କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା: ଶର୍ମିଷ୍ଠାଙ୍କୁ ଧରିବା ପାଇଁ ୩ ଟିମ୍‌ ଗଠନ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ୩ଟି ଟିମ୍‌ ଗଠନ କରିଛନ୍ତି। ଦୁଇଟି ଟିମ୍‌ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ବେଳେ ଆଉ ଗୋଟିଏ ଟିମ୍‌ ରାଜ୍ୟ ବାହାରକୁ ଯାଉଛି। ଚାନ୍ଦବାଲି ଥାନା ଆଇଆଇସି କରୁଣାକର ରାଉତଙ୍କ ନେତୃତ୍ୱରେ ଏକ ଟିମ୍‌ ରାଜ୍ୟ ବାହାରକୁ ଯାଉଛି। ଟିମ୍‌ ଗଠନ ନେଇ ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ନୟାଗଡ଼ ଜିଲା ରଣପୁର ଥାନା ଗୋଡ଼ିପୋଖରୀର ମାନସ ସ୍ବାଇଁ ଭୁବନେଶ୍ୱରରେ ‘ସମ୍ପୂର୍ଣ୍ଣା’ ନାମକ ଏକ ଓ୍ବେବ୍‌ ପୋର୍ଟାଲରେ କ୍ୟାମେରା ମ୍ୟାନ ଭାବେ କାମ କରୁଥିଲେ। କାମ କରିବାର କିଛି ଦିନ ପରେ ଚାକିରି ଛାଡ଼ି ଦେଇଥିଲେ। ଚାକିରି ଛାଡ଼ିବା ବେଳେ ମାନସ ଓ୍ବେବ୍‌ ପୋର୍ଟାଲର କିଛି ଗୁପ୍ତ ତଥ୍ୟ ଥିବା ମେମୋରି ଚିପ୍‌ ନେଇଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ମେମୋରି ଚିପ ଫେରାଇବାକୁ ମାନସଙ୍କୁ ଅନୁରୋଧ କରିଥିଲେ। ମାନସ ନ ଫେରାଇବା ପରେ ତାଙ୍କୁ ସବୁଦିନ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ଶର୍ମିଷ୍ଠା।

ଯୋଜନା ମୁତାବକ ମାନସ ଚାନ୍ଦବାଲିରୁ ଫେରୁଥିବା ବେଳେ ଅପହରଣ କରିନେଇଥିଲେ। ତା’ପରେ ତାଙ୍କୁ ମାରି ପୋତି ଦେଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା। ମାତ୍ର ଏବେ ମଧ୍ୟ ୩ ଜଣ ଫେରାର ଅଛନ୍ତି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠାଙ୍କୁ ଧରିବା ପାଇଁ ପୋଲିସ ରାଜ୍ୟ ବାହାରକୁ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିପୁର ବନାଞ୍ଚଳରୁ ବିପୁଳ ପରିମାଣର ଶାଳକାଠ ଜବତ

ନୂଆଗାଁ, ୨୨।୧୦(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ମହିତମା ଫରେଷ୍ଟ ସେକ୍ସନ ଅଧୀନ ନୂଆଗାଁ ଭାଲିଆପଦର ଗ୍ରାମ ନିକଟରୁ ବୁଧବାର ବନ ବିଭାଗ...

ନୟାଗଡ଼ର ଭାପୁରରେ କରୋନା ସନ୍ଦିଗ୍ଧ: ଆକ୍ରାନ୍ତ ରୋଗୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ନୟାଗଡ ଅଫିସ/ଭାପୁର,୧୩।୩(ଡି.ଏନ୍‌.ଏ.): ନୟାଗଡ ଜିଲା ଭାପୁର ବ୍ଲକରେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ କରୋନା ହୋଇଥିବା ସନ୍ଦେହ କରାଯାଉଛି । ଗୁରୁବାର ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ...

ରାତିପାହିଲେ ସାବିତ୍ରୀ: କେନ୍ଦୁଝର ବଜାରରେ ବଢ଼ୁଛି ଜଙ୍ଗଲୀ ଫଳର ଚାହିଦା

କେନ୍ଦୁଝର,୨।୬( ସ୍ବ.ପ୍ର.): ରାତିପାହିଲେ ସାବିତ୍ରୀ ବ୍ରତ। ଏହି ଉପଲକ୍ଷେ କେନ୍ଦୁଝର ସହରର ଫଳ ବଜାରରେ ଲୋକଙ୍କ ଭିଡ଼ ଲାଗିଛି। ଏହା ମଧ୍ୟରେ ଜଙ୍ଗଲୀ ଫଳର ଆସର...

ମୃତଦେହ ରଖି ଜିଲାପାଳଙ୍କ କାର୍ଯାଳୟ ଘେରିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ,୨୬।୮: କନ୍ଧମାଳ ଜିଲା ଫୁଲବାଣୀ ସହର ନିକଟ ଡାକପାଲା ଡ୍ୟାମ୍‌ରେ ଜଣେ ବାଇକ୍‌ ଆରୋହୀ ଭସିଯାଇଥିଲେ। ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି...

ଦିଲ୍ଲୀରୁ ନାଇଜେରୀୟ ଦମ୍ପତି ଗିରଫ

ବାଲେଶ୍ୱର ଅଫିସ,୨୮।୮: ବାଲେଶ୍ୱର ସହରର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ହନିଟ୍ରାପରେ ଫସାଇ ୩୦ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ ଏକ ନାଇଜେରୀୟ ଦମ୍ପତିଙ୍କୁ ସାଇବର ଥାନା...

‘ରାଜ୍ୟରେ ଦଳିତ ବର୍ଗ ନ୍ୟାୟରୁ ବଞ୍ଚିତ’

ଅନୁଗୋଳ ଅଫିସ, ୧୯।୯:ରାଜ୍ୟରେ ଅନୁସୂଚିତ ବର୍ଗ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ସେମାନଙ୍କ ବିକାଶ ଲାଗି ଆସୁଥିବା କେନ୍ଦ୍ରୀୟ ଅନୁଦାନ ହଡ଼ପ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ...

ଦୁଇ କୃଷସାର ମୃଗ ମଧ୍ୟରେ ଲଢ଼େଇ: ଆହତକୁ ଉଦ୍ଧାର କଲା ବନ ବିଭାଗ

ବୁଗୁଡ଼ା,୨୨ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଚକରାପଲ୍ଲୀ ଗ୍ରାମ ନିକଟରେ ଥିବା ଏକ ବିଲରୁ ବୁଧବାର ସକାଳେ ଆହତ ଅବସ୍ଥାରେ ୫ ବର୍ଷର ଅଣ୍ଡିରା...

ଆଜିଠୁ ବାଲିଯାତ୍ରା

କଟକ ଅଫିସ, ୧୨ା୧୧: ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା। ଏହାକୁ ନେଲ ଚଳଚଞ୍ଚଳ ହୋଇଉଠିଛି କଟକ ସହର। ପଡିଆର ଉଭୟ ପଟେ ପାଖାପାଖି...

Advertisement
Archives

Model This Week