ଅସୁରକ୍ଷିତ କୋଠା ତଳେ ବ୍ୟବସାୟ

ବ୍ରହ୍ମପୁର ଅଫିସ,୨୪।୨: ବ୍ରହ୍ମପୁର ସହରର ପ୍ରମୁଖ ଓ ପୁରାତନ ବ୍ୟବସାୟିକ କେନ୍ଦ୍ରସ୍ଥଳ ହେଉଛି ଗିରି ମାର୍କେଟ। ଏହି ମାର୍କେଟ ଉପରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାର ବିଭିନ୍ନ ବ୍ୟବସାୟୀ ନିର୍ଭରଶୀଳ। ମାର୍କେଟ କୋଠାଟି ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଥିରେ ଫାଟ ସୃଷ୍ଟି ହେବା ସାଙ୍ଗକୁ ବହୁ ସ୍ଥାନରେ ଗଛଲତା ଉଠିଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ପଲସ୍ତରା ମଧ୍ୟ ଖସୁଥିବା ନଜିର ରହିଛି। ଏହି କୋଠା ତଳେ ୧୦୦ରୁ ଉର୍ଦ୍ଧ୍ୱ ବ୍ୟବସାୟୀ ବ୍ୟବସାୟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ହୋଲସେଲ ବ୍ୟବସାୟୀ। ବିପଦସଙ୍କୁଳ ଏହି କୋଠା ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ଅସୁରକ୍ଷିତ ହୋଇଛି।
ବ୍ରହ୍ମପୁର ମହାନଗର ନିଗମ (ବିଏମସି) ବିପଦସଙ୍କୁଳ କୋଠା ଖାଲି କରିବା ପାଇଁ ଗତ ଜାନୁୟାରୀ ୨୧ ତାରିଖରେ ନୋଟିସ ଜାରି କରିଛି। କିନ୍ତୁ ବ୍ୟବସାୟୀମାନେ ଏହି ନୋଟିସକୁ ଖାତିର କରୁ ନଥିବା ଭଳି ମନେ ହେଉଛି। ବ୍ୟବସାୟୀମାନେ ଏବେ ବି ବିନା ଭୟରେ ବ୍ୟବସାୟ କରୁଛନ୍ତି। ଅନ୍ୟପଟେ ବିଏମସି ପକ୍ଷରୁ ଏହି କୋଠାଟିକୁ ସଂପୂର୍ଣ୍ଣ ଭଙ୍ଗା ଯାଇ ନୂତନ କୋଠା ନିର୍ମାଣ ପାଇଁ ଯୋଜନା ରହିଛି। ତେବେ ବ୍ୟବସାୟୀଙ୍କୁ ଥଇଥାନ ପରେ ନୂଆ ନିର୍ମାଣ ଯୋଜନା ଆରମ୍ଭ ହେବ ବୋଲି ବିଏମସି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।
ସୂଚନାଯୋଗ୍ୟ, ୧୯୭୪ ମେ ୨୪ ତାରିଖରେ ଗିରି ମାର୍କେଟ ପ୍ରତିଷ୍ଠା ହୋଇଥିଲା। ତତ୍କାଳୀନ ରାଷ୍ଟ୍ରପତି ଭି.ଭି.ଗିରି ଏହି ବଜାରକୁ ଉଦ୍‌ଘାଟନ କରିଥିଲେ। ଭିି.ଭି. ଗିରିଙ୍କ ନାମରେ ଏହି ବଜାରର ନାମକରଣ କରାଯାଇଛି। କୋଠାରେ ୧୫୦ଟି ଦୋକାନ ଗୃହ ରହିଛି। ଏଠାରେ ହୋଲସେଲ ପୋଷାକ ଠାରୁ ଆରମ୍ଭ କରି ଇଲେକ୍‌ଟ୍ରୋନିକ୍ସ ସରଞ୍ଜାମ ଓ ଘରୋଇ ସାମଗ୍ରୀ ବିକ୍ରି ହୋଇଥାଏ। କୋଠା ଅସୁରକ୍ଷିତ ଥିବା କାରଣରୁ ବିଏମସି ନୋଟିସ ଜାରି କରିବା ପରେ ବହୁ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ବିଏମସିକୁ ଦୋକାନ ଗୃହ ବାବଦକୁ ଭଡା ଦିଆଯାଉଥିଲେ ସୁଦ୍ଧା ମରାମତି କ୍ଷେତ୍ରରେ କାୈଣସି ପଦକ୍ଷେପ ନିଆଗଲାନି। ବର୍ତ୍ତମାନ କୋଠା ଅସୁରକ୍ଷିତ ନେଇ ବିଏମସି ପକ୍ଷରୁ ଜାରି ନୋଟିସକୁ ସମର୍ଥନ ଜଣାଉଛୁ। କିନ୍ତୁ ବିଏମସି ବ୍ୟବସାୟୀଙ୍କୁ ପ୍ରଥମେ ଥଇଥାନ କରିବା ଆବଶ୍ୟକ। ଏ ନେଇ ବିଏମସି ଅତିରିକ୍ତ କମିଶନର ଆଶୁତୋଷ ସାମଲ କହିଛନ୍ତି. ବିଏମସି ପକ୍ଷରୁ କୋଠା ଖାଲି କରିବାକୁ ନୋଟିସ ଜାରି କରାଯାଇଛି। କିନ୍ତୁ ବ୍ୟବସାୟୀମାନେ ନିଜେ କୋଠା ମରାମତି ପାଇଁ ଲିଖିତ ଭାବେ ଅନୁରୋଧ କରିଛନ୍ତି। କିନ୍ତୁ କମିଶନରଙ୍କ ପକ୍ଷରୁ ଦୋକାନ ଗୃହ ଗୁଡିକୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସର୍ଭେ ଚାଲିଛି। ଖୁବ ଶୀଘ୍ର ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri