ସ୍ବେଚ୍ଛାକୃତ ଟିକସ ପ୍ରଦାନ ପାଇଁ ଆହ୍ବାନ

ଭୁବନେଶ୍ୱର,୧୮।୧୧ : ଦେଶ ସ୍ବାଧୀନ ହେବାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ଉତ୍ସବ ଅନ୍ତର୍ଗତ ଆୟକର ବିଭାଗ ସ୍ଥାନୀୟ କାର୍ଯ୍ୟାଳୟ ପକ୍ଷରୁ ‘ଟାକ୍ସାଥନ’ ଶୀର୍ଷକ ଏକ ଓ୍ବାକାଥନ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କ୍ଷେତ୍ରର ପ୍ରିନ୍ସିପାଲ ଚିଫ୍‌ କମିଶନର ପରନୀତ ସିଂ ସଚ୍‌ଦେବ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଓ୍ବାକାଥନ ସ୍ଥାନୀୟ ସତ୍‌ସଙ୍ଗ ବିହାର କାର୍ଯ୍ୟାଳୟଠାରୁ ବାହାରି ରସୁଲଗଡ଼, ବାଣୀବିହାର, ରାମମନ୍ଦିର, କଳିଙ୍ଗ ଷ୍ଟାଡିୟମ ହୋଇ ମୁଖ୍ୟ କାର୍ଯ୍ୟାଳୟରେ ଶେଷ ହୋଇଥିଲା। ଏହା ସହରର ୧୨ କି.ମି. ରାସ୍ତା ଅତିକ୍ରମ କରିଥିଲା। ଏଥିରେ ମୋଟ ୩୦୦ ବ୍ୟକ୍ତି ଯୋଗ ଦେଇଥିଲେ।
ଦେଶ ଗଠନରେ ଟିକସର ଏକ ପ୍ରମୁଖ ଭୂମିକା ରହିଛି। ଏକ୍ଷେତ୍ରରେ ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖୁଛି। ଲୋକମାନେ ପ୍ରଦାନ କରୁଥିବା ଆୟକର କିଭଳି ଦେଶର ବିକାଶ ସହ ଅନ୍ୟ କାର୍ଯ୍ୟରେ ଲାଗୁଛି ସେ ନେଇ ବିଭାଗ ପକ୍ଷରୁ ସଚେତନତା ଲକ୍ଷ୍ୟରେ ଏଭଳି ଏକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି ସଚ୍‌ଦେବ କହିଛନ୍ତି। ସ୍ବେଚ୍ଛାକୃତ ଭାବେ ଟିକସଦାତା ଟିକସ ପ୍ରଦାନ ଲାଗି ଆଗେଇ ଆସିବାକୁ ସେ ଏହି ଅବସରରେ ଆହ୍ବାନ ଜଣାଇଥିଲେ। ଆୟକରର ବିଭିନ୍ନ ଦିଗ ଏବଂ ଗୁରୁତ୍ୱ ଉପରେ କାର୍ଯ୍ୟକ୍ରମରେ ସେ ଗୁରୁତ୍ୱାରୋପ କରିଥିଲା। ବିଭାଗ ପକ୍ଷରୁ ଆଜାଦୀ କା ଅମୃତ ଉତ୍ସବରେ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବୁଧବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗର କର୍ମଚାରୀଙ୍କ ବ୍ୟତୀତ ଛାତ୍ରୀଛାତ୍ର, ବରିଷ୍ଠ ନାଗରିକ, କରଦାତାମାନେ ଭାଗ ନେଇଥିଲେ।
ସ୍ବେଚ୍ଛାକୃତ ଏବଂ ଠିକ୍‌ ସମୟରେ ଟିକସ ପ୍ରଦାନ କରିବା ଲାଗି ଲୋକଙ୍କୁ କୁହାଯାଇଥିଲା। ପ୍ଲାକାର୍ଡରେ ଏ ସମ୍ପର୍କିତ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଆୟକର ବିଭାଗ ନିଜକୁ ଅଧିକ ପାରଦର୍ଶୀ ଏବଂ ଟିକସଦାତା ଅଭିମୁଖୀ କରିବା ଲାଗି ବିଭିନ୍ନ ଉପାୟ ଆପଣାଇଛି। ଏହା ମଧ୍ୟରେ ଫେସ୍‌ଲେସ ସମାକଳନ, ଏକାଦିନରେ ରିଟର୍ନ ପ୍ରକ୍ରିୟାକରଣ, ଆୟକର ସମ୍ବଦ୍ଧିତ ମକଦ୍ଦମାର ସଂଖ୍ୟା ହ୍ରାସ, ଇ-ନିବାରଣ ମାଧ୍ୟମରେ ଟିକସଦାତାଙ୍କ ଅଭିଯୋଗ ନିବାରଣ ଭଳି ପ୍ରମୁଖ ଦିଗଗୁଡ଼ିକ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?