ବାଲେଶ୍ବରରେ ଚାଞ୍ଚଲ୍ୟ, ୮ ରାଉଣ୍ଡ ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା

ବାଲେଶ୍ୱର,୨୫।୬( ବାଞ୍ଛାନିଧି ଦେ ): ବାଲେଶ୍ବର ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ପୋଲିସକୁ ଅପରାଧୀମାନେ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି । ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡର ବଜାରରେ ଗୁରୁବାର ଅପରାହ୍ନରେ ଫୁଟିଲା ଗୁଳି । ଏକ କାର ସୋରୁମର ମାଲିକ ତଥା ବ୍ୟବସାୟୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ୮ ରାଉଣ୍ଡ ଗୁଳି ଫୁଟିଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି ।

ମୃତ ବ୍ୟବସାୟୀ ହେଉଛନ୍ତି ସେକ ହମିଦ । ତାଙ୍କୁ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ କିଏ ଓ କାହିଁକି ଗୁଳିମାଡ଼ କଲେ ତାହା ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ଛାନଭିନ ଜାରି ରଖିଛି । ପୂର୍ବ ଶତ୍ରୁତାରୁ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅନୁମାନ କରାଯାଉଛି । ଗୁଳିମାଡ଼ କରି ଅପରାଧୀମାନେ ଚମ୍ପଟ ମାରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଛ ଜାଲରେ ଫସିଲା ବିରାଟକାୟ ଅଜଗର

ବୀରମହାରାଜପୁର, ୧୦/୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ସଦେଇପୁର ଗାଁ ନିକଟସ୍ଥ ଏକ ପୋଖରୀରେ ମାଛ ଧରିବା ପାଇଁ…

ବିଦେଶୀ ମଦ ଦୋକାନ ବନ୍ଦ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ

ବୀରମହାରାଜପୁର, ୧୦/୯ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନୁଆଁପଡ଼ାଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ…

ରାଜ୍ୟ ପାଇଁ ଖୁସି ଖବର: ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୮ ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ରାଜେଶ ମହାରଣା, ତାଙ୍କ ସମର୍ଥକ

ଛତ୍ରପୁର, ୧୦।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀର ଯୁବ ନେତା ରାଜେଶ ମହାରଣା ଓ ତାଙ୍କ ସମର୍ଥକମାନେ ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…

ଓଲଟିଲା କୋଇଲା ବୋଝେଇ ଟ୍ରକ୍‌, ଓଡ଼ିଶା-ଆନ୍ଧ୍ର ରାସ୍ତା ଜାମ୍‌

ଗୁଣପୁର,୧୦ା୮(ସୁଜାତା ପାଢ଼ୀ): କୋଇଲା ବୋଝେଇ ଟ୍ରକ୍‌ ଓଲଟିଯିବା ଫଳରେ ଓଡ଼ିଶା ଆନ୍ଧ୍ର ରାସ୍ତା ଦୀର୍ଘ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜାମ ହୋଇ ରହିଛି। ରବିବାର…

ସରକାରୀ କାର୍ଯ୍ୟକ୍ରମରେ ତାମିଲ ସଙ୍ଗୀତ ଗାନ ବାଧ୍ୟତାମୂଳକ; ତାମିଲନାଡୁ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପିତ; ସମର୍ଥନ କଲେ DMK-AIADMK

ଚେନ୍ନାଇ,୧୦।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ, ରାଜ୍ୟ ସାରା ସରକାରୀ କାର୍ଯ୍ୟ ଆରମ୍ଭରେ…

ଅଧିକ ସମୟ ଭିଡିଓଗେମ୍‌ ଖେଳୁଥିଲେ…

ଭିଡିଓ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri