Posted inଫୁରସତ

୧୦୦ ଟଙ୍କିଆ ନୋଟ୍‌ରେ କାଫେର ବିଜ୍ଞାପନ

ନୂଆଦିଲ୍ଲୀ: ରାସ୍ତାରେ ଟଙ୍କା ପଡ଼ିଥିବାର ଦେଖି, କୌଣସି ମଧ୍ୟ ବ୍ୟକ୍ତି ଏହାକୁ ଅତି ସହଜରେ ଅଣଦେଖା କରିପାରନ୍ତିନି ଏବଂ ଯଦି ଏହା ୧୦୦ ଟଙ୍କିଆ ନୋଟ ହୋଇଥାଏ ତେବେ ଯେ କେହିବି ଏହି ଟଙ୍କାକୁ ଉଠାଇବାକୁ ଚେଷ୍ଟା କରିଥାନ୍ତି। ମଣିଷର ଏହି ମାନସିକତାକୁ ଦୃଷ୍ଟିରେ ରଖି ଗୋଟିଏ କମ୍ପାନୀ ବିଜ୍ଞାପନର ଏକ ନୂଆ ଉପାୟ ବାହାର କରିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ୧୦୦ ଟଙ୍କିଆ ନୋଟ୍‌ ରାସ୍ତାରେ ପଡିଥିବାର ଦେଖିବାକୁ ମିଳିଛି। ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି ଉକ୍ତ ନୋଟକୁ ଉଠାଇ ଧରିଥିବାବେଳେ ଏହା ସମ୍ପୂର୍ଣ୍ଣ ଭାବେ ଅବିକଳ ୧୦୦ ଟଙ୍କିଆ ନୋଟ୍‌ ପରି ଦେଖାଯାଉଛି। କିନ୍ତୁ ବ୍ୟକ୍ତି ଜଣକ ଉକ୍ତ ନୋଟ୍‌ଟିକୁ ଓଲଟାଇବା ମାତ୍ରେ ଯାହା ଦେଖିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ୧୦୦ ଟଙ୍କିଆ ନୋଟର ପଛପଟେ ଏକ କାଫେର ବିଜ୍ଞାପନ ଛପାଯାଇଛି। ଏକ କମ୍ପାନୀ କାଗଜର ଗୋଟିଏ ପାର୍ଶ୍ୱରେ ୧୦୦ ଟଙ୍କିଆ ନୋଟ୍‌ ସଦୃଶ ଛାପିଥିବା ବେଳେ ଏହାର ଅନ୍ୟପାର୍ଶ୍ୱରେ କାଫେର ବିଜ୍ଞାପନ ଛାପିଛି। ସେହିପରି ଉକ୍ତ କାଗଜଟିକୁ ରାସ୍ତାରେ ଏପରି ରଖାଯାଇଛି, ଯେପରି ଏହା ଉପରୁ ପ୍ରକୃତ ୧୦୦ ଟଙ୍କିଆ ନୋଟ୍‌ ପରି ଦେଖାଯିବ। ଭାଇରାଲ ଭିଡିଓରେ ଏହି ୧୦୦ ଟଙ୍କିଆ ନୋଟ୍‌ ଉଠାଇଥିବା ବ୍ୟକ୍ତି ଜଣକ ଉକ୍ତ ନୋଟ୍‌ର ପଛପଟେ କାଫେର ବିଜ୍ଞାପନ ଦେଖି ପ୍ରତାରିତ ଅନୁଭବ କରିଛନ୍ତି। ତେବେ ଏପରି ନିଆରା ବିଜ୍ଞାପନ ପ୍ରସ୍ତୁତ କରିଥିବାରୁ ସେ କମ୍ପାନୀକୁ ପ୍ରଶଂସା କରିଛନ୍ତି। ବିଜ୍ଞାପନ ପ୍ରଚାରର ଏହି ନୂଆ ଉପାୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗିରହିଛି। କମ୍ପାନୀର ଏହି କୌଶଳ ଫଳରେ ଯେ କେହିବି ୧୦୦ ଟଙ୍କିଆ ନୋଟ୍‌ ପଛପଟେ ଥିବା ବିଜ୍ଞାପନ ପଢ଼ିବାକୁ ବାଧ୍ୟ ହେବେ ବୋଲି କେତେଜଣ ୟୁଜର୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ମୁହଁରେ ଭର୍ତ୍ତି କରି ଦେଇଥିଲେ AK-47, ସେଦିନର ଲୋମଟାଙ୍କୁରା ଘଟଣା ବଖାଣିଲେ ପାଇଲଟ୍‌

ନୂଆଦିଲ୍ଲୀ,୨୬ା୭: ଆଜି ଅର୍ଥାତ୍‌ ୨୬ ଶୁକ୍ରବାର କାର୍‌ଗିଲ ବିଜୟ ଦିବସର ୨୫ବର୍ଷ ପୂରଣ ହୋଇଛି। ଏହି ଦିନ କାର୍‌ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ...

ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରୁଥିଲା ଅଜଗର, ବ୍ୟକ୍ତି ଜଣଙ୍କ କଲେ ଏଭଳି, ଭିଡିଓ ଦେଖିଲେ…

ଭୋପାଳ,୨୬।୭: ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ ୧୫ ଫୁଟ ଲମ୍ବର ଅଜଗର ସାପ ଆକ୍ରମଣ କରିବା ପରେ ଜଣେ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।...

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଜୀବନରେ ‘ରିଫ୍ରେଶ’ ରହିବା ଜରୁରୀ

ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ଗୁରୁବାର ନ୍ୟାଶନାଲ୍‌ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ଏହି ଦିନ ଲୋକମାନେ ଥଣ୍ଡା ଲେମ୍ବୁ, ବରଫଯୁକ୍ତ ଚା’, କୋଲ୍ଡ ପାନୀୟ,...

ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିକାନ୍ଦି ଏମିତି କହିଲେ ଝିଅ: ବାପାଙ୍କ ଆଖିରେବି ରହିଲାନି ଲୁହ, ଭାଇରାଲ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଚା’  ବିକାଳଙ୍କ  ଝିଅ ତାଙ୍କ ବାପାଙ୍କୁ କୁଣ୍ଢାଇ ଧରିି କହନ୍ତି, ପାପା,...

ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରେ

ପ୍ରତିବର୍ଷ ଜୁଲାଇ ୨୩ରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ୧୯୨୭ରେ ବମ୍ବେ (ମୁମ୍ବାଇ)ଷ୍ଟେଶନରୁ ପ୍ରସାରିତ ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି...

ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ…

ବ୍ୟାଚେଲର୍‌ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍‌ଷ୍ଟାଣ୍ଟ ନୁଡଲ୍ସ। ଖୁବ୍‌ ଜୋର୍‌ରେ ଭୋକ ହେଉଥିବା ବେଳେ ଫଟାଫଟ୍‌ ତିଆରି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri