Posted inଫୁରସତ

କାକ୍‌ଟସ୍‌ ମସାଜ

କାକ୍‌ଟସ୍‌ ହେଉଛି ଏକ କଣ୍ଟକମୟ ଉଦ୍ଭିଦ; ଯାହାକୁ ଖାଲି ହାତରେ ଧରିବାକୁ ବି ଡର ଲାଗେ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମେକ୍ସିକୋର ପୁନ୍‌ଟା ମିଟାଠାରେ ପର୍ଯ୍ୟଟକଙ୍କୁ କାକ୍‌ଟସ୍‌ର ମସାଜ୍‌ ଦିଆଯାଇଥାଏ; ଆଉ ଯାହାର ଭଲ ଚାହିଦା ବି ସେଠାରେ ରହିଛି। କାରଣ ଏହି ମସାଜ୍‌ ଯନ୍ତ୍ରଣାଦାୟକ ନ ହୋଇ ବେଶ୍‌ ଆରାମ ଦାୟକ ହୋଇଥାଏ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା, କଣ୍ଟକିତ ଉଦ୍ଭିଦରେ ପୁଣି ଆରାମଦାୟକ ମସାଜ୍‌ ! ଆଜ୍ଞା ହଁ, ଏହା ଶତ ପ୍ରତିଶତ ସତ। କାରଣ ଏଠାରେ କାକ୍‌ଟସ୍‌ର ସବୁ କଣ୍ଟାକୁ କାଢି ସାରିବା ପରେ ତା’ପରେ ସେଥିରେ ମସାଜ୍‌ ଦିଆଯାଇଥାଏ। ଏହି ମସାଜ୍‌ ଥେରାପିରେ ମୁଖ୍ୟତଃ ହାକାଲି କାକ୍‌ଟସ୍‌ ବ୍ୟବହାର କରାଯାଉଥିବାରୁ ଏହା ହାକାଲି କାକ୍‌ଟସ୍‌ ମସାଜ ନାମରେ ପରିଚିତ। ଚର୍ମରେ ଜଳୀୟ ଅଂଶ ବୃଦ୍ଧି ସହ ଚର୍ମର ଉଜ୍ଜ୍ୱଳତା ବଢାଇବା ପାଇଁ ସାଧାରଣତଃ ଏହି ମସାଜ ଦିଆଯାଇଥାଏ। ତେଣୁ ମେକ୍ସିକୋର ସମୁଦ୍ର ବେଳାଭୂମିକୁ ବୁଲିବାକୁ ଯାଉଥିବା ପର୍ଯ୍ୟଟକମାନେ ଏହି ମସାଜର ଭରପୂର ଆନନ୍ଦ ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁରର ବଡ଼ିଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ: ନିଜେ ଗଲେ ଜିମ୍‌

ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ। ଏବେ ଏକ କୁକୁରର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହାର ଫଟୋ ଲାସିଜ୍‌-୧୧...

ଜନ୍ମଦିନର ଦିନକ ପରେ ମିଳିଲା କୋଟିପତି ବାପାଙ୍କ ଅଲିଅଳି କନ୍ୟାର ମୃତଦେହ, ଆଉ ତା ପରେ…

ରୁଷରେ ଜଣେ କୋଟିପତି ବ୍ୟବସାୟୀଙ୍କ ଝିଅ ବହୁତ ଉଚ୍ଚ କୋଠାର ଝରକାରୁ ପଡ଼ି ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ୧୯ ବର୍ଷିୟା ଭାଲେରିଆ ଶାପିଲେନକୋ।...

ଆର୍ଦ୍ରଭୂମିର ବିକାଶ ଜରୁରୀ

ବିଶ୍ୱ ଆର୍ଦ୍ରଭୂମି ଦିବସ ହେଉଛି ଏକ ପରିବେଶ ସମ୍ବନ୍ଧୀୟ ଉତ୍ସବ, ଯାହା ୧୯୭୧ ମସିହାରୁ ଆରମ୍ଭ ହୋଇଥିଲା। ସେତେବେଳେ ଅନେକ ପରିବେଶବିତ୍‌ ଆର୍ଦ୍ରଭୂମିର ସୁରକ୍ଷାକୁ ସୁନିଶ୍ଚିତ...

ମାସ୍କ୍‌ ବଦଳରେ ମୁହଁରେ ବାନ୍ଧିଲେ ସ୍ତ୍ରୀଙ୍କ ସାୟା…

ଭୋପାଳ, ୨୬।୭: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ସରକାରଙ୍କ ପକ୍ଷରୁ...

କୁକୁରକୁ ରାସ୍ତା ପାର କରାଇବା ପାଇଁ ଟ୍ରାଫିକକୁ ଅଟକାଇଲେ ପୋଲିସ

ଗାଡ଼ି ଧକ୍କାରେ ଅନେକ ସମୟରେ ନିରୀହ ପଶୁପକ୍ଷୀଙ୍କ ଜୀବନ ଯାଉଥିବା ଆମେ ଦେଖିଛୁ। ତେବେ ଏହି କରୋନା ସମୟରେ ଏମିତି ଏକ ଭିଡିଓ ସମ୍ମୁଖକୁ ଆସିଛି...

ସମସ୍ତଙ୍କ ପାଇଁ ନ୍ୟାୟ ଅନିବାର୍ଯ୍ୟ

ବିଶାଳ ଏ ବିଶ୍ୱ। ସୀମାଠୁ ଶରଣାର୍ଥୀ। ଆତଙ୍କବାଦଠୁ ସାମ୍ପ୍ରଦାୟିକ ହିଂସା। ଏମିତି ଅନେକ ସମସ୍ୟା। ଏହାକୁ ବାଦ୍‌ଦେଲେ ଗରିବୀ, ବେରୋଜଗାରୀ, ଅନାହାର, ବିଶ୍ୱତାପନ, ଯୁଦ୍ଧ ଭଳି...

୧୦୦ ଟଙ୍କାର ଦହି ଚୋରି କରିଥିଲେ ଏହି ଛାତ୍ରୀ, ଧରିବା ପାଇଁ ପୋଲିସ ଖର୍ଚ୍ଚ କଲା ୪୨୦୦୦ ଟଙ୍କା

ଅପରାଧୀଙ୍କୁ ଧରିବା ପାଇଁ ପୋଲିସକୁ ବେଳେବେଳେ ବହୁତ କଷ୍ଟ କରିବାକୁ ପଡ଼ିଥାଏ। କିଛି ମାମଲାରେ ସଫଳତା ମିଳେ ତ ଆଉ କେତେବେଳେ ଅପରାଧୀ ଚକ୍‌ମା ଦେଖାଇ...

ମଙ୍ଗଳରେ ମିଳିଲା କାର୍ବନ

ନୂଆଦିଲ୍ଲୀ, ୨୦ା୧: ପୃଥିବୀରେ ଜୀବନର ମୂଳ ଆଧାର କାର୍ବନର ଉପସ୍ଥିତି ଅନ୍ୟଗ୍ରହରେ ଅଛି କି ନାହିଁ ଜାଣିବା ବୈଜ୍ଞାନିକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଆମେରିକାର ମହାକାଶ...

Advertisement
Archives

Model This Week