ଜଣେ ସାଧାରଣ ଲୋକ ଲଢିପାରିବେ କି ରାଷ୍ଟ୍ରପତି ନିର୍ବାଚନ? ଜାଣନ୍ତୁ ଏହାର ପ୍ରକ୍ରିୟା

ଓ୍ବାଶିଂଟନ୍‌,୩।୧୧: ଆମେରିକାରେ ଆଗକୁ ଅଛି ରାଷ୍ଟ୍ରପତି ନିର୍ବାଚନ । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନ୍ୟ ନିର୍ବାଚନଠାରୁ ଅଲଗା। ଏଠାରେ ଇଲେକ୍ଟର କଲେଜ ଦ୍ୱାରା ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ତେବେ ଏହି ନିର୍ବାଚନ ପକ୍ରିୟା କିପରି ହୁଏ ଆପଣ ଜାଣିଛନ୍ତି କି?

ଭାରତ ଭଳି ଆମେରିକା ସଂସଦରେ ବି ଦୁଇଟି ସଦନ ରହିଛି। ପ୍ରଥମଟି ହାଉସ ଅଫ ରିପ୍ରେଜେଣ୍ଟେଟିଭ ଯାହାକୁ ପ୍ରତିନିଧି ସଭା ମଧ୍ୟ କୁହାଯାଏ। ଏହାର ସଦସ୍ୟ ସଂଖ୍ୟା ୪୩୫। ଅନ୍ୟ ସଦନ ସିନେଟରେ ୧୦୦ ଜଣ ସଦସ୍ୟ ରହିଥାନ୍ତି। ଏହା ବ୍ୟତୀତ ଆମେରିକାର ୫୧ତମ ରାଜ୍ୟ କଲମ୍ବିଆର ୩ ଜଣ ସଦସ୍ୟ ମଧ୍ୟ ଆସିଥାନ୍ତି। ଏଭଳି ଭାବେ ସଂସଦରେ ମୋଟ ୫୩୮ ସଦସ୍ୟ ରହିଥାନ୍ତି।

ତେବେ କିପରି ହୁଏ ଆମେରିକା ରାଷ୍ଟ୍ରପତି ନିର୍ବାଚନ? ଆମେରିକାର ସାଧାରଣ ଭୋଟରମାନେ ପ୍ରଥମେ ଭୋଟ ଦେଇ ଇଲେକ୍ଟରମାନଙ୍କୁ ନିର୍ବାଚିତ କରିଥାନ୍ତି। ପୂରା ଆମେରିକାରୁ ମୋଟ ୫୩୮ ଜଣ ଇଲେକ୍ଟର ନିର୍ବାଚିତ ହୋଇଥାନ୍ତି। ଏହି ଇଲେକ୍ଟରମାନେ ହିଁ ଆମେରିକାର ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଭୋଟ ଦେଇଥାନ୍ତି। ଯେଉଁ ପ୍ରାର୍ଥୀଙ୍କୁ ୫୩୮ ଇଲେକ୍ଟରଙ୍କ ଭିତରୁ ୨୭୦ ଜଣ ଇଲେକ୍ଟରଙ୍କ ଭୋଟ ମିଳିଥାଏ। ସେହି ପ୍ରାର୍ଥୀ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥାନ୍ତି। ଅର୍ଥାତ, ଆମେରିକାର ଭୋଟରମାନେ ପରୋକ୍ଷ ଭାବେ ସେମାନଙ୍କର ରାଷ୍ଟ୍ରପତି ନିର୍ବାଚିତ କରିଥାନ୍ତି।

ଆମେରିକା ରାଷ୍ଟ୍ରପତି ହେବା ପାଇଁ ପ୍ରାର୍ଥୀଙ୍କ ଜନ୍ମ ଆମେରିକାରେ ହିଁ ହୋଇଥିବା ଆବଶ୍ୟକ। ସେ ୧୪ ବର୍ଷ ଦେଶରେ ବାସ କରିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୩୫ ବର୍ଷ ହୋଇଥିବା ଆବଶ୍ୟକ। ଏଥିସହ ପ୍ରାର୍ଥୀଙ୍କୁ ଇଂରାଜୀ ଭାଷା ଆସୁଥିବା ଆବଶ୍ୟକ। ରାଷ୍ଟ୍ରପତି ନିର୍ବାଚନ ୫୩୮ ଇଲେକ୍ଟର୍ସ କରିଥାନ୍ତି। ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ୨୭୦ ଇଲେକ୍ଟୋରଲ ମତ ହାସଲ କରିବା ଆବଶ୍ୟକ। ଆମେରିକା ଆଇନ ଅନୁସାରେ ରାଷ୍ଟ୍ରପତି ପଦ ପାଇଁ ଦୁଇଟି କାର୍ଯ୍ୟକାଳ ପରେ କୌଣସି ବ୍ୟକ୍ତି ତୃତୀୟ ଥର ପାଇଁ ନିର୍ବାଚନ ଲଢିପାରିବେ ନାହିଁ।

ଆମେରିକାରେ ପ୍ରତି ଚାରିବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ। ଆମେରିକା ସମ୍ବିଧାନ ଅନୁଯାୟୀ ଏହାର ସ୍ଥାୟୀ ଦିବସ ମଧ୍ୟ ଧାର୍ଯ୍ୟ କରାଯାଇଛି। ନଭେମ୍ବର ମାସର ପ୍ରଥମ ସୋମବାର ପରେ ପରବର୍ତ୍ତୀ ମଙ୍ଗଳବାର ଦିନ ହିଁ ଆମେରିକାରେ ନିର୍ବାଚନ ହୋଇଥାଏ। ଆମେରିକାରେ ଦ୍ୱି-ଦଳୀୟ ବ୍ୟବସ୍ଥା ଥିବାରୁ ସେଠାରେ ରିପବ୍ଲିକାନ ଓ ଡେମୋକ୍ରାଟିକ ନାମକ ଦୁଇଟି ଦଳ ପ୍ରାର୍ଥୀ ଦେଇଥାନ୍ତି। ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ଜଣକୁ ଇଲେକ୍ଟରାଲ କଲେଜ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥାନ୍ତି।

ଆମେରିକାରେ ନିର୍ବାଚନର ଦିନ ଓ ମାସ ସ୍ଥିରୀକୃତ ହୋଇ ରହିଛି। ଏଠାରେ ସବୁବେଳେ ନିର୍ବାଚନ ନଭେମ୍ବର ମାସର ପ୍ରଥମ ସୋମବାରର ପର ଦିନ ପଡୁଥିବା ମଙ୍ଗଳବାର ହିଁ ହୋଇଥାଏ। ମାତ୍ର ଏଠାରେ ୬୦ ଦିନ ପୂର୍ବରୁ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହି ଅବଧିରେ ଆମେରିକା ବାହାରେ ରହୁଥିବା ଲୋକେ ମଧ୍ୟ ଅନଲାଇନରେ ଭୋଟ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?