ତୃତୀୟ ସପ୍ତାହ ସୁଦ୍ଧା ନୂଆ ପିସିସି ସଭାପତି

ଭୁବନେଶ୍ୱର,୧୨।୪ (ବ୍ୟୁରୋ):ନିର୍ବାଚନ ପରେ ନିର୍ବାଚନ ରାଜ୍ୟ କଂଗ୍ରେସର ଦୁର୍ବଳ ପ୍ରଦର୍ଶନକୁ ନେଇ ସଭାପତି ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ କେନ୍ଦ୍ର କରି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ପକ୍ଷରୁ ନୂତନ ପିସିସି ସଭାପତି ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ପ୍ରଭାରୀ ଡ. ଏ. ଚେଲ୍ଲାକୁମାରଙ୍କୁ ପିସିସି ସଭାପତି ୟନ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ସଂସଦର ବଜେଟ ଅଧିବେଶନ ପରେ ବର୍ତ୍ତମାନ ଚେଲ୍ଲାକୁମାର ନିଜ ନିର୍ବାଚନମଣ୍ଡଳୀ ତାମିଲନାଡ଼ୁର କ୍ରିଷ୍ଣାଗିରି ଗ୍ରସ୍ତରେ ଅଛନ୍ତି। ଏହି ଆଦେଶ ପରେ ସେ ଖୁବ୍‌ ଶୀଘ୍ର ଦିଲ୍ଲୀ ଗ୍ରସ୍ତ କରିବେ। ଇତି ମଧ୍ୟରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହ ଚେଲ୍ଲାକୁମାର ଆଲୋନା କରିଛନ୍ତି। ୟନ ପ୍ରକ୍ରିୟା ପାଇଁ ପ୍ରଦେଶ କଂଗ୍ରେସର ସଭାପତି ଆଶାୟୀ, ବିଧାୟକ ତଥା ନେତାମାନଙ୍କୁ ଡକାଯିବ। ଆଲୋନା କରାଯାଇ ମନୋନୟନ ପ୍ରକ୍ରିୟା ମାଧ୍ୟରେ ସଭାପତି ଚୁଡାନ୍ତ କରାଯିବ। ନୂତନ ପିସିସି ସଭାପତି ଚୟନ ପ୍ରକ୍ରିୟା ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି। ଯେହେତୁ ତୃତୀୟ ସପ୍ତାହରେ ରାହୁଲ ଗାନ୍ଧୀ ବିଦେଶ ଗସ୍ତ କରିବେ। ଏହା ପୂର୍ବରୁ ସମ୍ଭବତଃ ରାଜ୍ୟ କଂଗ୍ରେସର ନୂତନ ସଭାପତି ଘୋଷଣା କରାଯାଇପାରେ।
ଅପରପକ୍ଷେ ପିସିସି ସଭାପତି କଂଗ୍ରେସ ୯ ବିଧାୟକଙ୍କ ମଧ୍ୟରୁ କରାଯିବାକୁ ନେଇ ବିଧାୟକମାନେ ଦାବି କରୁଛନ୍ତି। ଯେତେବେଳେ କି ପୂର୍ବତନ ସଭାପତିମାନେ ଏହି ପଦବୀ ଦୌଡ଼ରୁ ନିଜକୁ ଦୂରରେ ରଖିଛନ୍ତି। ତେବେ ବରିଷ୍ଠ ନେତା ଭକ୍ତରଣ ଦାସ ଓ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ଏହିପରି ଭାବେ ଦୁଇ ଜଣଙ୍କ ନାମକୁ ସଭାପତି ପଦ ପାଇଁ ଚୁଡ଼ାନ୍ତ କରାଯାଇଥିବା ବିଶେଷ ସୂତ୍ରରୁ ସୂନା ମିଳିଛି।
ପଞ୍ଚାୟତ ଓ ପୌର ନିର୍ବାନ ପରେ ଦଳର ଦୁର୍ବଳ ପ୍ରଦର୍ଶନକୁ ନେଇ ପିସିସି ପରିବର୍ତ୍ତନ ଦାବି ଜୋର ଧରିଥିଲା। ଦଳର ଦୁର୍ବଳ ପ୍ରଦର୍ଶନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱକୁ ଦଳ ଭିତରୁ ସମାଲୋନା କରାଯାଇଥିଲା। ପ୍ରାୟ ସମସ୍ତ କଂଗ୍ରେସ ବିଧାୟକ ତଥା ପୂର୍ବତନ ସଭାପତିମାନେ ମଧ୍ୟ ଦଳରେ ସଭାପତି ପରିବର୍ତ୍ତନର ନାରାକୁ ସମର୍ଥନ ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ପୂର୍ବତନ ସଭାପତି ଓ ବିଧାୟକମାନେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି କହିଛନ୍ତି। ଏନେଇ ପୂର୍ବତନ ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ମୁଁ ଦିଲ୍ଲୀ ଯାଇ ନାହିଁ କି ସଭାପତି ଦୌଡ଼ରେ ମଧ୍ୟ ନାହିଁ। ତେବେ ଦଳ ଯେଉଁ ଦାୟିତ୍ୱ ଦେବ ସେହି ଅନୁସାରେ କାର୍ଯ୍ୟ କରିବି। ସେହିପରି ଦିଲ୍ଲୀରେ ଦଳୀୟ ନେତାଙ୍କୁ ସାକ୍ଷାତ କରି ଫେରିଥିବା ପୂର୍ବତନ ସଭାପତି ଜୟଦେବ ଯେନା କହିଛନ୍ତି, ଦଳର ହାଇକମାଣ୍ଡ ପିସିସି ସଭାପତି ପରିବର୍ତ୍ତନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପିସିସି ସଭାପତି ହେବା ନେଇ ମୋର ମାନସିକତା ବି ନାହିଁ। ମୁଁ ଦଳର ସଚ୍ଚା ସୈନିକ, ଦଳ ଯାହାକୁ ଦାୟିତ୍ୱ ଦେବ ତାଙ୍କ ସହିତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି ବୋଲି ଯେନା କହିଛନ୍ତି।
ଅପରପକ୍ଷେ ଦଳର ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ କାହାକୁ ଦାୟିତ୍ୱ ଦେବା ପାଇଁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକ୍କିମ ମତ ରଖିଛନ୍ତି। ସେ କହିଛନ୍ତି, ବିଧାୟକଙ୍କ ମଧ୍ୟରୁ କାହାକୁ ଦାୟିତ୍ୱ ଦିଆଗଲେ ତାହାର ଭଲ ପ୍ରଭାବ ଦଳ ଉପରେ ପଡ଼ିବ। ପୂର୍ବରୁ ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ ସୂଚାରୁ ରୂପେ ତୁଲାଇ ଆସିଛି। ଦୃଢ ବିଶ୍ୱାସ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ସମସ୍ତେ ତାକୁ ମାନିବେ। ସେହିପରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଦଳରେ ଆମୁଳ ଚୂଳ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri