ଗଣମାଧ୍ୟମକୁ ଦମକଳ ପରି ଡାକରା

ନୟାଗଡ଼ ଅଫିସ,୨୭।୫: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାର ଜିଲାସ୍ତରୀୟ ସମ୍ମିଳିତ କମିଟି ବୈଠକ ଜିଲାପାଳଙ୍କ ସଦ୍‌ଭାବନା କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଯୋଗ ଦେବା ପାଇଁ ନୟାଗଡ଼ ଜିଲା ସୂଚନା ଲୋକ ସର୍ମ୍ପକ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଥିଲା। ବୈଠକ ଗୁରୁବାର ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବାର ଥିଲା । ବୈଠକ ଆରମ୍ଭ ହେବା ମାତ୍ରେ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ନିଜର ପ୍ରେସ ଗ୍ରୁପରେ ପୂର୍ବାହ୍ନ ୧୦ଟାରେ ମେସେଜ ପକାଇଥିଲେ ପୂର୍ବାହ୍ନ ୧୦ଟାରେ ବୈଠକ ହେବ । ଆପଣମାନେ ଆସନ୍ତୁ । ବୈଠକ ଆରମ୍ଭ ହେବା ମାତ୍ରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଦମକଳ ପରି ଡାକରାକୁ ଅନେକ ଖବରଦାତା ନାପସନ୍ଦ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଜିଲା ପ୍ରଶାସନ ପକ୍ଷରୁ ସରକାରୀସ୍ତରରେ ଅନେକ ବୈଠକ କରାଯାଉଛି । ହେଲେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏଥିପାଇଁ ଖୋଜାଯାଏ ନାହିଁ । ବୈଠକ ଶେଷ ପରେ ଜିଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ଗ୍ରୁପରେ କିଛି ସୂଚନା ଦିଆଯାଇଥାଏ । ଏହା ବୁଝିବା କଷ୍ଟ ହୋଇଥାଏ । ପଚାରିଲେ ଉତ୍ତର ମିଳେ ତଥ୍ୟ ଯେତିକି ମିଳିଛି ସେ ଅନୁସାରେ ରିପୋର୍ଟ ଦିଆଯାଇଛି । ସେହିପରି ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ନେଇ କିଛି କୁହାଯାଏନି । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ପଚାରିଲେ ସେ ଜାଣି ନାହାନ୍ତି କୁହନ୍ତି । ଅନ୍ୟପକ୍ଷେ ୨୦୨୨ରେ ନିର୍ବାଚିତ ହୋଇଥିବା ଜିଲା ପରିଷଦ ସଭ୍ୟମାନଙ୍କର ପ୍ରଥମ ଜିଲା ପରିଷଦ ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ କିଛିଦିନ ତଳେ ହୋଇଥିଲା । ଏଥିରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଯୋଗ ଦେବାକୁ କୁହାଯାଇଥିଲା। କେତେଜଣ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା । ଏନେଇ ଜଣାପଡିବା ପରେ ନବନିର୍ବାଚିତ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ତ୍ରୁଟି ହୋଇଛି ଦର୍ଶାଇ ଆଗକୁ ଏପରି ହେବନି କହିଥିଲେ। ନିକଟରେ ଗଣମାଧ୍ୟମର ପ୍ରତିନିଧିମାନେ ଏନେଇ ଜିଲାପାଳଙ୍କୁ ଅବଗତ କରାଇବା ପରେ ଗଣମାଧ୍ୟମକୁ ସୂଚନା ଦେବା ପାଇଁ ଏକ ଚିଠି ଅତିରିକ୍ତ ଜିଲାପାଳ କରିଥିଲେ। ଅପରପକ୍ଷେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରଶାସନ ପକ୍ଷରୁ ହେଉଥିବା ବିଭିନ୍ନ ବୈଠକକୁ ନିମନ୍ତ୍ରଣ କରିବାକୁ କହିଥିଲେ । ଏପରି କି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଏନେଇ ତାଗିଦ୍‌ କରିବା ସହ ଗଣମାଧ୍ୟମ ସହ ଟଚ୍‌ରେ ରହିବାକୁ ପରାମର୍ଶ ଦେଇଥିଲେ । ପରେ ଜିଲା ପ୍ରଶାସନ ପକ୍ଷରୁ କେତେକ ବୈଠକକୁ ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ଗ୍ରୁପରେ ମେସେଜ ଆସୁଛି । ଗତ ୧୮ ତାରିଖରେ ବଳରାମ ସ୍କିମ ଉପରେ ଏକ ବୈଠକ ପୂର୍ବାହ୍ନ ୧୦ଟାରେ ହେବାର ଥିଲା । ସେହିଦିନ ପୂର୍ବାହ୍ନ ୯.୪୭ରେ ପ୍ରେସ ଗ୍ରୁପରେ ମେସେଜ ପଡିଥିଲା ବଳରାମ ଯୋଜନାର ବୈଠକକୁ ଆସନ୍ତୁ । ଦୁଇ ଦୁଇଟା ବୈଠକର ସମୟକୁ ଅନୁଧ୍ୟାନ କଲେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ନିଆଁ ଲାଗିଲେ ଦମକଳକୁ ଯେପରି ଡକାଯାଏ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେପରି ଡାକୁଥିବା ସ୍ପଷ୍ଟ ହୋଇଛି। ଅଧିକାଂଶ ସମୟରେ ଗଣମାଧ୍ୟମ ପ୍ରତିନିଧି ତାହା ଜାଣି ପାରୁ ନାହାନ୍ତି । ମେସେଜ ଦେଖି ଗଲାବେଳକୁ ବୈଠକ ଶେଷ ହୋଇ ଯାଉଛି ବୋଲି ଅଭିଯୋଗ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?