ବ୍ୟବସାୟରେ ସ୍ବଚ୍ଛତା ବଢ଼ିଛି

ପାରିବାରିକ ବ୍ୟବସାୟ ସହ ବାଣିଜ୍ୟର ଛାତ୍ର ହୋଇଥିବାରୁ ବ୍ୟବସାୟ ପ୍ରତି ତାଙ୍କର ବେଶ୍‌ ଆଗ୍ରହ ରହିଥିଲା। ଏପରିକି ପାଠପଢ଼ା ସମୟରେ ସେ ବଡ଼ଭାଇମାନଙ୍କୁ ବ୍ୟବସାୟରେ ସହଯୋଗ କରୁଥିଲେ। ବିଶେଷକରି କୋଲକାତାରୁ ଉଚ୍ଚଶିକ୍ଷା ଶେଷ ସହ ଶେୟାର ବଜାର କାରବାର କ୍ଷେତ୍ରରେ ସେ ଜଡ଼ିତ ହୋଇଥିଲେ। ଦୀର୍ଘଦିନ ଧରି ଟ୍ରେଡିଂ ବ୍ୟବସାୟରେ ଜଡ଼ିତ ଥିବାବେଳେ ଅନ୍ୟ ବ୍ୟବସାୟରେ ପ୍ରବେଶ ପାଇଁ ସେ ଯୋଜନା କରିଥିଲେ। ସମୟକ୍ରମେ ପାରିବାରିକ ସଦସ୍ୟ ଏବଂ ବନ୍ଧୁ ପରିଜନଙ୍କ ପରାମର୍ଶକ୍ରମେ ସେ ଭୁବନେଶ୍ୱରରେ ରିୟଲ ଇଷ୍ଟେଟ ବ୍ୟବସାୟରେ ପ୍ରବେଶ କରିଥିଲେ। ବହୁ ଘାତ ପ୍ରତିଘାତ ମଧ୍ୟରେ ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ନିଜକୁ ପରିଚିତ କରାଇ ପାରିଛନ୍ତି। ସେହି ସଫଳ ବ୍ୟବସାୟୀ ତଥା ସୁରେକା ଆଣ୍ଡ୍‌ ମର୍ଲିନ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିଜର ପାର୍ଟନର ସୁରେଶ କୁମାର ସୁରେକାଙ୍କ ସହ ଧରିତ୍ରୀର ବିଶେଷ ଆଳାପ…

ପ୍ର- ୧: ଆପଣଙ୍କ ବ୍ୟବସାୟିକ ଯାତ୍ରା କିଭଳି ରହିଥିଲା ?
ଉ- ୧୯୯୧ରେ ଉଚ୍ଚଶିକ୍ଷା ଶେଷକରି ୧୯୯୨ରେ ଭୁବନେଶ୍ୱର ଆସିଥିଲି। ସେବେଠାରୁ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଭୁବନେଶ୍ୱର ଷ୍ଟକ୍‌ ମାର୍କେଟରେ ସଦସ୍ୟ ହେବା ସହ ଟ୍ରେଡିଂ ବ୍ୟବସାୟରେ ଜଡ଼ିତ ଥିଲି। ଦୀର୍ଘଦିନର ଅଭିଜ୍ଞତା ସହ ପାରିବାରିକ ସଦସ୍ୟ ଓ ପରିଜନଙ୍କ ପରାମର୍ଶକ୍ରମେ ମୁଁ ୨୦୧୦-୧୧ରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ପ୍ରବେଶ କରିଥିଲି। କାରଣ ଆଗାମୀ ଦିନରେ ଓଡ଼ିଶା ଅଭିବୃଦ୍ଧି ସହ ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଗଣାହେବାକୁ ଯାଉଛି। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ସହ ଏକ ମଜଭୁତ ସରକାର କାମ କରୁଛି। ଫଳରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ଅନେକ ଆଶା ଆକାଂକ୍ଷା ରହିଛି। ଏଭଳି କିଛି ଆଶା ଓ ବିଶ୍ୱାସ ନେଇ ବ୍ୟବସାୟ ଯାତ୍ରା ଜାରି ରହିଛି।

ପ୍ର-୨: ଓଡ଼ିଶା ରିୟଲ ଇଷ୍ଟେଟ ବଜାରକୁ କିଭଳି ଦେଖୁଛନ୍ତି ?
ଉ- ଓଡ଼ିଶା ରିୟଲ ଇଷ୍ଟେଟ ଦେଶର ଏକ ପ୍ରମୁଖ ବଜାର ଭାବେ ଉଭା ହୋଇଛି। କାରଣ ବର୍ତ୍ତମାନ ସମୟରେ ଓଡ଼ିଶାର ଅଭିବୃଦ୍ଧି ଧୀରେ ଧୀରେ ବୃଦ୍ଧି ପାଉଛି। ଫଳରେ ଶିଳ୍ପ କ୍ଷେତ୍ର ବେଶ୍‌ ଉନ୍ନତ ଓ ସ୍ବଚ୍ଛତା ଜାରି ରହିଛି। ଗୋଟିଏ ପଟରେ ରାଜ୍ୟରେ ସ୍ଥିର ସରକାର ରହିଛି। ଅପରପକ୍ଷରେ ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ରେରା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଉଭୟ ଗ୍ରାହକ ଓ ରିୟଲ ଇଷ୍ଟେଟ ପ୍ରତିଷ୍ଠାନ ନିୟମ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ଉଭୟ ରାଜ୍ୟ ଓ ଦେଶର ଜିଡିପିରେ ରିୟଲ ଇଷ୍ଟେଟର ଅବଦାନ ଅତୁଳନୀୟ।

ପ୍ର-୩: ରିୟଲ ଇଷ୍ଟେଟ କ୍ଷେତ୍ରରେ ପ୍ରତିଯୋଗୀଙ୍କୁ କିଭଳି ଦେଖିଥାନ୍ତି ?
ଉ- ପ୍ରତି ବ୍ୟବସାୟରେ ପ୍ରତିଯୋଗିତା ଓ ପ୍ରତିଯୋଗୀ ଥାନ୍ତି, ହେଲେ ପ୍ରତିଷ୍ଠାନର ଆଭିମୁଖ୍ୟ ଭଲ ଥିଲେ ପ୍ରତିପକ୍ଷଙ୍କୁ ଅନୁସରଣ କରିବାକୁ ପଡ଼ିବ ନାହିଁ। ବିଶେଷ କରି ୨୦୧୦ ପୂର୍ବରୁ ବଜାର ଅବ୍ୟବସ୍ଥିତ ଭଳି ରହିଥିଲା। ଅନେକ ସଂସ୍ଥା ବି ରହିଥିଲେ। ୨୦୧୦ ପରେ ଧୀରେ ଧୀରେ ସ୍ବଚ୍ଛତା ସହିତ ଗୁଣାତ୍ମକ ଓ ସମୟାନୁବତ୍ତର୍ର୍ିତାକୁ ଗୁରୁତ୍ୱ ଦିଆଯାଉଛି। ଅପରପକ୍ଷରେ ରେରା ନିୟମାବଳୀ ପାଇଁ ବଜାରରେ ସ୍ବତନ୍ତ୍ରତା ଆସିଛି।

ପ୍ର-୪: ରେରା ଆସିବା ପରେ ରିୟଲ ଇଷ୍ଟେଟ କ୍ଷେତ୍ରରେ କ’ଣ ପରିବର୍ତ୍ତନ ଆସିଛି?
ଉ- ଶିଳ୍ପରେ ଅନେକ ପରିବର୍ତ୍ତନ ଆସିଛି। ବିଶେଷକରି ବ୍ୟବସାୟରେ ଯଥେଷ୍ଟ ସ୍ବଚ୍ଛତା ଆସିଛି। ଗ୍ରାହକଙ୍କ ମନରେ ବିଶ୍ୱାସ ବୃଦ୍ଧି ପାଇଛି। ଏପରିକି ରିୟଲ ଇଷ୍ଟେଟ ସଂସ୍ଥାଗୁଡ଼ିକ ମଧ୍ୟ ସର୍ତକତା ଅବଲମ୍ବନ କରୁଛନ୍ତି। ଗ୍ରାହକ ଉଚିତ ସମୟରେ ଘର ପାଇପାରୁଛନ୍ତି। ସେହିଭଳି ଗୃହ ନିର୍ମାଣକାରୀମାନେ ମଧ୍ୟ ନିୟମକାନୁନରେ କାର୍ଯ୍ୟ କରୁଛନ୍ତି। ରେରା ଆସିବା ପରେ ବ୍ୟବସାୟରେ ସାଧୁତା ବୃଦ୍ଧି ପାଇଛି।

ପ୍ର-୫: ବର୍ତ୍ତମାନ ସମୟରେ ଗ୍ରାହକଙ୍କ ଚାହିଦା କିଭଳି ରହିଛି?
ଉ- ଗ୍ରାହକ ସ୍ଥାନ(ଅଞ୍ଚଳ)ଠାରୁ ସୁନ୍ଦର ପ୍ରକଳ୍ପ ଓ ଅତ୍ୟାଧୁନିକ ସୁବିଧାକୁ ପସନ୍ଦ କରିଥାନ୍ତି। ଛୋଟ ଛୋଟ ପ୍ରକଳ୍ପଠାରୁ ବୃହତ୍‌ ପ୍ରକଳ୍ପକୁ ଗ୍ରାହକ ଅଧିକ ପସନ୍ଦ କରିଥାନ୍ତି। ରିୟଲ ଇଷ୍ଟେଟରେ କେତେଜଣ ନିର୍ଦ୍ଦିଷ୍ଟ ଗ୍ରାହକ ରହିଛନ୍ତି। କେତେଜଣ ଗ୍ରାହକ ବୃହତ୍‌ ପ୍ରକଳ୍ପକୁ ପସନ୍ଦ କରୁଥିବା ବେଳେ ଆଉ କେତେକେ ଡ୍ୟୁପ୍ଲେକ୍ସ ପ୍ରକଳ୍ପକୁ ପସନ୍ଦ କରିଥାନ୍ତି।

ପ୍ର-୬: ଆଗାମୀ ଯୋଜନା,ପ୍ରକଳ୍ପ ବିଷୟରେ କ’ଣ କହିବେ?
ଉ- ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଶା ରିୟଲ ଇଷ୍ଟେଟ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ଫଳରେ ଆଗାମୀ ଦିନରେ ସଂସ୍ଥା ଭୁବନେଶ୍ୱର ସମେତ କଟକ, ଯାଜପୁର, ପୁରୀ, ଅନୁଗୋଳ, ସମ୍ବଲପୁର, ରାଉରକେଲା ଏବଂ ଝାରସୁଗୁଡ଼ା ଭଳି ସହରରେ ପ୍ଲଟିଂ ସହ ନୂତନ ପ୍ରକଳ୍ପ ପାଇଁ ଯୋଜନା କରାଯାଉଛି। ବର୍ତ୍ତମାନ ଭୁବନେଶ୍ୱର ତମାଣ୍ଡୋରେ ଏକ ବୃହତ୍‌ ପ୍ରକଳ୍ପ ଜାରି ରହିଛି।

ପ୍ର-୭: ଅବସର ସମୟରେ କ’ଣ କରିବାକୁ ଭଲପାଆନ୍ତି?
ଉ- ବ୍ୟସ୍ତବହୁଳ ବ୍ୟବସାୟ ମଧ୍ୟରେ ଅବସର ସମୟ ଅଧିକ ମିଳି ନ ଥାଏ। ତଥାପି ସମାଜରେ ବସବାସ କରୁଥିବାରୁ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବାକୁ ଭଲ ଲାଗେ। ବିଶେଷ ସମୟରେ ପରିବାର ଓ ପରିଜନଙ୍କ ସହ ସମୟ ଅତିବାହିତ କରିବାକୁ ଭଲ ପାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri