EPFO UPI withdrawal: ଏଣିକି UPI ଦ୍ୱାରା ଉଠାଇପାରିବେ PF ଟଙ୍କା! EPFO ଆଣୁଛି ନୂଆ ସୁବିଧା

ନୂଆଦିଲ୍ଲୀ,୨୫।୨: EPFO (କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ) ଖୁବ ଶୀଘ୍ର ଏହାର ଗ୍ରାହକମାନଙ୍କ ପାଇଁ UPI ମାଧ୍ୟମରେ PF ଉଠାଣର ସୁବିଧା ଆରମ୍ଭ କରିବାକୁ ଯାଉଛି। ଫାଇନାନ୍ସିଆଲ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଏହି ନୂତନ ବୈଶିଷ୍ଟ୍ୟ PhonePe, Google Pay, Paytm ଏବଂ BHIM ଭଳି ଡିଜିଟାଲ ପେମେଣ୍ଟ ଆପ୍‌ ମାଧ୍ୟମରେ ତୁରନ୍ତ ପାଣ୍ଠି ସ୍ଥାନାନ୍ତରକୁ ସକ୍ଷମ କରିବ।
ଏପର୍ଯ୍ୟନ୍ତ NEFT କିମ୍ବା RTGS ମାଧ୍ୟମରେ PF ଉଠାଣ ପାଇଁ ୨-୩ ଦିନ ସମୟ ଲାଗୁଥିଲା, କିନ୍ତୁ UPI ଇଣ୍ଟିଗ୍ରେସନ(ସମନ୍ବୟ) ପରେ, ଏହା ରିଅଲ୍‌-ଟାଇମ୍‌ ଟ୍ରାନ୍ସଫରରେ ପରିଣତ ହେବ। ଏହି ସୁବିଧାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ EPFO NPCI (ନ୍ୟାସନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ) ସହିତ ଆଲୋଚନା କରୁଛି।
ଆପଣ ATM ରୁ ମଧ୍ୟ PF ଉଠାଇ ପାରିବେ:
EPFO କେବଳ UPI କାରବାର ମାଧ୍ୟମରେ ନୁହେଁ ବରଂ ATM ମାଧ୍ୟମରେ ମଧ୍ୟ PF ଉଠାଣର ସୁବିଧା ଆରମ୍ଭ କରିବାକୁ ଯୋଜନା କରୁଛି। ଏହାକୁ ଶ୍ରମ ସଚିବ ସୁମିତା ଡାଭରା ୨୦୨୪ ମସିହାରେ ଘୋଷଣା କରିଥିଲେ। ଏହି ସୁବିଧା UAN କିମ୍ବା ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଉପଲବ୍ଧ ହେବ।
EPFOର ନୂତନ ଡିଜିଟାଲ ଯୋଜନା:
EPFO ଏହାର ନୂତନ ଡିଜିଟାଲ ଯୋଜନା ଅଧୀନରେ PF ଉଠାଣକୁ ସହଜ କରିବା ପାଇଁ କାମ କରୁଛି। ରିପୋର୍ଟ ଅନୁଯାୟୀ, ଆଗାମୀ ୨-୩ ମାସ ମଧ୍ୟରେ UPI ଆଧାରିତ PF ଉଠାଣ ସୁବିଧା ଆରମ୍ଭ କରାଯାଇପାରିବ, ଯାହା ଦାରା କର୍ମଚାରୀମାନେ ସେମାନଙ୍କର ପାଣ୍ଠିକୁ ଶୀଘ୍ର ପାଇପାରିବେ। EPFO ଏପର୍ଯ୍ୟନ୍ତ ୫୦ ନିୟୁତରୁ ଅଧିକ ଦାବି ସମାଧାନ କରିଛି ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୨.୦୫ ଲକ୍ଷ କୋଟିରୁ ଅଧିକ ପାଣ୍ଠି ପ୍ରଦାନ କରାଯାଇଛି। ଏହି ନୂତନ ସୁବିଧା ଆସିବା ସହିତ ପିଏଫ ଉଠାଣ ପ୍ରକ୍ରିୟା ପୂର୍ବ ଅପେକ୍ଷା ଦ୍ରୁତ ଏବଂ ସୁବିଧାଜନକ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ହଲଚଲ୍‌; ହଠାତ୍ ଇସ୍ତଫା ଦେଲେ ଉପରାଷ୍ଟ୍ରପତି, କହିଲେ….

ନୂଆଦିଲ୍ଲୀ, ୧୨।୧୧: ଇଣ୍ଡୋନେସିଆ ରାଜନୀତିରେ ବଡ଼ ଧରଣର ହଟଚମଟ। ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜିବ୍ରାନ୍‌ ରାକାବୁମିଙ୍ଗ ରାକା। ଦେଶର ସଂସଦର ଉଚ୍ଚ ସଦନର ବାଚସ୍ପତି ଅହମଦ୍‌…

ମୁଁ ସୁନ୍ଦର ନୁହେଁ, ମୁଁ ମରିଯିବାକୁ ଚାହେଁ, ଏମିତି କହି ୩ ଥର ଆତ୍ମହତ୍ୟା ଉଦ୍ୟମ କଲେଣି NEET ଛାତ୍ରୀ, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୧୨ା୧୧: ଉତ୍ତରପ୍ରଦେଶର ଗୋରଖପୁରରେ ରହୁଥିବା ଜଣେ ୧୯ ବର୍ଷୀୟା ଛାତ୍ରୀ, ଯିଏ କି ଡାକ୍ତରୀ ପ୍ରବେଶିକା ପରୀକ୍ଷା (NEET) ପାଇଁ ପ୍ରସ୍ତୁତ ହେଉଛନ୍ତି, ନିଜର ରୂପକୁ ନେଇ…

୩ କୋଟିରୁ ଅଧିକ ସରକାରୀ ଟଙ୍କା ହଡ଼ପ ଅଭିଯୋଗ, ଡିଜିଟାଲ୍ ଟ୍ରାକିଂରେ ଧରାପଡ଼ିଲେ ଫେରାର ରାଜସ୍ୱ ସହାୟକ

କଟକ,୧୨।୧୧(ପ୍ରଭୁକଲ୍ୟାଣ ପାଲ୍): HRMS ପୋର୍ଟାଲରେ ଜାଲ୍ ବିଲ୍ କରିବା ପଡିଲା ମହଙ୍ଗା । ୩.୦୩ କୋଟି ଟଙ୍କା ହଡ଼ପ ଅଭିଯୋରେ ଗିରଫ ହେଲେ କେନ୍ଦ୍ରାପଡା ଡେରାବିଶ ବ୍ଲକର…

ଟିମ ଇଣ୍ଡିଆ ପାଇଁ ବଡ଼ ଖୁସିଖବର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଫିଟ୍‌ ଘୋଷିତ ହେଲେ ଏହି ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ, ୧୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଆଇସିସି ୱାଲର୍‌ଡ ଟେଷ୍ଟ ଚାମ୍ପିୟନସିପ (WTC) ଦୃଷ୍ଟିରୁ…

ଝିଅ ଜନ୍ମର ୨୪ ଘଣ୍ଟା ନପୂରୁଣୁ ବାପାଙ୍କୁ ମିଳିଲା ୧.୫ କୋଟି, ଝିଅର ନାଁ ରଖିଲେ….

ନୂଆଦିଲ୍ଲୀ,୧୨।୧୧: କୁହାଯାଏ, ଝିଅ ଘରର ଲକ୍ଷ୍ମୀ । ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛି ପଞ୍ଜାବର ଏକ ଘଟଣା । ଝିଅ ଜନ୍ମ ହେବାର ମାତ୍ର ୨୪…

୨୦୨୭ରୁ ୨୦୩୦ ଯାଏ ଏହି ୨ ରାଶିଙ୍କୁ ଘାରିବ ଶନିଙ୍କ ପ୍ରଭାବ: ହୋଇଯିବେ କାଙ୍ଗାଳ! ଜାଣନ୍ତୁ ସେହି ରାଶି କିଏ…

ଶନିଦେବ ଯେତେବେଳେ ନିଜ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ କେତେକ ରାଶି ଉପରେ ଶନି ଢୈୟା ଆରମ୍ଭ ହୋଇଥାଏ ତ ଆଉ କେତେକ ରାଶିର ଜାତକଙ୍କୁ ସାଢ଼େସାତୀରୁ…

ଏହି ୪ ସ୍ଥାନରେ ଦାନ କଲେ ହୋଇଯିବେ ମାଲାମାଲ, ସାତ ପିଢ଼ି ବି କରିବେ ରାଜ୍‌, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ କୂଟନୀତିଜ୍ଞ ଏବଂ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଏ। ତାଙ୍କ ରଚିତ ପୁସ୍ତକ ‘ଚାଣକ୍ୟ ନୀତି’ରେ ସେ ଜୀବନରେ ସଫଳତା ପାଇବାର ଅନେକ…

ଦାରିଙ୍ଗବାଡ଼ି-ଗାଜଲବାଡ଼ିକୁ ଭାରୀଯାନ ଚଳାଚଳ ବନ୍ଦ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ, ଏବେ ବି ଭୂସ୍ଖଳନ ସ୍ଥାନରେ…

ଦାରିଙ୍ଗବାଡ଼ି,୧୨ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଗତ ୨୯ ରେ ହୋଇଥିବା ଭୂସ୍ଖଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?