ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରି ମାଗିଥିଲେ ୩୦ ଲକ୍ଷ

ଭୁବନେଶ୍ୱର,୨।୨(ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀଶାଗର ଥାନା ଝାରପଡ଼ା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରି ୩୦ ଲକ୍ଷ ମୁଣ୍ଡ ଜାମିନ ମାଗିଥିଲେ। ହେଲେ କମିଶନରେଟ ପୋଲିସ ୩୬ ଘଣ୍ଟାର ଅପରେଶନ କରି ଶେଷରେ ୪ ଅପହର୍ତ୍ତାଙ୍କୁ ନୟାଗଡ଼ରୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ଅପହୃତ୍ତ ଯୁବକ ଇଶାନ ଅଗ୍ରୱାଲଙ୍କୁ ଉଦ୍ଧାର କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁର ବିଜିପୁରର ରାମ କ୍ରିଷ୍ଣା(୨୭), ସମ୍ବଲପୁର ଜିଲା ରେଢ଼ାଖୋଲର ସନ୍ତୋଷ କୁମାର ରାଉତ(୨୨), ନୟାଗଡ଼ ଜିଲା ଗୌଡ଼ପୁଟର ଧନେଶ୍ୱର ପାତ୍ର(୨୪), ଭୁବନେଶ୍ୱର ଖଣ୍ଡଗିରି ଥାନା ରଘୁନାଥନଗରର ଏମ୍‌ଡି ମୁସ୍ତାକ ଅଲ୍ଲୀ(୨୫)। ଏମାନଙ୍କଠାରୁ ଅପହରଣରେ ବ୍ୟବହୃତ୍ତ ଏକ କାର୍‌, ୫ଟି ମୋବାଇଲ, ୨ଟି ଛୁରୀ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ।

ଗିରଫ ଅଭିଯୁକ୍ତମାନେ ବୃତ୍ତିଗତ ଭାବେ ଏପରି ଅପହରଣ କରି ଟଙ୍କା ମାଗନ୍ତି। ଏହାପୂର୍ବରୁ ଏମାନେ ଭୁବନେଶ୍ୱରର ଜଣେ ବ୍ୟବସୟୀଙ୍କୁ ମଧ୍ୟ ବ୍ରହ୍ମପୁରରୁ ଅପହରଣ କରିଥିଲେ। ତାଙ୍କ ସହ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଜଣାପଡିଛି। ଅନ୍ୟପକ୍ଷେ ଇଶାନଙ୍କୁ ଖୋର୍ଦ୍ଦା, ନୟାଗଡ଼, ଗଞ୍ଜାମ ଦେଇ ପାଖାପାଖି ୮୦୦ କିମି ବୁଲାଇଛନ୍ତି। ପୋଲିସକୁ ମଧ୍ୟ ଅପହର୍ତ୍ତାଙ୍କ ନିକଟରେ ପହଞ୍ଚିବାକୁ ୩୬ ଘଣ୍ଟା ମଧ୍ୟରେ ୭୦୦ କି.ମି. ବୁଲିବାକୁ ପଡ଼ିଥିଲା ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଖବରଦାତା ସମ୍ମିଳନୀରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡହଡ଼ହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ: ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଡହଡ଼ହ ଖରାରେ ସିଝୁଛି ଓଡ଼ିଶା। ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇପଡ଼ୁଛି। ସକାଳ ୯ଟାରୁ ଘରୁ ବାହାରିବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ଜନଜୀବନ...

ଏପ୍ରିଲ ୩ରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ପାଠ୍ୟପୁସ୍ତକ ବଣ୍ଟାଯିବ

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ପାଠ୍ୟପୁସ୍ତକ ମୁଦ୍ରଣ ଓ ବିତରଣ ସମ୍ବନ୍ଧୀୟ ବୈଠକ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଗୋଟିଏ ଜମିକୁ ଦୁଇଥର ବିକ୍ରି

କେନ୍ଦୁଝର,୨୮ା୫(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ବଡ଼ହଳ ଅଞ୍ଚଳରେ ୧୦ ଡେସିମିଲି ଜମିକୁ ଦୁଇଥର ବିକ୍ରି କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଖାତା ନମ୍ବର ୪୫ର...

ଦୁର୍ଗା ପୂଜାରେ ସର୍ବଧର୍ମ ସମନ୍ବୟର ବାର୍ତ୍ତା

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ମା’ ଆସୁଛନ୍ତି। ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ। ଚାରିଆଡ଼େ ଖୁସିର ମାହୋଲ। କରୋନା ମହାମାରୀ ଯୋଗୁଁ ୨ ବର୍ଷ ନିରାଡ଼ମ୍ବରରେ ପାଳିତ ହୋଇଥିବା ଦୁର୍ଗାପୂଜା ଚଳିତ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଐତିହାସିକ: ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୨୫ା୧୧: ଶ୍ରୀମନ୍ଦିର ପରିସର ଆଧୁନିକୀକରଣ ହେବାକୁ ଯାଉଛି। ଖୁବ୍‌ଶୀଘ୍ର ନୂଆ ପ୍ରକଳ୍ପ ଅନୁଯାୟୀ ନୂଆ ରୂପ ନେବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

୨୦ ଜିଲାରୁ ୧୭୩ ଆକ୍ରାନ୍ତ, ପଶ୍ଚିମବଙ୍ଗରୁ ଫେରିଥିବା ଆଉ ୧୩ ଯବାନ ସଂକ୍ରମିତ

ଭୁବନେଶ୍ୱର,୧୪।୬(ବ୍ୟୁରୋ): ରାଜ୍ୟରେ ନୂଆ ସଂକ୍ରମିତ ୧୮୬ଜଣଙ୍କ ମଧ୍ୟରୁ ୧୭୩ଜଣ ୨୦ ଜିଲାର। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାର ୨୧, ଝାରସୁଗୁଡ଼ାର ୨, କେନ୍ଦୁଝରର ୧୧, ଯାଜପୁରର ୧୨,...

ଅନ୍ତର୍ଭୁକ୍ତ ହେବାକୁ ୪ ଯୋଗ୍ୟତାସୂଚକ ତାରିଖ

ଭୁବନେଶ୍ବର, ୨୧ା୭(ବ୍ୟୁରୋ): ନିର୍ବାଚନ ଆୟୋଗଙ୍କ ସଂଶୋଧିତ ନୂତନ ନିୟମ ଅନୁଯାୟୀ ତ୍ରୁଟିଶୂନ୍ୟ ଓ ନିର୍ଭୁଲ୍‌ ଭୋଟର ତାଲିକା ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ...

ଚନ୍ଦ୍ରର ଅତି ନିକଟରେ ଦେଖାଗଲା ଶୁକ୍ର

ଭୁବନେଶ୍ୱର, ୨୪।୫ (ବ୍ୟୁରୋ): ମଙ୍ଗଳବାର ଆକାଶରେ ଉଜ୍ଜ୍ୱଳ ଗ୍ରହ ଶୁକ୍ରର ଖୁବ୍‌ ନିକଟତର ହୋଇଥିଲା ଚନ୍ଦ୍ର। ସନ୍ଧ୍ୟା ୬ଟା ୩୦ରୁ ରାତି ୯ଟା ୧୫ ପର୍ଯ୍ୟନ୍ତ...

Advertisement
Archives

Model This Week