ଚିଟ୍‌ଫଣ୍ଡ ତଦନ୍ତରେ ୨୦୨୦ ସୁଦ୍ଧା ଖର୍ଚ୍ଚ ହୋଇଛି ୬.୧୯ କୋଟି

ଭୁବନେଶ୍ୱର,୫ା୭(ବ୍ୟୁରୋ): ଚିଟ୍‌ଫଣ୍ଡ ତଦନ୍ତ ପାଇଁ ଗଠିତ କମିଶନ, ଏହାର ଅଧିକାରୀ ଓ କର୍ମଚାରୀଙ୍କ ଦରମା ଏବଂ ଭତ୍ତା, କାର୍ଯ୍ୟାଳୟର ଆନୁଷଙ୍ଗିକ ଖର୍ଚ୍ଚ, ଜମାକାରୀଙ୍କଠାରୁ ପ୍ରାପ୍ତ ସତ୍ୟପାଠର କମ୍ପ୍ୟୁଟରୀକରଣ ଆଦି ବାବଦକୁ ୨୦୨୦ ଜାନୁୟାରୀ ସୁଦ୍ଧା ୬ କୋଟି ୧୯ ଲକ୍ଷ ୭୨ ହଜାର ୫୫୩ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହକୁ ଜଣାଇଛନ୍ତି।
ବିଧାୟକ ମୋହନ ଚରଣ ମାଝିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ ଦର୍ଶାଇଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ପ୍ରଥମ ତଦନ୍ତ ଧାର୍ଯ୍ୟ ୨୦୧୩ ଅକ୍ଟୋବର ୩୧ ସୁଦ୍ଧା ୮ ଲକ୍ଷ ୯୬ ହଜାର ୩୧୨ଟି ସତ୍ୟପାଠ ପାଇଥିଲେ । ପ୍ରାଥମିକ ଯାଞ୍ଚ ପରେ ସେଥିରୁ ୭୯ ହଜାର ୫୯ଟି ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଥିବାରୁ ଅବଶିଷ୍ଟ ୮ ଲକ୍ଷ ୧୭ ହଜାର ୨୫୩ଟି ସତ୍ୟପାଠକୁ ଯାଞ୍ଚ ନିମନ୍ତେ ତାଲିକା ପ୍ରସ୍ତୁତ ହୋଇଥିଲା। ୨୦୧୩ ମସିହା ବିଜ୍ଞପ୍ତିର ନିର୍ଦ୍ଧାରିତ ସମୟ ମଧ୍ୟରେ ସତ୍ୟପାଠ ଦାଖଲ କରି ନ ଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପୁନର୍ବାର ସୁଯୋଗ ଦେବା ପାଇଁ ଏମ୍‌ଏମ୍‌ ଦାସ ୨ୟ ପର୍ଯ୍ୟାୟରେ ଜାରି କରିଥିବା ସାନି ବିଜ୍ଞପ୍ତିରେ ଧାର୍ଯ୍ୟ ତାରିଖ ୨୦୧୯ ଜାନୁୟାରୀ ୩୧ ସୁଦ୍ଧା ୭ ଲକ୍ଷ ସତ୍ୟପାଠ କମିଶନଙ୍କ ନିକଟରେ ଦାଖଲ ହୋଇଛି । ସତ୍ୟପାଠଗୁଡିକ ମଧ୍ୟରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମାକରିଥିବା କ୍ଷୁଦ୍ର ଜମାକାରୀମାନଙ୍କ ସତ୍ୟପାଠଗୁଡିକର ଡିଜିଟାଇଜେଶନ୍‌ ନିମନ୍ତେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେବା(ଓକାକ)କୁ ନିୟୋଜିତ କରାଯାଇଛି। ଜଷ୍ଟିସ୍‌ ମଦନ ମୋହନ ଦାସ ତଦନ୍ତ କମିଶନ ପ୍ରଥମ ପର୍ଯ୍ୟାୟରେ ପ୍ରାପ୍ତ ହୋଇଥିବା ଠିକ୍‌ ସତ୍ୟପାଠ ଶୁଣାଣି ପରେ ଇତି ମଧ୍ୟରେ ୭ଟି ଅନ୍ତରୀଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ସେହି ରିପୋର୍ଟରେ କମିଶନ କରିଥିବା ସୁପାରିସ ମୁତାବକ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଶନ ବିଭିନ୍ନ ରିପୋର୍ଟରେ କରିଥିବା ସୁପାରିସ ମୁତାବକ କ୍ଷେତ୍ରୀୟ ତଦନ୍ତ ପରେ ଚିହ୍ନଟ ହୋଇଥିବା ପ୍ରକୃତ କ୍ଷୁଦ୍ରଜମାକାରୀଙ୍କୁ ତାଙ୍କର ବାସ୍ତବ ଜମାରାଶି ରାଜ୍ୟ ସରକାର ଗଠନ କରିଥିବା ୩ ଶହ କୋଟି ଟଙ୍କାର କର୍ପସ ପାଣ୍ଠିରୁ କ୍ଷତିପୂରଣ ଆକାରରେ ପ୍ରଦାନ ଲାଗି ପ୍ରକ୍ରିୟା ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri