Posted inଖେଳ

ମାତ୍ର ୪୦ ଦିନରେ ଭାରତକୁ ମିଳିଲା ୫ ବଡ଼ ସୁପରଷ୍ଟାର୍‌

ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା କ୍ରିକେଟ ସିରିଜରେ ଭାରତ ପକ୍ଷରୁ ଡେବ୍ୟୁ କରିଥିବା ଖେଳାଳି ଏବେ ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି। ଏହି ପ୍ରଦର୍ଶନ ସୂଚାଇ ଦେଉଛି ଯେ ଭାରତୀୟ କ୍ରିକେଟର ଭବିଷ୍ୟତ ଭଲ ହେବ। ଏଥିସହ ଟେଷ୍ଟ ଏକଦିବସୀୟ ଏବଂ ଟି୨୦ ସମସ୍ତ ତିନୋଟି ଫର୍ମାଟରେ ଭାରତୀୟ ଦଳର ବେଞ୍ଚ ଶକ୍ତ ହୋଇପାରିଛି। ଏହା ଭବିଷ୍ୟତ ଭାରତୀୟ କ୍ରିକେଟର ସୁବର୍ଣ୍ଣ ଅନୁଭବ ସୃଷ୍ଟି କରୁଛି। ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜରେ ତିନିରୁ ଚାରି ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଡେବ୍ୟୁ ମ୍ୟାଚରେ ନୂତନ ରେକର୍ଡ ସ୍ଥାପନ କରି ଚର୍ଚ୍ଚାକୁ ଆସିଛନ୍ତି।

ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିବା ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ଇଂଲଣ୍ଡ ବିପକ୍ଷରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ଦିଆଯାଇଥିଲା। ପଟେଲ ତିନିଟି ଟେଷ୍ଟରେ ୨୭ ଉଇକେଟ ନେଇ ଡେବ୍ୟୁ ସିରିଜରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏହାପୂର୍ବରୁ ଭାରତ ପାଇଁ ପୂର୍ବତନ ବାମହାତୀ ସ୍ପିନର ଦିଲୀପ ଦୋଷୀ ୧୯୭୯ ମସିହାରେ ହୋଇଥିବା ୬ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ମୋଟ ୨୭ ଉଇକେଟ ନେଇଥିଲେ। ଅକ୍ଷାର ପଟେଲ କେବଳ ତିନିଟି ଟେଷ୍ଟ ମ୍ୟାଚରେ ଏହା କରି ଦେଖାଇଥିଲେ। କେବଳ ଏତିକି ନୁହେଁ ଅକ୍ଷର ପଟେଲ ଡେବ୍ୟୁ ଟେଷ୍ଟ ସିରିଜରେ ସର୍ବାଧିକ ଉଇକେଟ ନେଇ ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସଙ୍କୁ ପଛରେ ପକାଇ ଦେଇଥିଲେ।

ଏହି କ୍ରମରେ ଝାଡଖଣ୍ଡର ଓପନର୍‌ ଇଶାନ କିଶାନ ଟି -୨୦ ଫର୍ମାଟରେ ରେକର୍ଡ ସ୍ଥାପନ କରିଛନ୍ତି। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଇଶାନ କିଶାନ ଇଣ୍ଡିଆ କ୍ୟାପ ପିନ୍ଧିବାର ସୁଯୋଗ ପାଇଥିଲେ। ଡେବ୍ୟୁ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି ଇଶାନ ଚମତ୍କାର ଅର୍ଦ୍ଧଶତକ ପୂରଣ କରିଥିଲେ। ଏଭଳି ସଫଳତା ହାସଲ କରିବାରେ ସେ ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ। ୨୦୧୧ରେ ମାଞ୍ଚେଷ୍ଟରରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଅଜିଙ୍କେ ରାହାନେ ୬୧ ରନ ସ୍କୋର କରିଥିଲେ। ଏହା ତାଙ୍କ ରାହାନେଙ୍କ ପ୍ରଥମ ମ୍ୟାଚ୍‌ ଥିଲା।

ସୂର୍ଯ୍ୟକୁମାର ଯାଦବ ମଧ୍ୟ ଡେବ୍ୟୁ ମ୍ୟାଚରେ ରେକର୍ଡ କରିଛନ୍ତି। ସେ ପ୍ରଥମ ମ୍ୟାଚ୍‌ରେ ୫୭ ରନ୍‌ର ବିସ୍ଫୋରକ ଇନିଂଶ ଖେଳିଥିଲେ।

କୁନାଲ ପାଣ୍ଡ୍ୟା ଇତିହାସ ସୃଷ୍ଟି କରିଥିଲେ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୩ରେ ଖେଳାଯାଇଥିଲା। ଭାରତ ଏହି ମ୍ୟାଚକୁ ସହଜରେ ୬୬ ରନରେ ଜିତିଥିଲା। ଏହି ମ୍ୟାଚ୍‌ରେ ପ୍ରସିଦ୍ଧ କ୍ରିଷ୍ଣା ଏବଂ କୃନାଲ ପାଣ୍ଡ୍ୟା ଭାରତ ପକ୍ଷରୁ ଡେବ୍ୟୁ କରି ଅନେକ ରେକର୍ଡ ଭାଙ୍ଗିଥିଲେ। ତାଙ୍କର ପ୍ରଥମ ଦିନିକିଆ ମ୍ୟାଚରେ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ମାତ୍ର ୨୬ ବଲରେ ଅର୍ଦ୍ଧଶତକ ହାସଲ କରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ଡେବ୍ୟୁ ମ୍ୟାଚରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ହୋଇଥିଲେ। ଏହାପୂର୍ବରୁ ଏହି ରେକର୍ଡ ନ୍ୟୁଜିଲାଣ୍ଡର ଜନ ମୋରିସଙ୍କ ନାମରେ ଥିଲା। ୧୯୯୦ରେ ଇଂଲଣ୍ଡ ବିପକ୍ଷ ଡେବ୍ୟୁ ମ୍ୟାଚରେ ମୋରିସ ୩୫ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ।

ସେହିପରି ଡେବ୍ୟୁ ମ୍ୟାଚରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ୫୪ ରନ ଦେଇ ୪ଟି ଉଇକେଟ୍‌ ନେଇ ରେକର୍ଡ କରିଥିଲେ। ଏହାପୂର୍ବରୁ ଏହି ରେକର୍ଡ ନୋଏଲ ଡେଭିଡଙ୍କ ନାମରେ ୨୧ ରନ ଦେଇ ୩ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri