ଚିଟ୍‌ଫଣ୍ଡ ତଦନ୍ତରେ ୨୦୨୦ ସୁଦ୍ଧା ଖର୍ଚ୍ଚ ହୋଇଛି ୬.୧୯ କୋଟି

ଭୁବନେଶ୍ୱର,୫ା୭(ବ୍ୟୁରୋ): ଚିଟ୍‌ଫଣ୍ଡ ତଦନ୍ତ ପାଇଁ ଗଠିତ କମିଶନ, ଏହାର ଅଧିକାରୀ ଓ କର୍ମଚାରୀଙ୍କ ଦରମା ଏବଂ ଭତ୍ତା, କାର୍ଯ୍ୟାଳୟର ଆନୁଷଙ୍ଗିକ ଖର୍ଚ୍ଚ, ଜମାକାରୀଙ୍କଠାରୁ ପ୍ରାପ୍ତ ସତ୍ୟପାଠର କମ୍ପ୍ୟୁଟରୀକରଣ ଆଦି ବାବଦକୁ ୨୦୨୦ ଜାନୁୟାରୀ ସୁଦ୍ଧା ୬ କୋଟି ୧୯ ଲକ୍ଷ ୭୨ ହଜାର ୫୫୩ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହକୁ ଜଣାଇଛନ୍ତି।
ବିଧାୟକ ମୋହନ ଚରଣ ମାଝିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ ଦର୍ଶାଇଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ପ୍ରଥମ ତଦନ୍ତ ଧାର୍ଯ୍ୟ ୨୦୧୩ ଅକ୍ଟୋବର ୩୧ ସୁଦ୍ଧା ୮ ଲକ୍ଷ ୯୬ ହଜାର ୩୧୨ଟି ସତ୍ୟପାଠ ପାଇଥିଲେ । ପ୍ରାଥମିକ ଯାଞ୍ଚ ପରେ ସେଥିରୁ ୭୯ ହଜାର ୫୯ଟି ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଥିବାରୁ ଅବଶିଷ୍ଟ ୮ ଲକ୍ଷ ୧୭ ହଜାର ୨୫୩ଟି ସତ୍ୟପାଠକୁ ଯାଞ୍ଚ ନିମନ୍ତେ ତାଲିକା ପ୍ରସ୍ତୁତ ହୋଇଥିଲା। ୨୦୧୩ ମସିହା ବିଜ୍ଞପ୍ତିର ନିର୍ଦ୍ଧାରିତ ସମୟ ମଧ୍ୟରେ ସତ୍ୟପାଠ ଦାଖଲ କରି ନ ଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପୁନର୍ବାର ସୁଯୋଗ ଦେବା ପାଇଁ ଏମ୍‌ଏମ୍‌ ଦାସ ୨ୟ ପର୍ଯ୍ୟାୟରେ ଜାରି କରିଥିବା ସାନି ବିଜ୍ଞପ୍ତିରେ ଧାର୍ଯ୍ୟ ତାରିଖ ୨୦୧୯ ଜାନୁୟାରୀ ୩୧ ସୁଦ୍ଧା ୭ ଲକ୍ଷ ସତ୍ୟପାଠ କମିଶନଙ୍କ ନିକଟରେ ଦାଖଲ ହୋଇଛି । ସତ୍ୟପାଠଗୁଡିକ ମଧ୍ୟରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମାକରିଥିବା କ୍ଷୁଦ୍ର ଜମାକାରୀମାନଙ୍କ ସତ୍ୟପାଠଗୁଡିକର ଡିଜିଟାଇଜେଶନ୍‌ ନିମନ୍ତେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେବା(ଓକାକ)କୁ ନିୟୋଜିତ କରାଯାଇଛି। ଜଷ୍ଟିସ୍‌ ମଦନ ମୋହନ ଦାସ ତଦନ୍ତ କମିଶନ ପ୍ରଥମ ପର୍ଯ୍ୟାୟରେ ପ୍ରାପ୍ତ ହୋଇଥିବା ଠିକ୍‌ ସତ୍ୟପାଠ ଶୁଣାଣି ପରେ ଇତି ମଧ୍ୟରେ ୭ଟି ଅନ୍ତରୀଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ସେହି ରିପୋର୍ଟରେ କମିଶନ କରିଥିବା ସୁପାରିସ ମୁତାବକ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଶନ ବିଭିନ୍ନ ରିପୋର୍ଟରେ କରିଥିବା ସୁପାରିସ ମୁତାବକ କ୍ଷେତ୍ରୀୟ ତଦନ୍ତ ପରେ ଚିହ୍ନଟ ହୋଇଥିବା ପ୍ରକୃତ କ୍ଷୁଦ୍ରଜମାକାରୀଙ୍କୁ ତାଙ୍କର ବାସ୍ତବ ଜମାରାଶି ରାଜ୍ୟ ସରକାର ଗଠନ କରିଥିବା ୩ ଶହ କୋଟି ଟଙ୍କାର କର୍ପସ ପାଣ୍ଠିରୁ କ୍ଷତିପୂରଣ ଆକାରରେ ପ୍ରଦାନ ଲାଗି ପ୍ରକ୍ରିୟା ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri