ମନ୍ତ୍ରୀପଦ ବଞ୍ଚାଇବାକୁ କସରତ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ଉପରେ ରହିଛି ୩ ପ୍ରମୁଖ ରାଜନୈତିକ ଦଳଙ୍କ ଆଖି । କଂଗ୍ରେସ ତା’ର ପୁରୁଣା ଗଡ଼କୁ ଫେରାଇ ଆଣିବାକୁ ଉଦ୍ୟମ କରୁଥିବା ବେଳେ ଭାଜପା ପୁଣି ଥରେ ଏହି ଆସନ ନିଜ କବ୍‌ଜାକୁ ନେବା ଲାଗି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛିି। ଅନ୍ୟପକ୍ଷରେ ବିଜେଡିର ପଶ୍ଚିମ ଓଡ଼ିଶା ମନ୍ତ୍ରୀମାନଙ୍କ ଭାଗ୍ୟ ମଧ୍ୟ ଏହି ଉପନିର୍ବାଚନ ଫଳାଫଳ ଉପରେ ନିର୍ଭର କରୁଛି। ଏହି ଆସନକୁ କଳେବଳେ ହାତେଇବାକୁ ମନ୍ତ୍ରୀମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଦେଇଛନ୍ତି।

ବ୍ରଜରାଜନଗର ବିଧାନସଭା ଆସନ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ କଂଗ୍ରେସ କବ୍‌ଜାରେ ରହିଥିଲା। କଂଗ୍ରେସ ପ୍ରାର୍ଥୀ ଅନୁପ ସାଏ ଏହି ଆସନରୁ ଲଗାତର ୩ ଥର ବିଜୟୀ ହୋଇଥିଲେ। ଏହା ପୂର୍ବରୁ ୧୯୮୦ ଓ ୧୯୮୫ରେ ମଧ୍ୟ ଏହି ଆସନ କଂଗ୍ରେସ କବ୍‌ଜାରେ ଥିଲା। ଏହା କଂଗ୍ରେସର ଗଡ଼ରେ ପରିଣତ ହୋଇଯାଇଥିଲା। ମାତ୍ର ୨୦୧୪ରେ ଅନୁପ ସାଏ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେ ବିଜେଡି ଟିକେଟରେ ବ୍ରଜରାଜନଗରରୁ ଲଢ଼େଇ କରିଥିଲେ ମଧ୍ୟ ନିର୍ବାଚନମଣ୍ଡଳୀ ଜନସାଧାରଣ ତାଙ୍କୁ ଆଉ ଗ୍ରହଣ କରି ନ ଥିଲେ। ଏହାର ଫାଇଦା ନେଇଥିଲେ ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା। ଅନୁପ ରାଧାରାଣୀଙ୍କଠାରୁ ହାରି ଯାଇଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ପରେ ନବ କିଶୋର ଦାସଙ୍କୁ ଝାରସୁଗୁଡ଼ାରୁ ବିଜେଡି ପ୍ରାର୍ଥୀ କରିଥିଲା। ଝାରସୁଗୁଡ଼ାକୁ ନିଜର ଗଡ଼ କରିଥିବା କିଶୋର ମହାନ୍ତିଙ୍କୁ ୨୦୧୯ରେ ବିଜେଡି ପ୍ରଥମ ଥର ପାଇଁ ବ୍ରଜରାଜନଗର ଆସନରୁ ପ୍ରାର୍ଥୀ କରିଥିଲା। କିଶୋର ଭାଜପା ପ୍ରାର୍ଥୀ ରାଧାରାଣୀଙ୍କୁ ୨୦ ହଜାର ଭୋଟରେ ହରାଇ ପ୍ରଥମ ଥର ପାଇଁ ବ୍ରଜରାଜନଗରରେ ବିଜେଡି ବାନା ଉଡ଼ାଇଥିଲେ।

ବିଜେଡି ସ୍ବର୍ଗତ ବିଧାୟକ କିଶୋରଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇ ଉପନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରିଛି। କିଶୋରଙ୍କ ସ୍ତ୍ରୀଙ୍କୁ ଜିତାଇବାକୁ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ମନ୍ତ୍ରୀ ସୁଶାନ୍ତ ସିଂ, ନବ କିଶୋର ଦାସ ଏବଂ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହି ନେତାମାନଙ୍କର ଭାଗ୍ୟ ମଧ୍ୟ ନିର୍ବାଚନର ଫଳାଫଳ ଉପରେ ନିର୍ଭର କରୁଛି। ବିଜେଡି ସରକାରର ପଞ୍ଚମ ପାଳି ମେ’ ୨୯ ତାରିଖରେ ୩ ବର୍ଷ ପୂରିବ। ଏହି ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବା ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାର ଦୁଇ ମନ୍ତ୍ରୀ ସୁଶାନ୍ତ ସିଂ ଓ ନବ ଦାସ ମନ୍ତ୍ରୀପଦ ବଞ୍ଚାଇ ରଖିବା ପାଇଁ ନିର୍ବାଚନକୁ କୌଣସି ପ୍ରକାରେ ଜିତିବା ଉପରେ ଗୁରୁତ୍ୱ ଦେଉଛନ୍ତି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ରୋହିତ ପୂଜାରୀ ମଧ୍ୟ ଆଶାବାଦୀ ଅଛନ୍ତି। ନିର୍ବାଚନ ଫଳାଫଳ ତାଙ୍କ ପାଇଁ ବାଟ ଖୋଲିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ଅନ୍ୟପକ୍ଷରେ ଭାଜପା ସେହି ଆସନକୁ ପୁଣି ଥରେ ହାସଲ କରିବା ନେଇ ସମସ୍ତ ବଳ ଖଟାଇବା ଆରମ୍ଭ କରିଛି। ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା ପଶ୍ଚିମ ଓଡ଼ିଶା ଏମ୍‌ପିମାନଙ୍କୁ ଧରି ନିଜର ରଣକୌଶଳ ପ୍ରସ୍ତୁତ କରିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ନିଜର ପୁରୁଣା ଅଭିଜ୍ଞତାକୁ ନେଇ ବ୍ରଜରାଜନଗର ଆସନକୁ ପୁଣି ଦଖଲ କରିବା ଯୋଜନା କରିଛନ୍ତି। ୨୦୦୯ ଯାଏ କଂଗ୍ରେସ ଏଠାରେ ନିଜର ସ୍ଥିତି ମଜଭୁତ କରିଥିବାରୁ ଦଳ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି। ଆସନ୍ତା ୩୧ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ମତଦାତା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ତାହା ଜୁନ୍‌ ୩ ତାରିଖ ଫଳାଫଳ ପରେ ହିଁ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?