ବନ୍ଧୁତ୍ୱରେ ବ୍ୟବସାୟ ଗଣିତ

ନିଃସ୍ୱାର୍ଥପରତା, ସମର୍ପଣ ଭାବନା, ତ୍ୟାଗ ଓ ସଦା ସଦିଚ୍ଛାରେ ଭରା ବନ୍ଧୁତାରେ ଭଟ୍ଟା। କଥାଟା ଅଡୁଆ ଲାଗୁଥିଲେ ମଧ୍ୟ ସାମ୍ପ୍ରତିକ ସମାଜର ଅପ୍ରିୟ ସତ୍ୟ ହେଉଛି ବନ୍ଧୁତ୍ୱରେ ବ୍ୟବସାୟ। ବନ୍ଧୁଙ୍କୁ ନେଇ ଆଲେଖ୍ୟ, କବିତା, ଉପନ୍ୟାସର ପାହାଡ ସୃଷ୍ଟି ହୋଇଛି ସତ କିନ୍ତୁ ବନ୍ଧୁତ୍ୱରେ ହିସାବନିକାଶ ଦିନକୁ ଦିନ ବଢିବାରେ ଲାଗିଛି ବୋଲି ଅସ୍ବୀକାର କରିହେବ ନାହିଁ। ପାରସ୍ପରିକ ନିବିଡ ସ୍ନେହ ଓ ସମ୍ପର୍କ ସାମାନ୍ୟ ମନୋମାଳିନ୍ୟରେ ତୁଟିଯାଉଛି। ଭାରତୀୟ ପୁରାଣଶାସ୍ତ୍ର ବର୍ଣ୍ଣିତ ଶ୍ରୀକୃଷ୍ଣ ଓ ସୁଦାମା, କର୍ଣ୍ଣ ଓ ଦୁର୍ଯ୍ୟୋଧନ, ମାତା ସୀତା ଓ ତ୍ରିଜଟାଙ୍କ ମଧ୍ୟରେ ସମ୍ପର୍କ ହେଉଛି ବନ୍ଧୁୁତ୍ୱର ଶ୍ରେଷ୍ଠ ନିଦର୍ଶନ। ଏଠି ବିଶେଷତ୍ୱ ହେଉଛି ରକ୍ତଗତ ସମ୍ପର୍କ ନ ଥାଇ ମଧ୍ୟ ବନ୍ଧୁତ୍ୱର ବନ୍ଧନ ଶିଖର ସ୍ପର୍ଶ କରିଛି। ଆଜି ମଧ୍ୟ ଶିଶୁମାନଙ୍କୁ ଏ ସୁନ୍ଦର ବନ୍ଧୁତ୍ୱର ଲୋରି, ଗଳ୍ପ ଶୁଣାଯାଉଛି। କିନ୍ତୁ ବିଡମ୍ବନା ଆଧୁନିକ ଯୁଗରେ ମଣିଷର ମସ୍ତିଷ୍କ ଯେତିକି ବିକଶିତ ହେଉଛି, ବନ୍ଧୁ ସମ୍ପର୍କର ଗ୍ରହଣୀୟତା ଭିନ୍ନ ରୂପ ନେଉଛି। ଭଲ ହେବା ପରିବର୍ତ୍ତେ ବଡହେବାର ମାନସିକତା ବନ୍ଧୁତ୍ୱର ପରିଭାଷାକୁ ଦୁର୍ବଳ କରୁଛି। ଗୁଆ ଦେଇ ହେଉ ବା କାର୍ଡ, ବନ୍ଧୁତ୍ୱରେ ମଜଭୁତ ସମ୍ପର୍କ କ୍ୱଚିତ ଦେଖିବାକୁ ମିଳୁଛି। ସାମ୍ପ୍ରତିକ ବନ୍ଧୁତ୍ୱ ବାର୍ତ୍ତା ଦେଉଛି ସ୍ବାର୍ଥପୂର୍ଣ୍ଣ ନ ହେଲେ ସାଙ୍ଗ ମୂଲ୍ୟହୀନ, ଭଲ ହେଉ ବା ଖରାପ ଅନ୍ୟର ଆଶା ପରିପୂଣ୍ଣର୍ର୍ କରିବାରେ ସହଯୋଗ କରିବା ହିଁ ଅନ୍ତରଙ୍ଗ ସମ୍ପର୍କ। ଅଦିଆକୁ ଦୁଆରଦିଆ ହିଁ ବନ୍ଧୁତ୍ୱରେ ହିସାବନିକାଶର ମୂଳଦୁଆ। କାରଣ ସ୍ବାର୍ଥ ସର୍ବଶ୍ରେଷ୍ଠ ବୋଲି ମାନିନେବାରୁ ଏପରି ହେଉଛି, ଯେଉଁଥିପାଇଁ ବନ୍ଧୁତ୍ୱରେ ହିସାବନିକାଶ ସବୁଠାରୁ ବଡପଣକିଆରେ ପରିଣତ। ଏହି ହିସାବନିକାଶ ପରମ୍ପରାଗତ, ଅସ୍ଥିମଜାଗତ ହେବାରେ ଲାଗିଛି। ସେ ଯେତିକି ଦେଇଛି ତା’ ପାଇଁ ସେତିକି ପ୍ରତିଦାନ ହିଁ ବନ୍ଧୁତ୍ୱର ଗଣିତ। ଏଠି ଧୈର୍ଯ୍ୟ, ପରୋପକାର, ସହନଶୀଳତା, ଆନ୍ତରିକତା ବଳିପଡୁଛିି। ମୂଲ୍ୟ ବଦଳରେ ମୂଲ୍ୟ, ଗୁଆ ବଦଳରେ ଗୁଆ, କାର୍ଡ ବଦଳରେ କାର୍ଡ, କୁହା ବଦଳରେ କୁହା, ନାହିଁ ବଦଳରେ ନାହିଁରେ ସୀମିତ ସମ୍ପର୍କ। ଏହା ହିଁ ସାମ୍ପ୍ରତିକ ବନ୍ଧୁତ୍ୱରେ ସର୍ବାଧିକ ଗ୍ରହଣୀୟତା। ଯେଉଁଥିପାଇଁ ସାହିଭାଇ, ସହୋଦର, ସଖା, ପ୍ରିୟ, ସାଙ୍ଗ, ବନ୍ଧୁର ଅର୍ଥ ବଦଳୁଛି। ଆଗକୁ କ’ଣ ହେବ ତାହା ଅନିଶ୍ଚିତ, କିନ୍ତୁ ବନ୍ଧୁତ୍ୱ ଏବେ ବ୍ୟବସାୟିକ ଗଣିତରେ ପରିଣତ।
ବିବାହ, ବ୍ରତ, ଶୁଦ୍ଧିକ୍ରିୟା, ଜନ୍ମଦିନରେ ବନ୍ଧୁ ଖୋଜା ପଡୁଛି। ବିପଦ ସମୟରେ ବନ୍ଧୁ କେତେଦିନ ଯାଏ ସମ୍ପର୍କ ନିର୍ବାହ କରୁଛି, ସହଯୋଗର ହାତ ବଢାଉଛି ତାହା ସମସ୍ତେ ଜାଣନ୍ତି। ଦେଇଥିଲେ ପାଇରେ ସନ୍ତୁଷ୍ଟି ପ୍ରକାଶ ଛଡା ଆଉ ଉପାୟ ନାହିଁ। ଏଥିରୁ ବିଚ୍ୟୁତ ମଣିଷ ବନ୍ଧୁତ୍ୱ ଏକ ଇତିହାସ ବୋଲି ଧରିନେଉଛି। ଆନୁଗତ୍ୟ, ଅନୁଗ୍ରହ, ବିଶ୍ୱାସ, କୃତଜ୍ଞତାର ମୂଲ୍ୟ କମୁଛି ଓ ଦେବା ପରେ ଆଶା ରଖୁଛି ବନ୍ଧୁ। କାରଣ ନିଶ୍ଚିତ କ’ଣ ତାହା ବନ୍ଧୁ ଅଙ୍ଗେ ନିଭାଉଛି। ନିରାଶାରେ ଭରା ଜୀବନ ବନ୍ଧୁର ସ୍ବପ୍ନରେ ପରିଣତ ହେଉଛି। ବନ୍ଧୁତ୍ୱରେ ବର୍ତ୍ତମାନ ଭଟ୍ଟା ପଡୁଥିବାର ଲକ୍ଷ୍ୟ କରାଯାଉଛି।
ଅଧୁନା ଘଟିଥିବା ଏକ ଘଟଣା ହେଉଛି ଯୁକ୍ତ୨ ପଢୁଥବା ପୁଅ ଗୋପାଳ। ଚାଷକାମ କରି ତା’ର ବାପା ଘର ଚଳାଉଥିଲେ। ସମୟ ସବୁବେଳେ ସମାନ ନ ଥାଏ। ସର୍ବାଙ୍ଗବାତର ଶିକାର ହୋଇ ବାପା ଆଠବର୍ଷ ଶଯ୍ୟାଶାୟୀ ହୋଇ ରହିବା ଭିତରେ ପରିବାର ନାନାଦି ଅସୁବିଧା ଦେଇ ଗତିକଲା। ଯେମିତି କି ଜଣେ ରୋଜଗାର ବ୍ୟକ୍ତି ରୋଗାକ୍ରାନ୍ତ ହେବା ପରେ ପରିବାର ଅଭାବ ଅନଟନ ଦେଇ ଗତି କରେ ତାହା ହିଁ ହେଲା। ଏମିତି କି ଔଷଧ କିଣିବାକୁ ମଧ୍ୟ ପାଖରେ ପଇସା ନ ଥିଲା।
ଏପଟେ ରୋଗୀ ସେବାରେ ଗୋପାଳ ମାଆଙ୍କର ଦିନରାତି ସମାନ ହୋଇଯାଉଥାଏ। ସ୍ଥିତି ଏମିତି ଯେ ଗୋପାଳ ନା ପାଠ ପଢିପାରୁଛି ନା ରୋଜଗାର କରି ପରିବାର ଚଳାଇବାରେ ସକ୍ଷମ ହୋଇଛି। ଏପରିସ୍ଥିତିରେ ବନ୍ଧୁର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବାସ୍ତବ ଚିତ୍ର ଓଲଟା। ଏପରିସ୍ଥିତିରେ ବନ୍ଧୁମାନେ ନିକଟ ହେବା ପରିବର୍ତ୍ତେ ଦୂରେଇଯିବାକୁ ଲାଗିଲେ।
ଏ ସମୟରେ ସେମାନଙ୍କ ସହଯୋଗ ଛାଡ, ସାନ୍ତ୍ୱନା ମିଳିବା କ୍ଷୀଣ ହେଲା। ଏତେ କଷ୍ଟ ପରେ ବି ଗୋପାଳର ବାପା ବଞ୍ଚିଲେ ନାହିଁ। ଗୋପାଳର ମାଆ କହୁଥାନ୍ତି ଭଲହେଲା ବାପା ଚାଲିଗଲେ। ତେବେ ବର୍ତ୍ତମାନ ଶୁଦ୍ଧିକ୍ରିୟାର ପାରମ୍ପରିକ ଓ ଆନୁଷ୍ଠାନିକ ପର୍ବପାଳନ। ସାହିଭାଇଙ୍କୁ ଖାଇବାକୁ ଦେବାକୁ ପଡିବ, ତୁଠ ପାଇଁ ଲୁଗାପଟା, କ୍ରିୟାକର୍ମ ପାଇଁ ଜିନିଷ ତଥା ପୁରୋହିତ ଓ ଅନ୍ୟାନ୍ୟ ଖର୍ଚ୍ଚପ୍ରକ୍ରିୟା। ଏଥିପାଇଁ ଗୋପାଳ ନିକଟରେ ଅର୍ଥ ଆସିବ କେଉଁଠୁ? ପୁଣି ଏସବୁ ସାମାଜିକ ଧରାବନ୍ଧା, ନ ହେଲେ ନ ଚଳେ। ଅଦିଆକୁ ଦୁଆରଦିଆ ନ୍ୟାୟରେ ଗୋପାଳ ଭାରାକ୍ରାନ୍ତ। ବାପା ଥିଲାବେଳେ ଗୋପାଳ ବନ୍ଧୁତ୍ୱର ପରିଭାଷା ଦେଖିଛି ଆଉ ଏବେ ବିପଦରେ ପଡି ଦେଖୁଛି ବନ୍ଧୁର ବନ୍ଧୁତ୍ୱକୁ। ଶେଷରେ ଅନନ୍ୟୋପାୟ ହୋଇ ପରିବାରର ଦୁଃଖସୁଖରେ ଠିଆ ହେଉଥିବା କ୍ଷେତ ଖଣ୍ଡିକୁ ବିକ୍ରିକଲା। ବନ୍ଧୁ, ସାହିଭାଇ, ପରିଜନଙ୍କୁ ଖାଇବାକୁ ଦେଲା, ଲୁଗା ପିନ୍ଧାଇଲା, କ୍ରିୟାକର୍ମ ବି କଲା। ଏବେ ଗୋପାଳର ଗୋଟିଏ ଲକ୍ଷ୍ୟ ଭଲ ମଣିଷଟିଏ ହେବ ଏବଂ ପରିବାର ଭରଣପୋଷଣ କରିବାକୁ ଅଣ୍ଟାଭିଡିବ। ତେବେ ଏହାପରେ ଗୋପାଳର ପାଠରେ ଡୋରି ଲାଗିବନି ତ? ଗୋପାଳ କ’ଣ ସତରେ ପରିବାର, ସମାଜ, ପରିବେଶକୁ ନେଇ ସରଳ ଓ ଜଟିଳ ସ୍ଥିତିରେ ଚଳିବା ଓ ଚଳାଇବାରେ ସକ୍ଷମ ହୋଇସାରିଲାଣି? ଏ ବନ୍ଧୁତ୍ୱରୁ ସେ କ’ଣ ଶିଖିଲା? ଭବିଷ୍ୟତରେ ସେ ଅନ୍ୟ ସହିତ ବନ୍ଧୁତ୍ୱ କେମିତି ନିର୍ବାହ କରିବ। ସେ କ’ଣ ଭଲ ବନ୍ଧୁଟିଏ ହୋଇପାରିବ। ଭବିଷ୍ୟତରେ ଗୋପାଳ ବନ୍ଧୁମାନଙ୍କୁ ସେହିପରି ଆଚରଣ କରିବନି ତ ଯାହା ତା’ ସହିତ ଘଟିଲା, ଅର୍ଥାତ୍‌ ବନ୍ଧୁତ୍ୱରେ ବ୍ୟବସାୟ ଗଣିତ। ମନରେ ଏବେ ଅନେକ ପ୍ରଶ୍ନ ଆମ ପାଇଁ ଆମର ବନ୍ଧୁତ୍ୱ ପାଇଁ। ଏ ଆମତ୍ସମୀକ୍ଷା ସାମ୍ପ୍ରତିକ ସମାଜରେ ବିପଦରେ ପଡିଥିବା ବନ୍ଧୁର ସ୍ବାର୍ଥ ପାଇଁ। ବିଚାର ବ୍ୟକ୍ତିଗତ ହୋଇପାରେ କିନ୍ତୁ ସାମାଜିକ ଓ ସାମୂହିକ ପ୍ରଭାବ ହେଉଛି ଏହାର ନିଷ୍କର୍ଷ। କିଏ କହିବ ଗୋପାଳ ସ୍ଥାନରେ କାଲି ଆଉ କିଏ ଥିବ।

  • ଶୁଭନାରାୟଣ ଶତପଥୀ
    ବିଜିପୁର, ବ୍ରହ୍ମଗିରି, ପୁରୀ
    ମୋ: ୯୪୩୮୪୩୨୦୨୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri