ମନ୍ତ୍ରୀପଦ ବଞ୍ଚାଇବାକୁ କସରତ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ଉପରେ ରହିଛି ୩ ପ୍ରମୁଖ ରାଜନୈତିକ ଦଳଙ୍କ ଆଖି । କଂଗ୍ରେସ ତା’ର ପୁରୁଣା ଗଡ଼କୁ ଫେରାଇ ଆଣିବାକୁ ଉଦ୍ୟମ କରୁଥିବା ବେଳେ ଭାଜପା ପୁଣି ଥରେ ଏହି ଆସନ ନିଜ କବ୍‌ଜାକୁ ନେବା ଲାଗି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛିି। ଅନ୍ୟପକ୍ଷରେ ବିଜେଡିର ପଶ୍ଚିମ ଓଡ଼ିଶା ମନ୍ତ୍ରୀମାନଙ୍କ ଭାଗ୍ୟ ମଧ୍ୟ ଏହି ଉପନିର୍ବାଚନ ଫଳାଫଳ ଉପରେ ନିର୍ଭର କରୁଛି। ଏହି ଆସନକୁ କଳେବଳେ ହାତେଇବାକୁ ମନ୍ତ୍ରୀମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଦେଇଛନ୍ତି।

ବ୍ରଜରାଜନଗର ବିଧାନସଭା ଆସନ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ କଂଗ୍ରେସ କବ୍‌ଜାରେ ରହିଥିଲା। କଂଗ୍ରେସ ପ୍ରାର୍ଥୀ ଅନୁପ ସାଏ ଏହି ଆସନରୁ ଲଗାତର ୩ ଥର ବିଜୟୀ ହୋଇଥିଲେ। ଏହା ପୂର୍ବରୁ ୧୯୮୦ ଓ ୧୯୮୫ରେ ମଧ୍ୟ ଏହି ଆସନ କଂଗ୍ରେସ କବ୍‌ଜାରେ ଥିଲା। ଏହା କଂଗ୍ରେସର ଗଡ଼ରେ ପରିଣତ ହୋଇଯାଇଥିଲା। ମାତ୍ର ୨୦୧୪ରେ ଅନୁପ ସାଏ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେ ବିଜେଡି ଟିକେଟରେ ବ୍ରଜରାଜନଗରରୁ ଲଢ଼େଇ କରିଥିଲେ ମଧ୍ୟ ନିର୍ବାଚନମଣ୍ଡଳୀ ଜନସାଧାରଣ ତାଙ୍କୁ ଆଉ ଗ୍ରହଣ କରି ନ ଥିଲେ। ଏହାର ଫାଇଦା ନେଇଥିଲେ ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା। ଅନୁପ ରାଧାରାଣୀଙ୍କଠାରୁ ହାରି ଯାଇଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ପରେ ନବ କିଶୋର ଦାସଙ୍କୁ ଝାରସୁଗୁଡ଼ାରୁ ବିଜେଡି ପ୍ରାର୍ଥୀ କରିଥିଲା। ଝାରସୁଗୁଡ଼ାକୁ ନିଜର ଗଡ଼ କରିଥିବା କିଶୋର ମହାନ୍ତିଙ୍କୁ ୨୦୧୯ରେ ବିଜେଡି ପ୍ରଥମ ଥର ପାଇଁ ବ୍ରଜରାଜନଗର ଆସନରୁ ପ୍ରାର୍ଥୀ କରିଥିଲା। କିଶୋର ଭାଜପା ପ୍ରାର୍ଥୀ ରାଧାରାଣୀଙ୍କୁ ୨୦ ହଜାର ଭୋଟରେ ହରାଇ ପ୍ରଥମ ଥର ପାଇଁ ବ୍ରଜରାଜନଗରରେ ବିଜେଡି ବାନା ଉଡ଼ାଇଥିଲେ।

ବିଜେଡି ସ୍ବର୍ଗତ ବିଧାୟକ କିଶୋରଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇ ଉପନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରିଛି। କିଶୋରଙ୍କ ସ୍ତ୍ରୀଙ୍କୁ ଜିତାଇବାକୁ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ମନ୍ତ୍ରୀ ସୁଶାନ୍ତ ସିଂ, ନବ କିଶୋର ଦାସ ଏବଂ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହି ନେତାମାନଙ୍କର ଭାଗ୍ୟ ମଧ୍ୟ ନିର୍ବାଚନର ଫଳାଫଳ ଉପରେ ନିର୍ଭର କରୁଛି। ବିଜେଡି ସରକାରର ପଞ୍ଚମ ପାଳି ମେ’ ୨୯ ତାରିଖରେ ୩ ବର୍ଷ ପୂରିବ। ଏହି ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବା ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାର ଦୁଇ ମନ୍ତ୍ରୀ ସୁଶାନ୍ତ ସିଂ ଓ ନବ ଦାସ ମନ୍ତ୍ରୀପଦ ବଞ୍ଚାଇ ରଖିବା ପାଇଁ ନିର୍ବାଚନକୁ କୌଣସି ପ୍ରକାରେ ଜିତିବା ଉପରେ ଗୁରୁତ୍ୱ ଦେଉଛନ୍ତି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ରୋହିତ ପୂଜାରୀ ମଧ୍ୟ ଆଶାବାଦୀ ଅଛନ୍ତି। ନିର୍ବାଚନ ଫଳାଫଳ ତାଙ୍କ ପାଇଁ ବାଟ ଖୋଲିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ଅନ୍ୟପକ୍ଷରେ ଭାଜପା ସେହି ଆସନକୁ ପୁଣି ଥରେ ହାସଲ କରିବା ନେଇ ସମସ୍ତ ବଳ ଖଟାଇବା ଆରମ୍ଭ କରିଛି। ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା ପଶ୍ଚିମ ଓଡ଼ିଶା ଏମ୍‌ପିମାନଙ୍କୁ ଧରି ନିଜର ରଣକୌଶଳ ପ୍ରସ୍ତୁତ କରିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ନିଜର ପୁରୁଣା ଅଭିଜ୍ଞତାକୁ ନେଇ ବ୍ରଜରାଜନଗର ଆସନକୁ ପୁଣି ଦଖଲ କରିବା ଯୋଜନା କରିଛନ୍ତି। ୨୦୦୯ ଯାଏ କଂଗ୍ରେସ ଏଠାରେ ନିଜର ସ୍ଥିତି ମଜଭୁତ କରିଥିବାରୁ ଦଳ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି। ଆସନ୍ତା ୩୧ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ମତଦାତା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ତାହା ଜୁନ୍‌ ୩ ତାରିଖ ଫଳାଫଳ ପରେ ହିଁ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

‘ମର୍ଯ୍ୟାଦାରେ କୋଭିଡ୍‌ ମୃତଦେହକୁ ସତ୍କାର କର’

ଭୁବନେଶ୍ୱର,୧୫ା୭(ବ୍ୟୁରୋ): କୋଭିଡ୍‌ ସଂକ୍ରମିତଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହକୁ ଅବହେଳା କରାଯାଉଛି। ଅନେକ ସମୟରେ ମୃତଦେହ ଦୀର୍ଘ ସମୟ ଧରି ଅବହେଳିତ ହୋଇ ପଡିରହୁଛି। ତେଣୁ...

ନବୀନ ନିବାସରେ ପହଞ୍ଚିଲେ ମମତା ବାନାର୍ଜୀ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ନବୀନ ନିବାସରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୀରୁ ସଡ଼କ ପଥରେ ଆସି ସିଧା ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମମତା...

ଆରମ୍ଭରୁ ଗୃହ ମୁଲତବୀ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଆଜି ବି ଗୃହ ଅଚଳ। ଶିକ୍ଷକଙ୍କ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ପ୍ରବଳ ହଟ୍ଟଗୋଳ ଏବଂ ନାରାବାଜି କରିଥିଲେ। ବାଚସ୍ପତିଙ୍କ ରୁଲିଂ କାର୍ଯ୍ୟକାରୀ ନ...

ଆଉ ୫ ଆନ୍ତଃ ରାଜ୍ୟ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ

ଭୁବନେଶ୍ୱର,୭।୯(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ ୫ଟି ଆନ୍ତଃ ରାଜ୍ୟ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍‌...

କଂଗ୍ରେସରୁ ସୁର ରାଉତରାୟଙ୍କ ପୁଅଙ୍କୁ ନିଲମ୍ବିତ

ଭୁବନେଶ୍ୱର,୮।୯: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ...

ଆଜି ରାଜ୍ୟରେ ୭୨ ପଜିଟିଭ୍‌ ଚିହ୍ନଟ, ୩୩୫୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୭।୨(ବ୍ୟୁରୋ): ରବିବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୭୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

ଆଜି ନୂଆ ବିଜେଡି ଅଫିସ ଉଦ୍‌ଘାଟନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଦୀର୍ଘ ୨ ବର୍ଷ ପରେ ୟୁନିଟ-୬ କ୍ୟାପିଟାଲ ହସ୍ପିଟାଲ ନିକଟରେ ଥିବା ବିଜୁ ଜନତା ଦଳର ନବନିର୍ମିତ ଶଙ୍ଖ ଭବନ କାର୍ଯ୍ୟାଳୟ ଉଦ୍‌ଘାଟନ ହେବ।...

୩ରୁ ଆରମ୍ଭ ହେବ ନୀଳାଦ୍ରି ନିଳୟ ଯୋଜନା: ପୁରୀ ସହର ହେବ ଭିକାରିମୁକ୍ତ

ପୁରୀ ଅଫିସ,୨।୩: ପୁରୀ ସହର ଏବଂ ଏହାର ଆଖପାଖ ଅଞ୍ଚଳ ହେବ ଭିକାରିମୁକ୍ତ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି...

Advertisement
Archives

Model This Week