ତୃତୀୟ ସପ୍ତାହ ସୁଦ୍ଧା ନୂଆ ପିସିସି ସଭାପତି

ଭୁବନେଶ୍ୱର,୧୨।୪ (ବ୍ୟୁରୋ):ନିର୍ବାଚନ ପରେ ନିର୍ବାଚନ ରାଜ୍ୟ କଂଗ୍ରେସର ଦୁର୍ବଳ ପ୍ରଦର୍ଶନକୁ ନେଇ ସଭାପତି ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ କେନ୍ଦ୍ର କରି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ପକ୍ଷରୁ ନୂତନ ପିସିସି ସଭାପତି ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ପ୍ରଭାରୀ ଡ. ଏ. ଚେଲ୍ଲାକୁମାରଙ୍କୁ ପିସିସି ସଭାପତି ୟନ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ସଂସଦର ବଜେଟ ଅଧିବେଶନ ପରେ ବର୍ତ୍ତମାନ ଚେଲ୍ଲାକୁମାର ନିଜ ନିର୍ବାଚନମଣ୍ଡଳୀ ତାମିଲନାଡ଼ୁର କ୍ରିଷ୍ଣାଗିରି ଗ୍ରସ୍ତରେ ଅଛନ୍ତି। ଏହି ଆଦେଶ ପରେ ସେ ଖୁବ୍‌ ଶୀଘ୍ର ଦିଲ୍ଲୀ ଗ୍ରସ୍ତ କରିବେ। ଇତି ମଧ୍ୟରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହ ଚେଲ୍ଲାକୁମାର ଆଲୋନା କରିଛନ୍ତି। ୟନ ପ୍ରକ୍ରିୟା ପାଇଁ ପ୍ରଦେଶ କଂଗ୍ରେସର ସଭାପତି ଆଶାୟୀ, ବିଧାୟକ ତଥା ନେତାମାନଙ୍କୁ ଡକାଯିବ। ଆଲୋନା କରାଯାଇ ମନୋନୟନ ପ୍ରକ୍ରିୟା ମାଧ୍ୟରେ ସଭାପତି ଚୁଡାନ୍ତ କରାଯିବ। ନୂତନ ପିସିସି ସଭାପତି ଚୟନ ପ୍ରକ୍ରିୟା ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି। ଯେହେତୁ ତୃତୀୟ ସପ୍ତାହରେ ରାହୁଲ ଗାନ୍ଧୀ ବିଦେଶ ଗସ୍ତ କରିବେ। ଏହା ପୂର୍ବରୁ ସମ୍ଭବତଃ ରାଜ୍ୟ କଂଗ୍ରେସର ନୂତନ ସଭାପତି ଘୋଷଣା କରାଯାଇପାରେ।
ଅପରପକ୍ଷେ ପିସିସି ସଭାପତି କଂଗ୍ରେସ ୯ ବିଧାୟକଙ୍କ ମଧ୍ୟରୁ କରାଯିବାକୁ ନେଇ ବିଧାୟକମାନେ ଦାବି କରୁଛନ୍ତି। ଯେତେବେଳେ କି ପୂର୍ବତନ ସଭାପତିମାନେ ଏହି ପଦବୀ ଦୌଡ଼ରୁ ନିଜକୁ ଦୂରରେ ରଖିଛନ୍ତି। ତେବେ ବରିଷ୍ଠ ନେତା ଭକ୍ତରଣ ଦାସ ଓ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ଏହିପରି ଭାବେ ଦୁଇ ଜଣଙ୍କ ନାମକୁ ସଭାପତି ପଦ ପାଇଁ ଚୁଡ଼ାନ୍ତ କରାଯାଇଥିବା ବିଶେଷ ସୂତ୍ରରୁ ସୂନା ମିଳିଛି।
ପଞ୍ଚାୟତ ଓ ପୌର ନିର୍ବାନ ପରେ ଦଳର ଦୁର୍ବଳ ପ୍ରଦର୍ଶନକୁ ନେଇ ପିସିସି ପରିବର୍ତ୍ତନ ଦାବି ଜୋର ଧରିଥିଲା। ଦଳର ଦୁର୍ବଳ ପ୍ରଦର୍ଶନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱକୁ ଦଳ ଭିତରୁ ସମାଲୋନା କରାଯାଇଥିଲା। ପ୍ରାୟ ସମସ୍ତ କଂଗ୍ରେସ ବିଧାୟକ ତଥା ପୂର୍ବତନ ସଭାପତିମାନେ ମଧ୍ୟ ଦଳରେ ସଭାପତି ପରିବର୍ତ୍ତନର ନାରାକୁ ସମର୍ଥନ ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ପୂର୍ବତନ ସଭାପତି ଓ ବିଧାୟକମାନେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି କହିଛନ୍ତି। ଏନେଇ ପୂର୍ବତନ ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ମୁଁ ଦିଲ୍ଲୀ ଯାଇ ନାହିଁ କି ସଭାପତି ଦୌଡ଼ରେ ମଧ୍ୟ ନାହିଁ। ତେବେ ଦଳ ଯେଉଁ ଦାୟିତ୍ୱ ଦେବ ସେହି ଅନୁସାରେ କାର୍ଯ୍ୟ କରିବି। ସେହିପରି ଦିଲ୍ଲୀରେ ଦଳୀୟ ନେତାଙ୍କୁ ସାକ୍ଷାତ କରି ଫେରିଥିବା ପୂର୍ବତନ ସଭାପତି ଜୟଦେବ ଯେନା କହିଛନ୍ତି, ଦଳର ହାଇକମାଣ୍ଡ ପିସିସି ସଭାପତି ପରିବର୍ତ୍ତନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପିସିସି ସଭାପତି ହେବା ନେଇ ମୋର ମାନସିକତା ବି ନାହିଁ। ମୁଁ ଦଳର ସଚ୍ଚା ସୈନିକ, ଦଳ ଯାହାକୁ ଦାୟିତ୍ୱ ଦେବ ତାଙ୍କ ସହିତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି ବୋଲି ଯେନା କହିଛନ୍ତି।
ଅପରପକ୍ଷେ ଦଳର ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ କାହାକୁ ଦାୟିତ୍ୱ ଦେବା ପାଇଁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକ୍କିମ ମତ ରଖିଛନ୍ତି। ସେ କହିଛନ୍ତି, ବିଧାୟକଙ୍କ ମଧ୍ୟରୁ କାହାକୁ ଦାୟିତ୍ୱ ଦିଆଗଲେ ତାହାର ଭଲ ପ୍ରଭାବ ଦଳ ଉପରେ ପଡ଼ିବ। ପୂର୍ବରୁ ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ ସୂଚାରୁ ରୂପେ ତୁଲାଇ ଆସିଛି। ଦୃଢ ବିଶ୍ୱାସ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ସମସ୍ତେ ତାକୁ ମାନିବେ। ସେହିପରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଦଳରେ ଆମୁଳ ଚୂଳ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri