିଜଲାନୀ, ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ, ବିପାଶା ବସୁ-ଡିନୋ ମୋର଼୍ୟା ମଧ୍ୟ ବ୍ରେକ୍‌ଅପ୍‌ ପରେ ପରସ୍ପରର ବନ୍ଧୁ ପାଲଟି ଉଦାହରଣ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରଓ୍ବାଚୌଥରେ ହେଲା ଶ୍ୱେତା-ଆଦିତ୍ୟଙ୍କ ରୋକା

ମୁମ୍ବାଇ: ବଲିଉଡ୍‌ର ନାଁକରା ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ତଥା ଗାୟକ ଆଦିତ୍ୟ ନାରାୟଣ ବର୍ତ୍ତମାନ ନିଜ ବିବାହକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ବୁଧବାର...

ରାଣୀ, ମୁଁ କାନ୍ଦି ପାରିବି କି?

ବୋନି କପୁର ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଖୁବ୍‌ଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ...

ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା

ପଶ୍ଚିମବଙ୍ଗରେ ପୁଣି ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ବେଡିଆଡଙ୍ଗାରେ ଜଣେ ୧୮ ବର୍ଷୀୟା ମଡେଲ ସରସ୍ବତୀ ଦାସ ଫ୍ୟାନରେ ଝୁଲି ପଡ଼ି ଆତ୍ମହତ୍ୟା କରିଛନ୍ତି। ଗତ...

ଫ୍ଲପ ଫିଲ୍ମକୁ ଖରାପ ବୋଲି କହିଲେ ଭିକ୍କି

ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ଏବେ ତାଙ୍କ ଅଭିନୀତ ମୁଭି ‘ଗୋବିନ୍ଦା ନାମ ମେରା’କୁ ନେଇ ଅଛନ୍ତି ଖୁବ ଚର୍ଚ୍ଚାରେ । ଏହାକୁ ଦର୍ଶକଙ୍କ...

ଓଟିଟିରେ ରିଲିଜ ହେବ ସଞ୍ଜୟଙ୍କ ଏହି ଫିଲ୍ମ

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ସମସ୍ତ ହଲ୍‌ ବନ୍ଦ ରହିଛି। ଫଳରେ ପ୍ରଯୋଜକମାନେ ଫିଲ୍ମ ରିଲିଜ୍‌ ପାଇଁ ଏବେ ଡିଜିଟାଲ ପ୍ଲାଟଫର୍ମକୁ ଚୟନ କରିଛନ୍ତି। ଏହି...

ରାଜନୀତି ମୈଦାନକୁ ଓହ୍ଲାଇଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ

ପାଟନା,୧୫।୧୦: ବଲିଉଡ୍‌ ଅଭିନେତା ତଥା ବିହାରୀ ବାବୁ ଶତ୍ରୁଘ୍ନ ସିହ୍ନା ପୁଅ ଲଭ୍‌ ସିହ୍ନାଙ୍କୁ ରାଜନୀତି ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ...

ପ୍ରଥମେ ରାଣୀ ପରେ ତବୁ

ନାମୀ ନିର୍ଦ୍ଦେଶିକା ମୀରା ନାୟାର ୨୦୦୬ରେ ନିର୍ମାଣ କରିଥିଲେ ‘ନେମସେକ୍‌’। ଏହି ଫିଲ୍ମର କାଷ୍ଟିଂ ବିଷୟରେ ଆଲୋଚନା ସମୟରେ ସେ ପ୍ରଥମେ ରାଣୀ ମୁଖାର୍ଜୀଙ୍କୁ ଚଏସ...

ଭଲ କଳାକାରଙ୍କ ପାଇଁ ଯଥେଷ୍ଟ ସୁଯୋଗ ଅଛି

ମୁମ୍ବାଇ: ଭଲ କଳାକାରଙ୍କ ପାଇଁ ସିନେମାରେ ଯଥେଷ୍ଟ ସୁଯୋଗ ଅଛି ବୋଲି ବଲିଉଡ ଅଭିନେତ୍ରୀ ରିଚା ଚଢ଼ା ପ୍ରକାଶ କରିଛନ୍ତି। ଉକ୍ତ ଅଭିନେତ୍ରୀ ୨୦୦୮ରେ ପ୍ରଥମ...

Advertisement
Archives

Model This Week