କେବେ କରୁଥିଲେ ଡେଟ୍‌, ଏବେ ପରସ୍ପରର…

ବମ୍ବେ: ପ୍ରେମରେ ଭଟ୍ଟା ପଡ଼ିଲେ ସମ୍ପର୍କ ତୁଟିଯାଏ। ହେଲେ ବଲିଉଡ୍‌ରେ ଏଭଳି ଅନେକେ କଳାକାର ଅଛନ୍ତି ଯେଉଁମାନେ ପ୍ରେମ ସମ୍ପର୍କ ତୁଟିବା ପରେ ବି ଭଲ ବନ୍ଧୁ ହୋଇ ରହିଛନ୍ତି। ସେମାନେ ପରସ୍ପରର ସମ୍ମାନ କରିବା ସହ ଖୁସିରେ ଆଗକୁ ବଢ଼ି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ଅଭିନେତା ରଣବିର କପୁର ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଡେଟ୍‌ କରୁଛନ୍ତି। ହେଲେ ଦିନେ ସେ ଦୀପିକା ପାଦ୍ୟୁକୋନ୍‌ଙ୍କ ପ୍ରେମିକ ଥିଲେ। ସମ୍ପର୍କ ତୁଟିଥିଲା, ମନ ଖଟା ହୋଇଥିଲା, କଷ୍ଟ ବି ହୋଇଥିଲା। ହେଲେ ସମୟ ବଦଳିବା ସହ ସବୁକିଛି ସାମାନ୍ୟ ହୋଇଥିଲା। ଏବେ ସେମାନେ ପରସ୍ପରର ଭଲ ବନ୍ଧୁ। ବାହାରେ ହେଉ ଅବା କାମରେ ଉଭୟ ଉଭୟଙ୍କୁ ଭେଟିଲେ ମୁହଁ ବୁଲାଇ ଚାଲିଯିବା ପରିବର୍ତ୍ତେ ଭଲରେ କଥା ହୋଇଥାନ୍ତି। ଅପରପକ୍ଷେ ଦୀପିକା ମଧ୍ୟ ରଣବୀର ସିଂହଙ୍କ ସହ ସୁଖୀ ବୈବାହିକ ଜୀବନ ଅତିବାହିତ କରିଛନ୍ତି।

ଏକଦା ସଲମାନଙ୍କୁ ଛାଡ଼ି ରଣବିର କପୁରଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲେ ସୁନ୍ଦରୀ କଟ୍ରିନା କୈଫ। ହେଲେ ସେମାନେ ଅଲଗା ହେବା ପରେ ଉଭୟ ଭଲ ବନ୍ଦୁ ପାଲଟିଛନ୍ତି। ଏବେ କଟ୍ରିନା ବିକ୍କି କୌଶଲଙ୍କୁ ଡେଟ୍‌ କରୁଛନ୍ତି।

ପ୍ରଥମେ ପ୍ରେମ, ପରେ ବିବାହ, ଶେଷରେ ଛାଡ଼ପତ୍ର ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ଅଭିନେତା ହ୍ରିତିକ ରୋଶନ-ସୁଜୈନ ଖାନ୍‌। ବିବାହରୁ ଅଲଗା ହେବା ପରେ ମଧ୍ୟ ଉଭୟ ଭଲ ବନ୍ଧୁ ଭାବେ ପରସ୍ପରସହ ନଜର ଆସୁଛନ୍ତି। ଏକାଠି ଛୁଟି କାଟିବା ସହ ଏକାଠି ମଧ୍ୟ ରହୁଛନ୍ତି।

କରିନା-ଶାହିଦ, ରଣବୀର ସିଂହ-ଅନୁଷ୍କା ଶର୍ମା, ସଲମାନ-ସଙ୍ଗୀତା ବିଜଲାନୀ, ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ, ବିପାଶା ବସୁ-ଡିନୋ ମୋର଼୍ୟା ମଧ୍ୟ ବ୍ରେକ୍‌ଅପ୍‌ ପରେ ପରସ୍ପରର ବନ୍ଧୁ ପାଲଟି ଉଦାହରଣ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri