Posted inଜାତୀୟ

୫ଟି ଆସନରେ ଗଣନା: ପଶ୍ଚିମବଙ୍ଗରେ ବାବୁଲ ସୁପ୍ରିଓ ଆଗରେ, କୋହ୍ଲାପୁରରେ ଲିଡ୍‌ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୬।୪: ଦେଶର ଗୋଟିଏ ଲୋକ ସଭା ଓ ୪ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଭୋଟ ଗଣନା ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି। ଦିନ ଦ୍ୱିପ୍ରହର ସୁଦ୍ଧା ପ୍ରାର୍ଥୀଙ୍କ ବିଜୟ ଏବଂ ପରାଜୟର ଚିତ୍ର ସ୍ପଷ୍ଟ ହୋଇଯିବ। ଏହିକ୍ରମରେ ଶନିବାର ପଶ୍ଚିମବଙ୍ଗରେ ଆସାନସୋଲ ଲୋକ ସଭା ଏବଂ ବାଲିଗୁଙ୍ଗ ବିଧାନସଭା ଉପ-ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ସକାଳ ୯ଟା ସୁଦ୍ଧା ପ୍ରଥମ ରାଉଣ୍ଡରେ ଗଣନା ଶେଷ ହୋଇଥିବା ବେଳେ ୨୧୭୦ ଖଣ୍ଡ ଭୋଟରେ ବାଲିଗୁଞ୍ଜର ଟିଏମ୍‌ସି ପ୍ରାର୍ଥୀ ବାବୁଲ ସୁପ୍ରିଓ ଆଗରେ ରହିଛନ୍ତି। ସେହପିରି ମହାରାଷ୍ଟ୍ର କୋହ୍ଲାପୁର ଉତ୍ତର ବିଧାନସଭା ଆସନ ପାଇଁ ଦ୍ୱିତୀୟ ରାଉଣ୍ଡ ଗଣନା ଶେଷ ହୋଇଛି। କଂଗ୍ରେସ ପ୍ରାର୍ଥୀ ଜୟଶ୍ରୀ ଯାଦବ ୫୫୧୫ଖଣ୍ଡ ଭୋଟ ପାଇ ଆଗରେ ଥିବା ବେଳେ ଭାଜପା ପ୍ରାର୍ଥୀ ସତ୍ୟଜିତ କଦମ ୨୫୧୩ ଖଣ୍ଡ ଭୋଟ ପଛରେ ରହିଛନ୍ତି। ମୁଜାଫରପୁର ଜିଲାର ବୋଚାହାନ ବିଧାନସଭା ଆସନରେ ମଧ୍ୟ ଭୋଟ ଗଣତି ଚାଲିଛି। ପ୍ରଥମ ରାଉଣ୍ଡରେ ଭାଜପା ପ୍ରାର୍ଥୀ ବେବି କୁମାରୀ ଆଗୁଆ ରହିଛନ୍ତି। ବେବି କୁମାରୀ ୨୯୮୮ ଭୋଟ ପାଇଥିବା ବେଳେ ଆର୍‌ଜେଡି ପ୍ରାର୍ଥୀ ୨୪୫୩ଖଣ୍ଡ ଭୋଟ ଏବଂ ଭିଆଇପି ପ୍ରାର୍ଥୀ ୯୮୪ ଭୋଟ ପାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,ପଶ୍ଚିମବଙ୍ଗର ଆସାନସୋଲ ଲୋକ ସଭା ଆସନ ବ୍ୟତୀତ, ବାଲିଗୁଙ୍ଗେ ବିଧାନସଭା ଆସନ, ଛତିଶଗଡ, ମହାରାଷ୍ଟ୍ର ଏବଂ ବିହାରର ଗୋଟିଏ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଏପ୍ରିଲ ୧୨ରେ ଭୋଟ ଗ୍ରହଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri