ବ୍ୟବସାୟ ପ୍ରତିଷ୍ଠାନରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ବ୍ୟବସାୟ ପ୍ରତିଷ୍ଠାନରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା
ରାୟଗଡ଼ା,୨୫ା୩(ସ୍ବ.ପ୍ର.): ରାୟଗଡ଼ା ସହରରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇନାହିଁ। ବ୍ୟବସାୟୀମାନେ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ସାର୍ଟିଫିକେଟ ନ ନେଇ ମନଇଚ୍ଛା ଦୋକାନ, ସପିଙ୍ଗ ମଲ୍‌ ଆଦି କରିଛନ୍ତି। ଲୋକଙ୍କ ଜୀବନ ପ୍ରତି କାହାରି ଚିନ୍ତାନାହିଁ । ଯାହାକି ତଦନ୍ତ ସାପେକ୍ଷ। ଅଗ୍ନି ନିରାପତ୍ତା ସାର୍ଟିଫିକେଟ ବିନା ସହର ଓ ଉପକଣ୍ଠ ଅଞ୍ଚଳରେ ବ୍ୟବସାୟ ପ୍ରତିଷ୍ଠାନ ଚାଲିଥିବା ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାଁସଦା ମଧ୍ୟ ସ୍ବୀକାର କରିଛନ୍ତି । ଏ ନେଇ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ବ୍ୟବସାୟୀ ଶୁଣୁନାହାଁନ୍ତି । ରାୟଗଡ଼ାରେ ଏକ ପ୍ରକାର ଅସହାୟ ହୋଇପଡ଼ିଛି ଅଗ୍ନିଶମ ବିଭାଗ । ସହରର ସ୍ବାଗତ ରୋଡ଼, ତୃପ୍ତି ରୋଡ଼, ଆଇଓବି ରୋଡ଼, ଉମାଶଙ୍କର ରୋଡ଼, କପିଳାସ ରୋଡ଼ ସମେତ ବିଭିନ୍ନ ସ୍ଥାନରେ ଥିବା ସପିଙ୍ଗ ମଲ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନାହିଁ। ଏପରିକି ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ୧୦୦ଲିଟର ଜଳ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ  । ବହୁ ସପିଂ ମଲ ଓ ଦୋକାନ ବିଦ୍ୟୁତ୍‌  ନେବାପାଇଁ ବେଆଇନ  ଭାବେ ରାସ୍ତାକଡ଼ରେ ସବ୍‌ ଟ୍ରାନ୍ସଫର୍ମର ରଖିଛନ୍ତି। ଦୋକାନ ଓ ସପିଙ୍ଗ ମଲଗୁଡ଼ିକ ଅନୁମୋଦିତ ପ୍ଲାନ ବଦଳରେ ମନଇଚ୍ଛା ନିର୍ମାଣ କରିଛନ୍ତି । ପୌର ପରିଷଦ ପକ୍ଷରୁ ଏହାର କୌଣସି ଯାଞ୍ଚ ହେଉନାହିଁ। ତେଣୁ ଅଘଟଣ ଘଟିବା ପୂର୍ବରୁ ସମସ୍ତ ଦୋକାନ, ସପିଙ୍ଗମଲ ଆଦିରେ ଅଗ୍ନି ନିର୍‌ାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟତାମୂଳକ କରାଇବାକୁ ଦାବି ହେଉଛି।

ସ୍କ୍ରାପ୍‌ ଗୋଦାମରେ ଅଗ୍ନିକାଣ୍ଡ
ରାୟଗଡ଼ା: ରାୟଗଡ଼ା ସହର ଆର୍‌ଏମ୍‌ସି ଗୋଦାମ ନିକଟରେ ଥିବା ଏକ ସ୍କ୍ରାପ ଗୋଦାମରେ ଗୁରୁବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି  । ଏଥିରେ ଲକ୍ଷାଧିକ ଟଙ୍କାର ସ୍କ୍ରାପ ପୋଡ଼ି ପାଉଁଶ ହୋଇଯାଇଛି । ସ୍କ୍ରାପ ଗୋଦାମ ମାଲିକ ନନ୍ଦ କିଶୋର ସାହୁ ଗୁରୁବାର ରାତିରେ ଗୋଦାମ ବନ୍ଦ କରି ଘରକୁ ଯାଇଥିଲେ। ରାତି ପ୍ରାୟ ୧ଟାରେ ଗୋଦାମରେ ନିଆଁ ଲାଗିଥିବା କେହିଜଣେ ଫୋନରେ କହିଥିଲେ। ଖବରପାଇ ଦମକଳ ବାହୀନି ତୁରନ୍ତ ସେଠାରେ ପହଞ୍ଚିଥିଲେ। ଦୁଇଟି ଦମକଳ ଗାଡି ଦୀର୍ଘ ସମୟ ପାଣି ସିଞ୍ଚନ କରିବା ପରେ ନିଆଁ ଆୟତ୍ତ ହୋଇଥିଲା । ଏଥିରେ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପୋଡି ତରଳିଯାଇଛି। ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। କେହି ଦୁବୃତ୍ତ ଏହି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଗୋଦାମରେ ଲକ୍ଷାଧିକ ଟଙ୍କାର କାରବାର ହେଉଥିବା ବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଅଗ୍ନିଶମ ବିଭାଗ ଅଧିକାରୀ ଜାଣିବାକୁ ପାଇଥିଲେ। ଏପରକି ଗୋଦାମରେ ପାଣି ମଧ୍ୟ ମହଜୁଦ ନାହିଁ। ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ଏହି ଗୋଦାମ ରହିଥିବା ବେଳେ ନିକଟରେ ଜନବସତି ରହିଛି। ତେଣୁ ଆଗାମୀ ଦିନରେ ବଡ ଅଘଟଣ ସମ୍ଭାବନାକୁ ଏଡାଇ ହୋଇପାରୁନାହିଁ। ଆରଏମସିଏସ ଠାରୁ ଭଡାରେ ନେଇ ଏହି ଗୋଦାମ ଚାଲିଛି। ଏଠାରେ ପୁରୁଣା ପ୍ଲାଷ୍ଟିକ ବୋତଲ, ସାମଗ୍ରୀ ଆଦି ସ୍କ୍ରାପରେ କିଣାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

୮ ଫୌଜଦାରୀ ମାମଲାର ଫଇସଲା: ଋଣ ବାବଦରେ ୧ ଲକ୍ଷ ଟଙ୍କା ଆଦାୟ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?