Posted inଜାତୀୟ

ହିଣ୍ଡନ ଏୟାର ଫୋର୍ସ ଷ୍ଟେଶନରେ ପହଞ୍ଚିଲେ ୨୪ ଭାରତୀୟ

ନୂଆଦିଲ୍ଲୀ,୨୬ ।୮: ଆଫଗାନିସ୍ତାନ ତାଲିବାନ ହାତକୁ ଚାଲିଯିବା ପରେ ଏବେ ସେଠାରେ ଥିବା ଭାରତୀୟଙ୍କ ଘର ବାହୁଡା ଜାରି ରହିଛି । ଗୁରୁବାର ଆଫଗାନିସ୍ତାନରୁ ୨୪ ଭାରତୀୟ ଓ ୧୧ ନେପାଳ ନାଗରିକ ଭାରତ ପହଞ୍ଚିଛନ୍ତି । ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟରରେ ଏମାନେ ହିଣ୍ଡନ ଏୟାର ବେସରେ ପହଞ୍ଚିଛନ୍ତି । ସେଠାରୁ ସେମାନଙ୍କୁ ରାଜଧାନୀ ଦିଲ୍ଲୀ ନିଆଯାଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଥିଲା କି ବାୟୁସେନାର ସ୍ୱତନ୍ତ୍ର ବିମାନରେ କେବଳ ୩୫ ଲୋକ ଆସୁଛନ୍ତି ଏମାନଙ୍କ ମଧ୍ୟରେ ୨୪ ଭାରତୀୟ ହୋଇଥିବା ବେଳେ ଅନ୍ୟ ୧୧ ଜଣ ନେପାଳ ବାସିନ୍ଦା । ୧୫ ଅଗଷ୍ଟରୁ ତାଲିବା ଆଫଗାନିସ୍ତାନକୁ ନିଜ ହାତକୁ ନେବା ଫଳରେ ସେଠାରେ ସୁରକ୍ଷା ବ୍ୟବସ୍ଥା ବିଗିଡିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତର ‘ଅପରେଶନ ଦେବୀ ଶକ୍ତି’ ମାଧ୍ୟମରେ ପୂର୍ବରୁ ୮୦୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ସେଠାରୁ ସ୍ୱଦେଶ ଫେରାଇ ଆଣିଛନ୍ତି ସରକାର ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ନିର୍ମାଣଧିନ କୋଠା,୫ ମୃତ

ନୂଆଦିଲ୍ଲୀ,୧୫।୭: ରାଜଧାନୀ ଦିଲ୍ଲୀର ଅଲୀପୁର ଅଞ୍ଚଳରେ ଶୁକ୍ରବାର ନିର୍ମାଣଧିନ କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯...

ଭ୍ରଷ୍ଟ ଶାସନ ଦେବା ଆମ ସରକାରଙ୍କ ଲକ୍ଷ୍ୟ: ଆନ୍ଧ୍ର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ

ଅମରାବତି,୧୬।୬: ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପି ପୁଷ୍କା ଶିଓ୍ବାନିଙ୍କ ପାଟିରୁ ଖସି ଯାଇଥିବା କଥା ପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡିଛି। ଗତ ଶନିବାର...

ମଥୁରାରେ କଡା ସୁରକ୍ଷା ବ୍ୟବସ୍ଥା: ସିସିଟିଭି, ଡ୍ରୋନ୍ ଦ୍ୱାରା ରଖାଯାଇଛି ନଜର

ମଥୁରା,୬ ।୧୨: ସୋମବାର ସକାଳୁ ମଥୁରାବାସୀଙ୍କ ନିଦ ଭାଙ୍ଗିବା ବେଳକୁ ସେମାନେ ତାଙ୍କ ସହରକୁ ଏକ କିଲା ଭାବେ ଦେଖିବାକୁ ପାଇଛନ୍ତି । ବିଶେଷକରି କୃଷ୍ଣ...

ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ, ୨୩।୯: କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବୁଧବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମ୍‌ ଆଦ୍‌ମୀ ପାର୍ଟିର ଏହି...

ଭାରତରେ ୩ ମାସ ରହିବ କରୋନା ଭୂତାଣୁ !

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ ତେବେ କରୋନାଠାରୁ ଦୂରେଇ ରହିବାକୁ...

୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଗୁଆହାଟୀ,୨୯।୮: ଆସାମର ବାରପେଟା ଜିଲାରୁ ସୋମବାର ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ୨ ବ୍ୟକ୍ତି ହେଲେ ଆକବର ଅଲି ଏବଂ ଅବୁଲ କଲାମ...

ପିଆଇଏଲ୍‌ର ଅପବ୍ୟବହାର ନହେଉ, ତାଜମହଲ ୨୨ ବନ୍ଦ କୋଠରୀର ରହସ୍ୟ ନେଇ କହିଲେ ହାଇକୋର୍ଟ…

ଆଗ୍ରା, ୧୨।୫ : ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବା ନେଇ କରାଯାଇଥିବା ଆବେଦନର ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ବ୍ୟବସ୍ଥାର ଅପବ୍ୟବହାର...

ପଞ୍ଚତାରକା ହୋଟେଲରେ ମଡେଲଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୨୫।୨: ରାଜଧାନୀ ଦିଲ୍ଲୀର ଜଣେ ମଡେଲଙ୍କୁ ଏକ ପଞ୍ଚତାରକା ହୋଟେଲରେ ବଳାତ୍କାର କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଏନେଇ ପୀଡ଼ିତା ଜଣକ ଥାନାରେ ମାମଲା ଦାୟର...

Advertisement
Archives

Model This Week