୧୨୦ ଆସନ କହି ବ୍ୟବସାୟ

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାଜପା ରାଜ୍ୟରେ ୧୨୦ ବିଧାନସଭା ଆସନ ଦଖଲ କରିବ ବୋଲି ଦାବି କଲାଣି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮୮ତମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଏହି ଯୁକ୍ତି ରଖିଥିଲେ। ହେଲେ ସମୀରଙ୍କ ଏହି ବାକ୍ୟବାଣରେ ଦଳର ତୃଣମୂଳସ୍ତରର କର୍ମୀମାନେ ଆଉ ଆଗଭଳି ଉତ୍ସାହିତ ଥିବା ମନେହେଉନାହିଁ। କାରଣ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପାର ଚାଣକ୍ୟ ବୋଲି ପ୍ରଚାର କରାଯାଉଥିବା ତଥା ସେତେବେଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବାରମ୍ବାର ଓଡ଼ିଶା ଆସି ମିଶନ ୧୨୦ କଥା କହି ବୁଲିଲେ। ଶାହାଙ୍କ କଥା କେବେହେଲେ ଫେଲ୍‌ ହୁଏ ନାହିଁ ବୋଲି ନିର୍ବାଚନ ସମୟରେ ଗଣମାଧ୍ୟମରେ ବେଶ୍‌ ଜୋର୍‌ରେ ପ୍ରଚାର କରାଗଲା। ହେଲେ ଶାହାଙ୍କ କଥା ଭୁଲ୍‌ ପ୍ରମାଣିତ ହେବା ସହ ଫଳ ସମ୍ପୂର୍ଣ୍ଣ ଓଲଟା ଆସିଲା। ସେଥିପାଇଁ ତ୍ରୁଟି ଶାହାଙ୍କ ହିସାବ ନୁହେଁ। ଅମିତ ଶାହାଙ୍କ କଥାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ବ୍ୟକ୍ତି ଆରମ୍ଭରୁ ଭଙ୍ଗୁର କରିବାକୁ ଲାଗି ପଡ଼ିଥିଲେ। ବରିଷ୍ଠ ଖବରଦାତା ତଥା ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, ପଞ୍ଚାୟତ ଓ ପୌର ଫଳାଫଳ ଯାହା ହୋଇଛି ଏଥର ଭାଜପା ୧୨୦ ସ୍ଲୋଗାନ ଦେବାର କିଛି ଆଧାର ନାହିଁ। ରାଜ୍ୟରେ ଏବେ ଭାଜପାର ନେତୃତ୍ୱ ନାହିଁ ବୋଲି ସେମାନଙ୍କ ଦଳର ନେତା କହିଲେଣି।
ଅନ୍ୟପଟେ ୨୦୧୯ ନିର୍ବାଚନ ପୂର୍ବରୁ ଭାଜପାର ଯେପରି ଆଭିମୁଖ୍ୟ ଥିଲା ତାକୁ ଦେଖି ଓଡ଼ିଶାର ବହୁ କଂଗ୍ରେସ ନେତା, କର୍ମୀଙ୍କ ସମେତ ଅନେକ ଅସନ୍ତୁଷ୍ଟ ବିଜେଡି ନେତା, କର୍ମୀମାନେ କଲବଲ ହୋଇ ଏହି ଦଳରେ ମିଶିଗଲେ। ସେହି ନେତା ଓ କର୍ମୀଙ୍କ ମିଶ୍ରଣକୁ ଦଳୀୟ ନେତୃତ୍ୱ ନିଜର ଦକ୍ଷତା ଭାବେ ପ୍ରଦର୍ଶନ କଲେ। ହେଲେ ବର୍ତ୍ତମାନ ଭାଜପାରେ ଯୋଗଦେଇଥିବା ନେତାମାନେ ଆଉ ଦଳର ନେତୃତ୍ୱକୁ ଭରସା କରୁନାହାନ୍ତି। ନିକଟରେ ଭାଜପାରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଏବଂ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ ଏହାର ବଡ ଉଦାହରଣ। ସାଧାରଣ ନିର୍ବାଚନରେ ଭାଜପାର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚିତ୍ରଣ କରାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ଏବେ ନିଜର କାର୍ଯ୍ୟ ଅନ୍ୟ ଦ୍ୱାରା କରାଇବାରେ ଲାଗିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟ ଭାଜପାର ପ୍ରତ୍ୟେକଟି କାର୍ଯ୍ୟକର୍ତ୍ତା ଧର୍ମେନ୍ଦ୍ରଙ୍କ ଗୋଷ୍ଠୀର ବୋଲି ଦଳର କେତେଜଣ ନେତୃବୃନ୍ଦ ମତ ପ୍ରକାଶ କରୁଛନ୍ତି। କେନ୍ଦ୍ରରେ ଥିବା ତାଙ୍କ ପତିଆରା ଦେଖି ରାଜ୍ୟର ବହୁ ନେତା ତାଙ୍କ ଅନୁଗତ ପାଲଟିଗଲେ। ଆଉ ଯେଉଁମାନେ ତାଙ୍କ କଥା ମାନିଲେ ସେହିଭଳି କେତେଜଣଙ୍କୁ ଦଳର ପଦ ପଦବୀରେ ଥଇଥାନ କରି ଦିଆଗଲା। ଏହାସହ ତାଙ୍କର ଆଉ କେତେଜଣ
୧୨୦ ଆସନ…
ଅନୁଗତଙ୍କୁ କେତେକ ଜାତୀୟ ସଂସ୍ଥାର ନିର୍ଦ୍ଦେଶକ ଭାବେ ଚୟନ କରି ସେ ବସାଇ ଦେଇଛନ୍ତି ବୋଲି ଦଳୀୟ ମହଲରେ ସମାଲୋଚନା ଚାଲିଛି।
କେନ୍ଦ୍ରରେ ୮ ବର୍ଷ ହେଲା ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଶାସନ କ୍ଷମତାରେ ରହି ବହୁ ରାଜ୍ୟରେ ନିଜର ସ୍ଥିତି ସୁଦୃଢ କରିପାରିଛି। ଓଡ଼ିଶାରେ ମଧ୍ୟ ଭାଜପା ଶୀର୍ଷ ନେତୃତ୍ୱ ଚାହିଁଲେ ବହୁ କିଛି କରିପାରନ୍ତେ। ହେଲେ ବ୍ୟବସାୟିକ ସ୍ବାର୍ଥ ଯୋଗୁ ଦଳର କର୍ମୀ ଏବଂ ଚିନ୍ତାଧାରା ବଳିପଡିଯାଇଛି। ଉଦାହରଣ ସ୍ବରୂପ, ପୁରୀରେ ହେବାକୁ ଥିବା ସରକାରୀ କାର୍ଯ୍ୟାନୁଷ୍ଠାନ ବିରୋଧରେ ରାଲିକୁ ହଠାତ୍‌ ବାତିଲ କରି ଦିଆଯାଇଛି। ବିଧିବଦ୍ଧ ଭାବେ ଭାଜପାର ଏହି କାର୍ଯ୍ୟରେ ବହୁ ଜଗନ୍ନାଥ ଭକ୍ତ କର୍ମୀ ଯୋଗଦେବାକୁ ଇଚ୍ଛୁକ ଥିଲେ। କୁହାଯାଉଛି, ଜିଲାପାଳ ଏହି ରାଲିକୁ ବନ୍ଦ କରିଦେଇଛନ୍ତି। ସତେ ଯେମିତି ରାଜନୈତିକ ବିରୋଧ ପାଇଁ ଜିଲା ପ୍ରଶାସନର ଅନୁମତି ଲୋଡାଯାଇଥାଏ। ଏଥିରୁ ବୁଝିବାକୁ ହେବ ଜିଲାପାଳ ଏତେବଡ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ମହଲରୁ ଅନୁମତି ପାଇଥିବେ। ରାଜ୍ୟ ସରକାର ମଧ୍ୟ ଏହିଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରକୁ ସୂଚାଇଥିବେ। ରାଜ୍ୟବାସୀ ଭଲଭାବେ ଜାଣନ୍ତି ଓଡ଼ିଶା ମାମଲାରେ କେନ୍ଦ୍ରରୁ କିଏ ନିଷ୍ପତ୍ତି ଜଣାଇଥିବେ। ଏନେଇ ରବି ଦାସ ଆହୁରି କହିଛନ୍ତି, ଓଡ଼ିଶା ଭାଜପାରେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଧର୍ମେନ୍ଦ୍ରଙ୍କ ଲୋକ। ହେଲେ ଓଡ଼ିଶାରେ କେବଳ ବିରୋଧୀ ଭୂମିକା ତୁଲାଇବା ଲାଗି ଲୋକଦେଖାଣିଆ ଭାବେ ଯାହା କରିବା କଥା ଭାଜପା ନେତାମାନେ ଚଲାଇଛନ୍ତି ବୋଲି ସେ କହିଛନ୍ତି।
ସେହିପରି ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଯେଉଁଭଳି ରାଜ୍ୟ ସରକାରଙ୍କୁ ବିରୋଧ କରୁଛି ତାହା ଗାଁ ଗହଳିରେ ଯେପରି ରାମାୟଣ ନାଟକ ଚାଲେ ସମ୍ପୂର୍ଣ୍ଣ ସେମିତି ହେଉଛି ଅର୍ଥାତ୍‌ ଗାଁର ରାମାୟଣ ନାଟକରେ ଯିଏ ରାବଣ ଅଭିନୟ କରୁଥାଆନ୍ତି ସେ ନିଜ ହାତରେ ଥିବା ମିଛିମିଛିକା ଖଣ୍ଡାକୁ ଧରି ବାରମ୍ବାର ମଞ୍ଚ ଉପରେ ବୁଲାଇ ଏପାଖରୁ ସେପାଖ ଦୁଇ ଚାରିଥର ବୁଲିଯାଆନ୍ତି। ହେଲେ ସେହି ଖଣ୍ଡା ଆକ୍ରମଣ ପାଇଁ ନୁହେଁ। ଭାଜପା ନେତା ଓଡ଼ିଶାରେ ସେଇଭଳି ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇ ଚଳାଇଛନ୍ତି। ନିକଟରେ ଶେଷ ହୋଇଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନ ଫଳାଫଳରୁ ହିଁ ଏକଥା ସ୍ପଷ୍ଟ ହୋଇଯାଇଛି। ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ୨ଟି ଉପନିର୍ବାଚନଠାରୁ ହିଁ ଭାଜପା ଶୀର୍ଷ ନେତୃତ୍ୱଙ୍କ ପ୍ରକୃତ ଆଭିମୁଖ୍ୟ କ୍ରମଶଃ କର୍ମୀମାନେ ବୁଝିଲେଣିି। ପଞ୍ଚାୟତ ଓ ପୌର ନିର୍ବାଚନରେ ସେହି ନେତା ଥରୁଟିଏ ବି ଓଡ଼ିଶାରେ ପାଦ ପକାଇଲେ ନାହିଁ। କେବଳ ଭାଜପାର ଏହି ବଡ ନେତାମାନଙ୍କ ବ୍ୟବସାୟ ଲାଗି ଦଳର କର୍ମୀମାନଙ୍କୁ ବ୍ୟବହାର କରାଯାଉଥିବା ଆଲୋଚନା ହେଉଛି। ଯଦି କୌଣସିଠାରେ ବ୍ୟବସାୟରେ ଭାଜପା ଉପରିସ୍ଥ ନେତାଙ୍କୁ ଅସୁବିଧା ହୁଏ ତେବେ କିଛି ପ୍ରସଙ୍ଗ ଉଠାଇ ଭାଜପା କର୍ମୀମାନଙ୍କୁ ସରକାରଙ୍କ ବିରୋଧରେ ହୋହଲ୍ଲା କରିବାକୁ କହି ଦିଆଯାଉଛି। ଯେତେବେଳେ ନେତାଙ୍କ ସ୍ବାର୍ଥ ପୂରଣ ହେଉଛି ଆନ୍ଦୋଳନ, ପ୍ରତିବାଦ ଆପେ ବନ୍ଦ ହୋଇଯାଉଥିବା ଦଳର କେତେଜଣ ନେତା ଏବେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?