ମୁସଲମାନଙ୍କୁ ଆହ୍ବାନ

ଭାରତର ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲ୍‌କିଲ୍ଲା ନିକଟରେ ୧୦ ନଭେମ୍ବରରେ ହୋଇଥିବା କାର୍‌ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ସରକାରୀ ସୂତ୍ର ଅନୁଯାୟୀ ୧୩ରେ ପହଞ୍ଚିଛି। ଘଟଣା ଘଟିଥିବା ସନ୍ଧ୍ୟାରେ ପ୍ରଥମେ ବିଭିନ୍ନ ଖବର ସରବରାହ ସଂସ୍ଥା ମୃତ୍ୟୁ ସଂଖ୍ୟା ୮ରୁ ୧୩କୁ ବୃଦ୍ଧି କରିଥିଲେ। କିଛି ଘଣ୍ଟା ପରେ ସେହି ସଂଖ୍ୟାକୁ ପୁନର୍ବାର ୮କୁ ଖସାଇଥିଲେ। ନଭେମ୍ବର ୧୧ ସକାଳେ ମୃତ୍ୟୁ ସଂଖ୍ୟା ୧୨ ଥିଲା ବେଳେ ସନ୍ଧ୍ୟାରେ କୁହାଗଲା ୧୩। ଅବଶ୍ୟ ବିସ୍ଫୋରଣରେ ଆହତଙ୍କ ମୃତ୍ୟୁ ପରବର୍ତ୍ତୀ ସମୟରେ ଘଟିଥାଇପାରେ ବୋଲି କ୍ରମଶଃ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି, ବିସ୍ଫୋରଣରେ ସମ୍ପୃକ୍ତ ପ୍ରତ୍ୟେକଙ୍କୁ ଖୋଜି ବାହାର କର। ଯଦି ଦିଲ୍ଲୀ ପୋଲିସର ସେଭଳି ଦକ୍ଷତା ଥାଆନ୍ତା ତେବେ ହୁଏତ ଏଭଳି ଦୁଃଖଦ ଘଟଣା ଘଟିପାରି ନ ଥାନ୍ତା। ପୂର୍ବରୁ ଘଟିଥିବା ପହଲଗାମ ଉଗ୍ରବାଦୀ ଆକ୍ରମଣ ପରେ ‘ଅପରେଶନ ସିନ୍ଦୂର’ ନାମରେ ପାକିସ୍ତାନ ଉପରେ ସୀମିତ ଆକ୍ରମଣ କରି ଅନ୍ତର୍ଜାତୀୟ ଚହଳ ପକାଇ ଦିଆଯାଇପାରିଥିଲା। କିନ୍ତୁ ସେଥିରେ ସମ୍ପୃକ୍ତ ହତ୍ୟାକାରୀଙ୍କୁ ଖୋଜି ବାହାର କରାଯିବାର ସ୍ପଷ୍ଟ ଉଦ୍ୟମ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇ ନ ଥିଲା। ୧୦ ନଭେମ୍ବର ଦିଲ୍ଲୀ ଆକ୍ରମଣ ପାଇଁ ବାହ୍ୟ ଦେଶକୁ ଆଳ କରି ନିଜର ଦୁର୍ବଳତା ଘୋଡ଼ାଇବା ସମ୍ଭବପର ନୁହେଁ ବୋଲି ସରକାର ବୁଝିଲେ। ତେବେ ଇସ୍‌ଲାମୀୟ ହିଂସାର ସୀମା କୌଣସି ଜାତୀୟ ସୀମା ମଧ୍ୟରେ ସୀମିତ ରହୁ ନାହିଁ ବୋଲି ପ୍ରମାଣ ମିଳୁଛି। ଦିଲ୍ଲୀ ପରେ ୧୧ ନଭେମ୍ବରରେ ପାକିସ୍ତାନ ରାଜଧାନୀ ଇସ୍‌ଲାମବାଦର ଏକ ଅଦାଲତ ନିକଟରେ କାର୍‌ ବୋମା ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। କୁହାଯାଉଛି ପାକିସ୍ତାନ ବିସ୍ଫୋରଣ ସହିତ ଆଫ୍‌ଗାନିସ୍ତାନର ସମ୍ପର୍କ ରହିଛି।
ଆଜିର ପୃଥିବୀରେ କୌଣସି କଥାକୁ ଅବିଶ୍ୱାସ କିମ୍ବା ବିଶ୍ୱାସ କରିବା କଷ୍ଟକର। ଏବେ ଆମେରିକାର ନ୍ୟୁୟର୍କ ସହରରେ ନିକଟରେ ହୋଇଥିବା ମେୟର ନିର୍ବାଚନରେ ଜୋହରାନ ମାମ୍‌ଦାନୀଙ୍କ ବିଜୟ ବିଶ୍ୱ ମୁସଲମାନ ସମ୍ପ୍ରଦାୟକୁ ଅନେକ ପରିମାଣରେ ମନୋବଳ ଯୋଗାଇ ଦେଇଥାଇପାରେ। ମାମ୍‌ଦାନୀଙ୍କ ମାତା ରାଉରକେଲାରେ ଜନ୍ମ ହୋଇ ଭୁବନେଶ୍ୱରଠାରେ ପାଠ ପଢ଼ିଥାଇପାରନ୍ତି, ହେଲେ ଏହି ମାଟି ସହିତ ତାଙ୍କର ସମ୍ପର୍କ ସେତିକିରେ ଶେଷ। ତାଙ୍କୁ ନେଇ ଓଡ଼ିଶାରେ ଗର୍ବ କରିବାର କୌଣସି କାରଣ ନାହିଁ। ଜୋହରାନଙ୍କ ନ୍ୟୁୟର୍କ ନିର୍ବାଚନରେ ବିଜୟ ସମ୍ଭବତଃ, ଅନ୍ତର୍ଜାତୀୟ ସ୍ତରରେ, ଇସ୍‌ଲାମୀୟ ଚିନ୍ତାଧାରାକୁ ଶକ୍ତିଶାଳୀ କରିଥାଇପାରେ। ଦୀର୍ଘ ସମୟ ଧରି ଇସ୍ରାଏଲ ସହିତ ହମାସର ଯୁଦ୍ଧ ଯୋଗୁ ପୃଥିବୀବ୍ୟାପୀ ଅନେକ ବ୍ୟାଖ୍ୟାନ ସୃଷ୍ଟି ହୋଇଛି। ପାଲେଷ୍ଟାଇନ୍‌ର ପ୍ରକୃତ ଶାସକ ହମାସକୁ ମୂଳପୋଛ କରିବାକୁ ଇସ୍ରାଏଲ ଚେଷ୍ଟା କରୁଥିବା କଥା ସେହି ଇସ୍‌ଲାମୀୟ ଚିନ୍ତାଧାରାକୁ ବ୍ୟକ୍ତ କରିଆସୁଛି। ଉଲ୍ଲେଖ କରାଯାଇପାରେ ଯେ, ହମାସ ଏକ ଆତଙ୍କବାଦୀ ସଙ୍ଗଠନ ଏବଂ ସେମାନେ ପାଲେଷ୍ଟାଇନରେ ସାଧାରଣ ନାଗରିକଙ୍କ ଉପରେ ଅନେକ ଅତ୍ୟାଚାର କରିଆସୁଛନ୍ତି। କିନ୍ତୁ ଇସ୍ରାଏଲକୁ ବିରୋଧ କରି ପାଲେଷ୍ଟାଇନ୍‌ର ସ୍ବାଧୀନତା ପାଇଁ ସ୍ବର ଉତ୍ତୋଳନ କରୁଥିବା ଲୋକମାନେ ବାସ୍ତବରେ ଉଗ୍ରବାଦର ପରୋକ୍ଷ ସମର୍ଥନ କରୁଛନ୍ତି। ସେହିଭଳି ଅନ୍ୟ ଏକ ଉଲ୍ଲେଖନୀୟ ବିଷୟ ହେଲା ଯେ, ଭାରତରେ ଘଟୁଥିବା ଉଗ୍ରବାଦ ବିରୋଧରେ କୌଣସି ମୁସଲମାନ ସମ୍ପ୍ରଦାୟର ଆଗଧାଡ଼ିର ନାଗରିକ କିମ୍ବା ମୌଲବୀ ଲଲ୍‌କିଲ୍ଲା ବିସ୍ଫୋରଣ ଭଳି ଭୟଙ୍କର କାର୍ଯ୍ୟକୁ ନିନ୍ଦା ନ କରିବା ଏକ ଭିନ୍ନ ବାର୍ତ୍ତା ଦେଉଛି, ଯାହା ଭାରତବର୍ଷ ପାଇଁ କ୍ଷତିକାରକ।
ହିନ୍ଦୁତ୍ୱ ଏକ ରାଜନୈତିକ ଧାରା ପାଲଟିଯାଇଥିବାରୁ ଅନେକ ହିନ୍ଦୁ ତାହାର ଖୋଲାଖୋଲି ସମାଲୋଚନା କରୁଛନ୍ତି। କିନ୍ତୁ ସେହିଭଳି ମୁସଲମାନ ସମ୍ପ୍ରଦାୟରେ ଉଗ୍ରବାଦକୁ ପ୍ରଶ୍ରୟ ଦେଉଥିବା ଅଳ୍ପସଂଖ୍ୟକଙ୍କୁ ସମାଲୋଚନା କରିବା ପାଇଁ ଏବେ ଏକ ସୁଯୋଗ ଆସିଛି। ମୁସଲମାନ ସମ୍ପ୍ରଦାୟ ସେଥିପ୍ରତି କେଉଁପ୍ରକାର ପ୍ରତିକ୍ରିୟା ଦେଖାଉଛି ତାହା ଭବିଷ୍ୟତରେ ଦେଶର ବିଭିନ୍ନ ଧାର୍ମିକ ସମ୍ପର୍କକୁ ନିର୍ଦ୍ଧାରଣ କରିବ। ଦିଲ୍ଲୀର ଲାଲ୍‌କିଲ୍ଲା ବିସ୍ଫୋରଣ ପୂର୍ବରୁ ଜମ୍ମୁ-କଶ୍ମୀର, ହରିୟାଣା ଓ ଉତ୍ତରପ୍ରଦେଶରୁ ୩ ଜଣ ଡାକ୍ତରଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨,୯୦୦ କିଲୋଗ୍ରାମର ବିସ୍ଫୋରଣ ସାମଗ୍ରୀ ଜବତ କରାଯାଇଥିଲା। ଏହି ଡାକ୍ତରମାନେ ସମସ୍ତେ ମୁସଲମାନ ହୋଇଥିବା ବେଳେ ଉତ୍ତରପ୍ରଦେଶ ଲକ୍ଷ୍ନୌର ମହିଳା ମୁସଲମାନ ଡାକ୍ତର ଶାହିନ ସୟିଦ ସହଯୋଗୀ ଅଛନ୍ତି। ଗଣମାଧ୍ୟମରୁ ଜଣାପଡ଼ିଛି ଯେ, ହରିୟାଣାର ଅଲ୍‌ ଫାଲାହ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଥିବା ଡାକ୍ତର ଶାହିନ ପାକିସ୍ତାନସ୍ଥିତ ଜୈଶ-ଇ-ମହମ୍ମଦ (ଜେଇଏମ୍‌) ସହ ସମ୍ପର୍କରେ ରହି ଭାରତରେ ତା’ର ମହିଳା ଶାଖା ‘ଜମାତ-ଉଲ୍‌-ମୋମିନାତ୍‌’ର ନେତୃତ୍ୱ ନେଉଥିଲେ। ଏହି ଶାଖାର କାର୍ଯ୍ୟ ହେଉଛି ଶିକ୍ଷିତ ମହିଳା ଓ ବୃତ୍ତିଧାରୀଙ୍କୁ ଆତଙ୍କବାଦ ନେଟ୍‌ଓ୍ବର୍କ ପ୍ରତି ଆକର୍ଷିତ କରିବା। ପୁଣି ଯେତିକି ସୂଚନା ମିଳିଛି ସେଥିରୁ ଜଣାପଡ଼ିଛି ଯେ, ଦକ୍ଷିଣ କଶ୍ମୀର ପୁଲଓ୍ବମା ଜିଲାର ଲେଥ୍‌ପୋରା ବାସିନ୍ଦା ଡାକ୍ତର ଉମର ନବି ହ୍ୟୁଣ୍ଡାଇ ଆଇ୨୦ କାର୍‌ ଚଳାଇ ନେବା ବେଳେ ଲାଲକିଲ୍ଲାର ଟ୍ରାଫିକ୍‌ ସିଗ୍‌ନାଲ ନିକଟରେ ବିସ୍ଫୋରଣ ଘଟିଥିଲା। ଅଲ୍‌ ଫାଲାହ ବିଶ୍ୱବିଦ୍ୟାଳୟ ସହ ସମ୍ପର୍କରେ ଥିବା ଉମର ସେହି ବିସ୍ଫୋରଣରେ ପ୍ରାଣ ହରାଇଥିବା ବିଶ୍ୱାସ କରାଯାଉଛି। ଏହି ପ୍ରଚ୍ଛଦପଟରେ ମୁସଲମାନ ସମ୍ପ୍ରଦାୟର ବିଭିନ୍ନ ସ୍ତରରେ ନେତୃତ୍ୱ ନେଉଥିବା ବ୍ୟକ୍ତିମାନେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?