Posted inଜାତୀୟ

ସ୍ବାମୀଙ୍କୁ ଡରୁଆ-ବେକାର କହିବା, ମାତାପିତାଙ୍କ ଠାରୁ ଅଲଗା କରିବା ହୋଇ ପାରିବ ଛାଡ଼ପତ୍ରର ଆଧାର: ହାଇକୋର୍ଟ…

କୋଲକାତା,୧୦।୪ : ଏକ ଛାଡ଼ପତ୍ର ମାମଲାର ଶୁଣାଣି ବେଳେ କଲିକତା ହାଇକୋର୍ଟ କହିଛନ୍ତି ଯେ ମାନସିକ ନିର୍ଯାତନା ଆଧାରରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ପାଇପାରିବେ। ଯଦି ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ମାତାପିତାଙ୍କଠାରୁ ଅଲଗା ହେବାକୁ ବାଧ୍ୟ କରନ୍ତି କିମ୍ବା ତାଙ୍କୁ ଡରୁଆ ଏବଂ ବେକାର ବୋଲି କୁହନ୍ତି, ତେବେ ସ୍ବାମୀ ମଧ୍ୟ ଛାଡପତ୍ର ଦେଇପାରନ୍ତି । ସୁଷମା ପାଲ ମଣ୍ଡଳଙ୍କର ଛାଡପତ୍ର ମାମଲାର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ସ୍ବାମୀଙ୍କୁ ତାଙ୍କ ପିତାମାତାଙ୍କୁ ଛାଡ଼ି ଅନ୍ୟ କୌଣସି ସ୍ଥାନରେ ରହିବାକୁ କହିବା ମଧ୍ୟ ମାନସିକ ନିର୍ଯାତନା। ଏହିପରି କାର୍ଯ୍ୟକଳାପ କ୍ରୁରତା ଏବଂ ଆଇନଗତ ଛାଡ଼ପତ୍ରର ଆଧାର ହୋଇ ପାରିବ।

ଛାଡପତ୍ର ମାମଲାରେ ରାୟ ପ୍ରଦାନ କରୁଥିବାବେଳେ କଲିକତା ହାଇକୋର୍ଟର ଜଷ୍ଟିସ ସୋମେନ ସେନ ଏବଂ ଜଷ୍ଟିସ ଉଦୟ କୁମାରଙ୍କ ଏକ ଡିଭିଜନ ବେଞ୍ଚ ସ୍ପଷ୍ଟ ଭାବରେ କହିଛନ୍ତି, ଜଣେ ବ୍ୟକ୍ତି କେବଳ ତାଙ୍କ ସ୍ତ୍ରୀଙ୍କ ଦ୍ୱାରା ମାନସିକ ନିର୍ଯାତନା ଦିଆଯାଉଥିବାର ପ୍ରମାଣ ଦର୍ଶାଇ ଛାଡପତ୍ର ମାମଲା ଦାଖଲ କରିପାରିବେ। ବେଞ୍ଚ କହିଛନ୍ତି ଯେ ଘରୋଇ ସମସ୍ୟା ଏବଂ ଆର୍ଥିକ ଆବଶ୍ୟକତା ପୂରଣ କରିବାରେ ବିବାଦ ବ୍ୟତୀତ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନ୍ୟ କୌଣସି ପ୍ରକାର ସମ୍ପର୍କ ନାହିଁ। ଅନ୍ୟପକ୍ଷରେ ସ୍ବାମୀ ତାଙ୍କ ପିତାମାତାଙ୍କ ଘରୁ ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ଅନ୍ୟ ଏକ ଭଡା ଘରକୁ ଯାଇଥିଲେ। ଏନେଇ ସ୍ତ୍ରୀ ତାଙ୍କୁ ବାଧ୍ୟ କରିଥିଲେ। ସ୍ବାମୀ ଏନେଇ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ମୋଦିଙ୍କ ତ୍ୱଚା ଦେଶର ଭବିଷ୍ୟତ ଅପେକ୍ଷା ଅଧିକ ଉଜ୍ଜ୍ୱଳ: ଏମିତି କାହିଁକି କହିଲେ ଅଭିଜିତ୍‌ ଦୀପକେ

ନୂଆଦିଲ୍ଲୀ,୩୧।୭: ଲୋକ ସଭା ପରେ, ରାଜ୍ୟ ସଭା ଏବେ ପେପର ଲିକ ବିରୋଧୀ ସଂଶୋଧନ ବିଲ,୨୦୨୬କୁ ମଧ୍ୟ ଅନୁମୋଦନ କରିଛି। ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଏହି…

ଅଭିଜିତ ଦୀପକେଙ୍କୁ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ…

ପୁଣି ବିଳମ୍ବିତ ରାତିରେ Video ଜାରି କଲେ ମୋଦି, ପେପର୍‌ ଲିକ୍‌ ମାଫିଆ…

ନୂଆଦିଲ୍ଲୀ,୩୧।୭: ସଂସଦରେ ‘ପେପର ଲିକ୍‌ ନିରୋଧୀ ବିଲ୍‌’ ବା ସାଧାରଣ ପରୀକ୍ଷା(ଅସାଧୁ ଉପାୟ ପ୍ରତିରୋଧ)ସଂଶୋଧନ ବିଲ୍‌ ୨୦୨୬ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ…

ସରକାରଙ୍କ ଏହି ପଦକ୍ଷେପରେ CJP ଅସନ୍ତୁଷ୍ଟ: ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ଦେଲା ଧମକ

ନୂଆଦିଲ୍ଲୀ,୩୧।୭: କକ୍ରୋଚ ଜନତା ପାର୍ଟି (CJP) ଦିଲ୍ଲୀ ସରକାରଙ୍କ ବିଜ୍ଞପ୍ତିକୁ ସ୍ବାଗତ କରିଛି। ୩୬ ଦିନ ଧରି ଚାଲିଥିବା ଛାତ୍ର ପ୍ରତିବାଦ ସହିତ ପଞ୍ଜିକୃତ FIR ସମ୍ପର୍କରେ…

ଟ୍ରମ୍ପଙ୍କ ନୂଆ ପ୍ଲାନ୍! ଆମେରିକାରେ ପଢ଼ି ଚାକିରି କଲେ ଦେବାକୁ ହେବ ଏତେ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଆମେରିକାର ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ…

ଫେରୁଥିଲେ ବ୍ୟବସାୟୀ, ବାଟରେ ଛକିଥିଲା ଯମ: ଘଟିଗଲା ଏମିତି କିଛି…

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି…

ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଲୋକେ କେବଳ ବର୍ଷା ବିପତ୍ାତ୍‌ର ସମ୍ମୁଖୀନ ହୋଇଥିଲେ, ତାହା ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡ଼ ତୋଫାନ ଯୋଗୁ ଜିଲାର ବରଗଡ଼ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri