ଇଶା-ଦୀପିକାଙ୍କ ମଧ୍ୟରେ ବ୍ୟବସାୟିକ ସହଭାଗିତା

ଭୁବନେଶ୍ୱର,୧୬।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପର ପ୍ରମୁଖ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆର୍‌ଆର୍‌ଭିଏଲ୍‌)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଏମ୍‌ ଅମ୍ବାନୀ ଏବଂ ୮୨ଂଇର ସହ ପ୍ରତିଷ୍ଠାତା ଦୀପିକା ପାଦୁକୋନଙ୍କ ମଧ୍ୟରେ ବ୍ୟବସାୟିକ ସହଭାଗିତା ସ୍ଥାପନ ହୋଇଛି। ବିଶେଷ କରି ଆରଆରଭିଏଲର ପ୍ରମୁଖ ୟୁନିଟ ରିଲାଏନ୍ସ ରିଟେଲର ବିୟୁଟି ବ୍ରାଣ୍ଡ ଟିରା ଓ ସେଲପ କେୟାର ବ୍ରାଣ୍ଡ ୮୨ଂଇ ପ୍ଲାଟଫର୍ମ ମଧ୍ୟରେ ବ୍ୟବସାୟିକ ଚୁକ୍ତିନାମା ହୋଇଥିବାବେଳେ ୮୨ଂଇ ର ସମ୍ପ୍ରସାରଣ ସହ ଡି୨ସି ମଡେଲ ଜରିଆରେ ପ୍ରଥମଧରଣର ରିଟେଲ ସେବା ଯୋଗାଇ ଦେବାକୁ ଆବଶ୍ୟକ ସହାୟତା ଓ ସୁବିଧା ଉଭୟ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ବ୍ରାଣ୍ଡ୍‌ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଆର୍‌ଆର୍‌ଭିଏଲ୍‌ର ନିର୍ଦ୍ଦେଶିକା ଇଶା ଏମ ଅମ୍ବାନୀ କହିଛନ୍ତି, ଆମେ ୮୨ଂଇ ସହ ସହଭାଗିତା ସ୍ଥାପନ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସେଲ୍‌ଫ କେୟାର ଆଣ୍ଡ ହୋଲିଷ୍ଟିକ ଓ୍ବେଲନେସ କ୍ଷେତ୍ରରେ ବ୍ରାଣ୍ଡ୍‌ର କମିଟମେଣ୍ଟ ବେଶ୍‌ ଉତ୍ସାହଜନକ ରହିଛି। ଫଳରେ ଟିରା ଗ୍ରାହକଙ୍କ ନିକଟତର ହେବାରେ ଏହା ବେଶ୍‌ ଲାଭଦାୟକ ହେବ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ୮୨ଂଇର ସହ ପ୍ରତିଷ୍ଠାତା ଦୀପିକା ପାଦୁକୋନ କହିଛନ୍ତି, ଟିରା ପ୍ଲାଟଫର୍ମରେ ୮୨ଂଇ ବ୍ରାଣ୍ଡ୍‌ର ସମସ୍ତ ଉତ୍ପାଦ ଉପଲବ୍ଧ ହେବ। ଏପରିକି ଆମେ ଆମର ଗୁଣାତ୍ମକ ଉତ୍ପାଦ ଓ ସେବା ପ୍ଲାଟଫର୍ମ ଜରିଆରେ ଗ୍ରାହକଙ୍କୁ ଯୋଗାଇ ଦେବୁ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୀବ, ଯଶୋବନ୍ତଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୧୦।୮: ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ସୋମବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ପୋଲିସ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ…

ଗଞ୍ଜାମ ବ୍ଲକ ପ୍ରମୁଖ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳାଭିଷେକ, ଆଉ ଦୁଇଟି ସୋମବାରରେ…

ଗଞ୍ଜାମ,୧୦।୮ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚ ପୁର ପଞ୍ଚାୟତ ମାଳୀ ଜଗନ୍ନାଥ ପୁର ନିକଟସ୍ଥ ବାବା ବାଲୀ ଲୋକନାଥ, ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼…

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

ଶ୍ରାବଣ ଶିବରାତ୍ରିରେ ୪ ଦୁର୍ଲଭ ରାଜଯୋଗର ମହାସଂଯୋଗ: ବୃଷ ସମେତ ୪ ରାଶିକୁ ମିଳିବ ଅପାର ଲାଭ

ଶ୍ରାବଣ ଶିବରାତ୍ରି ଅବସରରେ ଗଠିତ ହେଉଥିବା ଚାରିଟି ରାଜଯୋଗ ବୃଷ, କର୍କଟ, ତୁଳା ଓ କୁମ୍ଭ ରାଶି ପାଇଁ ବେଶ ଶୁଭ ସାବ୍ୟସ୍ତ ହେବ। ଏହି ରାଶିର…

ଜିଲାପାଳଙ୍କ ଶୁଣାଣିରେ ବିଷପିଇ ଜୀବନ ହାରିବାକୁ ଉଦ୍ୟମ: କାବୁ କରି…

ରାଜନଗର,୧୦।୮(ଭାସ୍କର ରାଉତ ରାୟ): ବିଷ ପିଇବାକୁ ଉଦ୍ୟମ ବେଳେ କାବୁ କରିନେଲା ପୋଲିସ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଓ ଢୋଲମରା…

ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ…

ଆଜିକାଲି ଅତ୍ୟଧିକ କାମର ଚାପ ହେଉ ଅବା କେତେକ କାରଣରୁ ଅନେକେ ଚିନ୍ତାଗ୍ରସ୍ତ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ମୁକୁଳିବାର ଏକ ସହଜ ଉପାୟ ରହିଛି। ତାହା…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri