Posted inଜାତୀୟ

ବନ୍ଦ ପ୍ରଭାବରୁ ଆଲୋଚନା ପାଇଁ ଡାକିଲେ

ନୂଆଦିଲ୍ଲୀ,(ପି.ଟି.)/ଭୁବନେଶ୍ୱର (ବ୍ୟୁରୋ), ୨୮।୯: ବିବାଦୀୟ କୃଷି ଆଇନ ବିରୋଧରେ ସୋମବାର ଦେଶବ୍ୟାପୀ ବନ୍ଦ ପାଳନ କରାଯାଇଥିଲା। ବନ୍ଦ ଯୋଗୁ ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ସମେତ ଭାରତର ବିଭିନ୍ନ ଅଞ୍ଚଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ୩ କୃଷି ଆଇନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକୁ ବର୍ଷେ ପୂରିଥିବାରୁ ୪୦ କୃଷକ ସଂଗଠନର ମହାସଂଘ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ କଂଗ୍ରେସ, ବାମଦଳ ସମେତ ବିଭିନ୍ନ ଦଳ ଓ ସଂଗଠନ ସମର୍ଥନ ଜଣାଇବାରୁ ବିଭିନ୍ନ ଅଞ୍ଚଳରେ ବନ୍ଦ ଜୋର୍‌ଦାର ହୋଇଛି। ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଚାଷୀମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇବା ପରେ କେନ୍ଦ୍ର ସରକାର ନରମିଥିବା ଦେଖାଯାଇଛି। କୃଷକ ନେତାମାନେ ଆନ୍ଦୋଳନ ପନ୍ଥା ଛାଡ଼ି ଆଲୋଚନା ଟେବୁଲ୍‌କୁ ଆସିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆହ୍ବାନ ଦେଇଛନ୍ତି। ସେମାନେ ଉଠାଇଥିବା ଆପତ୍ତି ଅଭିଯୋଗର ସମାଧାନ ପାଇଁ ସରକାର
ପ୍ରସ୍ତୁତ ଥିବା ସେ କହିଛନ୍ତି।
ପୂର୍ବରୁ ସରକାର ଓ କୃଷକ ନେତାମାନଙ୍କମଧ୍ୟରେ ଏକାଧିକ ଥର ଆଲୋଚନା ହୋଇଛି। ଯାହା କିଛି ଅସମାହିତ ରହିଛି ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ। ଚାଷୀ ଆନ୍ଦୋଳନକୁ ରାଜନୀତି ସହ ଯୋଡ଼ା ନ ଯାଉ ବୋଲି ତୋମାର କହିଛନ୍ତି। ସୋମବାର ସକାଳ ୬ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ଯୋଗୁ ବିଭିନ୍ନ ରୁଟ୍‌ରେ ଟ୍ରେନ୍‌ ବାତିଲ ହେବା ସହ କେତେକ ରୁଟ୍‌ରେ ଚଳାଚଳ ବିଳମ୍ବିତ ହୋଇଥିଲା। ଆନ୍ଦୋଳନକାରୀମାନେ ବିଭିନ୍ନ ପ୍ରମୁଖ ଜାତୀୟ ରାଜପଥ
ଅବରୋଧ କରିବା ସହ ଟ୍ରେନ୍‌ ଚଳାଚଳ ବନ୍ଦ କରାଇଥିଲେ। ବିଶେଷ କରି ଉତ୍ତର ଭାରତରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା। ଗାଡ଼ି ଓ ଟ୍ରେନ୍‌ ଚଳାଚଳ ବନ୍ଦ ଯୋଗୁ ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳ, ଗୁରୁଗ୍ରାମ, ଗାଜିଆବାଦ ଏବଂ ନୋଇଡାରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେରଳରେ ଶାସକ ଏଲ୍‌ଡିଏଫ୍‌ ଏବଂ ବିରୋଧୀ ଦଳ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ର ସମର୍ଥନ ଯୋଗୁ ବନ୍ଦ ବେଶ୍‌ ସଫଳ ହୋଇଛି। ଦିଲ୍ଲୀରେ ବନ୍ଦ୍‌ର ବିଶେଷ ପ୍ରଭାବ ଦେଖାଯାଇ ନ ଥିଲେ ମଧ୍ୟ ସହର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଗାଜିଆବାଦ ସମେତ ବିଭିନ୍ନ ସ୍ଥାନରେ ଚାଷୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ପଞ୍ଜାବର ପଟିଆଲା ଏବଂ ହରିୟାଣାରେ ସୋନିପତ୍‌ଠାରେ ଚାଷୀମାନେ ରେଳ ଧାରଣାରେ ବସିରହି ଟ୍ରେନ ଚଳାଚଳ ବନ୍ଦ କରିଥିଲେ। ପଞ୍ଜାବ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ହରିୟାଣାର ବିଭିନ୍ନ ସ୍ଥାନରେ ରାଜପଥ ଅବରୋଧ କରାଯାଇଥିଲା।
ଏହି ଆନ୍ଦୋଳନର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଥିଲା। କଂଗ୍ରେସ ସମେତ ୭ଟି ରାଜନୈତିକ ଦଳ ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ କରି କେନ୍ଦ୍ର ଓ ରାଜ୍ୟ ବିରୋଧୀ ସ୍ଳୋଗାନ ଦେଇଥିଲେ। ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ବନ୍ଦର ପ୍ରଭାବ ନଜରକୁ ଆସିଥିଲା। ଭୁବନେଶ୍ୱର ଏବଂ ବଲାଙ୍ଗୀରର କିଛି ସ୍ଥାନରେ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିବାବେଳେ ସାମାନ୍ୟ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା।

ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୁଅନ୍ତୁ: କଂଗ୍ରେସ

ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେଲା ଚାଷୀମାନେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇବା ସହ ସୋମବାର ସାରା ଭାରତ ବନ୍ଦ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଆଲୋଚନାକୁ ଆସି ଚାଷୀମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଆହ୍ବାନ ଦିଆଯାଇଛି। ସରକାର ଚାଷୀଙ୍କ ଅଭିଯୋଗର ସମାଧାନ କରିବା ପରିବର୍ତ୍ତେ ସେମାନଙ୍କୁ ଦେଶର ଶତ୍ରୁ ଭାବେ ଦର୍ଶାଇବାକୁ ଉଦ୍ୟମ ଚଳାଇଛନ୍ତି। ସେଥିପାଇଁ ଚାଷୀମାନେ ରାସ୍ତାକୁ ଓହ୍ଲାଇଥିବା କଂଗ୍ରେସ କହିଛି। କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନଗୁଡ଼ିକ ବର୍ଷେ ହେଲା ଅହିଂସା ସତ୍ୟାଗ୍ରହ ଚଳାଇଛନ୍ତି। ସରକାର ଏହାକୁ ପସନ୍ଦ କରୁ ନ ଥିବାରୁ ସେମାନେ ଭାରତ ବନ୍ଦ ଡାକରା ଦେଲେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଚାଷୀଙ୍କ ପଛରେ ଆମେ ଏକାଠି ଛିଡ଼ା ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାରକୁ ଚାଲିଯିବ ବୋଲି କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା କହିଛନ୍ତି। ଦେଶର ୬୦ ପ୍ରତିଶତ ଲୋକ ଚାଷୀ। ପ୍ରଧାନମନ୍ତ୍ରୀ ଅହଂକାରୀ ନ ହୋଇ ସେମାନଙ୍କ କଥା ଶୁଣନ୍ତୁ ବୋଲି ଖେରା ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri