ବ୍ୟବସାୟ ପ୍ରତିଷ୍ଠାନରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ବ୍ୟବସାୟ ପ୍ରତିଷ୍ଠାନରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା
ରାୟଗଡ଼ା,୨୫ା୩(ସ୍ବ.ପ୍ର.): ରାୟଗଡ଼ା ସହରରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇନାହିଁ। ବ୍ୟବସାୟୀମାନେ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ସାର୍ଟିଫିକେଟ ନ ନେଇ ମନଇଚ୍ଛା ଦୋକାନ, ସପିଙ୍ଗ ମଲ୍‌ ଆଦି କରିଛନ୍ତି। ଲୋକଙ୍କ ଜୀବନ ପ୍ରତି କାହାରି ଚିନ୍ତାନାହିଁ । ଯାହାକି ତଦନ୍ତ ସାପେକ୍ଷ। ଅଗ୍ନି ନିରାପତ୍ତା ସାର୍ଟିଫିକେଟ ବିନା ସହର ଓ ଉପକଣ୍ଠ ଅଞ୍ଚଳରେ ବ୍ୟବସାୟ ପ୍ରତିଷ୍ଠାନ ଚାଲିଥିବା ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାଁସଦା ମଧ୍ୟ ସ୍ବୀକାର କରିଛନ୍ତି । ଏ ନେଇ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ବ୍ୟବସାୟୀ ଶୁଣୁନାହାଁନ୍ତି । ରାୟଗଡ଼ାରେ ଏକ ପ୍ରକାର ଅସହାୟ ହୋଇପଡ଼ିଛି ଅଗ୍ନିଶମ ବିଭାଗ । ସହରର ସ୍ବାଗତ ରୋଡ଼, ତୃପ୍ତି ରୋଡ଼, ଆଇଓବି ରୋଡ଼, ଉମାଶଙ୍କର ରୋଡ଼, କପିଳାସ ରୋଡ଼ ସମେତ ବିଭିନ୍ନ ସ୍ଥାନରେ ଥିବା ସପିଙ୍ଗ ମଲ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନାହିଁ। ଏପରିକି ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ୧୦୦ଲିଟର ଜଳ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ  । ବହୁ ସପିଂ ମଲ ଓ ଦୋକାନ ବିଦ୍ୟୁତ୍‌  ନେବାପାଇଁ ବେଆଇନ  ଭାବେ ରାସ୍ତାକଡ଼ରେ ସବ୍‌ ଟ୍ରାନ୍ସଫର୍ମର ରଖିଛନ୍ତି। ଦୋକାନ ଓ ସପିଙ୍ଗ ମଲଗୁଡ଼ିକ ଅନୁମୋଦିତ ପ୍ଲାନ ବଦଳରେ ମନଇଚ୍ଛା ନିର୍ମାଣ କରିଛନ୍ତି । ପୌର ପରିଷଦ ପକ୍ଷରୁ ଏହାର କୌଣସି ଯାଞ୍ଚ ହେଉନାହିଁ। ତେଣୁ ଅଘଟଣ ଘଟିବା ପୂର୍ବରୁ ସମସ୍ତ ଦୋକାନ, ସପିଙ୍ଗମଲ ଆଦିରେ ଅଗ୍ନି ନିର୍‌ାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟତାମୂଳକ କରାଇବାକୁ ଦାବି ହେଉଛି।

ସ୍କ୍ରାପ୍‌ ଗୋଦାମରେ ଅଗ୍ନିକାଣ୍ଡ
ରାୟଗଡ଼ା: ରାୟଗଡ଼ା ସହର ଆର୍‌ଏମ୍‌ସି ଗୋଦାମ ନିକଟରେ ଥିବା ଏକ ସ୍କ୍ରାପ ଗୋଦାମରେ ଗୁରୁବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି  । ଏଥିରେ ଲକ୍ଷାଧିକ ଟଙ୍କାର ସ୍କ୍ରାପ ପୋଡ଼ି ପାଉଁଶ ହୋଇଯାଇଛି । ସ୍କ୍ରାପ ଗୋଦାମ ମାଲିକ ନନ୍ଦ କିଶୋର ସାହୁ ଗୁରୁବାର ରାତିରେ ଗୋଦାମ ବନ୍ଦ କରି ଘରକୁ ଯାଇଥିଲେ। ରାତି ପ୍ରାୟ ୧ଟାରେ ଗୋଦାମରେ ନିଆଁ ଲାଗିଥିବା କେହିଜଣେ ଫୋନରେ କହିଥିଲେ। ଖବରପାଇ ଦମକଳ ବାହୀନି ତୁରନ୍ତ ସେଠାରେ ପହଞ୍ଚିଥିଲେ। ଦୁଇଟି ଦମକଳ ଗାଡି ଦୀର୍ଘ ସମୟ ପାଣି ସିଞ୍ଚନ କରିବା ପରେ ନିଆଁ ଆୟତ୍ତ ହୋଇଥିଲା । ଏଥିରେ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପୋଡି ତରଳିଯାଇଛି। ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। କେହି ଦୁବୃତ୍ତ ଏହି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଗୋଦାମରେ ଲକ୍ଷାଧିକ ଟଙ୍କାର କାରବାର ହେଉଥିବା ବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଅଗ୍ନିଶମ ବିଭାଗ ଅଧିକାରୀ ଜାଣିବାକୁ ପାଇଥିଲେ। ଏପରକି ଗୋଦାମରେ ପାଣି ମଧ୍ୟ ମହଜୁଦ ନାହିଁ। ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ଏହି ଗୋଦାମ ରହିଥିବା ବେଳେ ନିକଟରେ ଜନବସତି ରହିଛି। ତେଣୁ ଆଗାମୀ ଦିନରେ ବଡ ଅଘଟଣ ସମ୍ଭାବନାକୁ ଏଡାଇ ହୋଇପାରୁନାହିଁ। ଆରଏମସିଏସ ଠାରୁ ଭଡାରେ ନେଇ ଏହି ଗୋଦାମ ଚାଲିଛି। ଏଠାରେ ପୁରୁଣା ପ୍ଲାଷ୍ଟିକ ବୋତଲ, ସାମଗ୍ରୀ ଆଦି ସ୍କ୍ରାପରେ କିଣାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri