ସ୍ବେଚ୍ଛାକୃତ ଟିକସ ପ୍ରଦାନ ପାଇଁ ଆହ୍ବାନ

ଭୁବନେଶ୍ୱର,୧୮।୧୧ : ଦେଶ ସ୍ବାଧୀନ ହେବାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ଉତ୍ସବ ଅନ୍ତର୍ଗତ ଆୟକର ବିଭାଗ ସ୍ଥାନୀୟ କାର୍ଯ୍ୟାଳୟ ପକ୍ଷରୁ ‘ଟାକ୍ସାଥନ’ ଶୀର୍ଷକ ଏକ ଓ୍ବାକାଥନ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କ୍ଷେତ୍ରର ପ୍ରିନ୍ସିପାଲ ଚିଫ୍‌ କମିଶନର ପରନୀତ ସିଂ ସଚ୍‌ଦେବ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଓ୍ବାକାଥନ ସ୍ଥାନୀୟ ସତ୍‌ସଙ୍ଗ ବିହାର କାର୍ଯ୍ୟାଳୟଠାରୁ ବାହାରି ରସୁଲଗଡ଼, ବାଣୀବିହାର, ରାମମନ୍ଦିର, କଳିଙ୍ଗ ଷ୍ଟାଡିୟମ ହୋଇ ମୁଖ୍ୟ କାର୍ଯ୍ୟାଳୟରେ ଶେଷ ହୋଇଥିଲା। ଏହା ସହରର ୧୨ କି.ମି. ରାସ୍ତା ଅତିକ୍ରମ କରିଥିଲା। ଏଥିରେ ମୋଟ ୩୦୦ ବ୍ୟକ୍ତି ଯୋଗ ଦେଇଥିଲେ।
ଦେଶ ଗଠନରେ ଟିକସର ଏକ ପ୍ରମୁଖ ଭୂମିକା ରହିଛି। ଏକ୍ଷେତ୍ରରେ ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖୁଛି। ଲୋକମାନେ ପ୍ରଦାନ କରୁଥିବା ଆୟକର କିଭଳି ଦେଶର ବିକାଶ ସହ ଅନ୍ୟ କାର୍ଯ୍ୟରେ ଲାଗୁଛି ସେ ନେଇ ବିଭାଗ ପକ୍ଷରୁ ସଚେତନତା ଲକ୍ଷ୍ୟରେ ଏଭଳି ଏକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି ସଚ୍‌ଦେବ କହିଛନ୍ତି। ସ୍ବେଚ୍ଛାକୃତ ଭାବେ ଟିକସଦାତା ଟିକସ ପ୍ରଦାନ ଲାଗି ଆଗେଇ ଆସିବାକୁ ସେ ଏହି ଅବସରରେ ଆହ୍ବାନ ଜଣାଇଥିଲେ। ଆୟକରର ବିଭିନ୍ନ ଦିଗ ଏବଂ ଗୁରୁତ୍ୱ ଉପରେ କାର୍ଯ୍ୟକ୍ରମରେ ସେ ଗୁରୁତ୍ୱାରୋପ କରିଥିଲା। ବିଭାଗ ପକ୍ଷରୁ ଆଜାଦୀ କା ଅମୃତ ଉତ୍ସବରେ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବୁଧବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗର କର୍ମଚାରୀଙ୍କ ବ୍ୟତୀତ ଛାତ୍ରୀଛାତ୍ର, ବରିଷ୍ଠ ନାଗରିକ, କରଦାତାମାନେ ଭାଗ ନେଇଥିଲେ।
ସ୍ବେଚ୍ଛାକୃତ ଏବଂ ଠିକ୍‌ ସମୟରେ ଟିକସ ପ୍ରଦାନ କରିବା ଲାଗି ଲୋକଙ୍କୁ କୁହାଯାଇଥିଲା। ପ୍ଲାକାର୍ଡରେ ଏ ସମ୍ପର୍କିତ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଆୟକର ବିଭାଗ ନିଜକୁ ଅଧିକ ପାରଦର୍ଶୀ ଏବଂ ଟିକସଦାତା ଅଭିମୁଖୀ କରିବା ଲାଗି ବିଭିନ୍ନ ଉପାୟ ଆପଣାଇଛି। ଏହା ମଧ୍ୟରେ ଫେସ୍‌ଲେସ ସମାକଳନ, ଏକାଦିନରେ ରିଟର୍ନ ପ୍ରକ୍ରିୟାକରଣ, ଆୟକର ସମ୍ବଦ୍ଧିତ ମକଦ୍ଦମାର ସଂଖ୍ୟା ହ୍ରାସ, ଇ-ନିବାରଣ ମାଧ୍ୟମରେ ଟିକସଦାତାଙ୍କ ଅଭିଯୋଗ ନିବାରଣ ଭଳି ପ୍ରମୁଖ ଦିଗଗୁଡ଼ିକ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri