Posted inଜାତୀୟ

ଏୟାର ଇଣ୍ଡିଆ ବିମାନ ନିକଟରେ ବସ୍‌ ଜଳିଗଲା, ଆଉ ତା’ପରେ…

ନୂଆଦିଲ୍ଲୀ,୨୯ା୧୦: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟର ଟର୍ମିନାଲ ୩ରେ ଏୟାର ଇଣ୍ଡିଆର ଏକ ବିମାନଠାରୁ ମାତ୍ର କେଇ ମିଟର ଦୂରରେ ଏକ ବସ୍‌ରେ ନିଆଁ ଲାଗିଯାଇଛି। ତୁରନ୍ତ ଉକ୍ତ ବସ୍‌କୁ ବେ’ ୩୨ରୁ ହଟାଇ ଦିଆଯାଇଥିଲା। ଏସ୍‌ଏଟିଏସ୍‌ ଏୟାରପୋର୍ଟ ସର୍ଭିସେସ୍‌ ପ୍ରା.ଲିଃ ଦ୍ୱାରା ପରିଚାଳିତ ଏହି ବସ୍‌ ବିଭିନ୍ନ ଏୟାଲାଇନ୍ସକୁ ଗ୍ରାଉଣ୍ଡ ସେବା ଯୋଗାଇଥାଏ। ମଙ୍ଗଳବାର ଅପରାହ୍ନରେ ହଂକଂରୁ ଆସି ଦିଲ୍ଲୀରେ ଅବତରଣ କରିଥିବା ଏୟାର ଇଣ୍ଡିଆ ବିମାନର ଯାତ୍ରୀମାନଙ୍କୁ ନେବା ପାଇଁ ବସ୍‌ଟି ସେଠାକୁ ଯାଇଥିବାବେଳେ ଅଗ୍ନିକାଣ୍ଡ ଘଟିଥିଲା। ସେଠାରେ ଉପସ୍ଥିତି ଥିବା ଏୟାରପୋର୍ଟ ଏଆର୍‌ଏଫ୍‌ଏଫ୍‌ ଟିମ୍‌ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲାଗିବା ସମୟରେ ବସ୍‌ଟି ସମ୍ପୂର୍ଣ୍ଣ ଖାଲି ଥିବାରୁ କେହି ଆହତ ହୋଇନାହାନ୍ତି। ସିଏନ୍‌ଜିରେ ଚାଲୁଥିବାବେଳେ ବୈଷୟିକ ତ୍ରୁଟିରୁ ନିଆଁ ଲାଗିଯାଇଥିବା ସିଆଇଏସ୍‌ଏଫ୍‌ କହିଛି। ନିଆଁକୁ ଆୟତ୍ତ କରାଯିବା ପରେ ବିମାନ ସେବା ସ୍ବାଭାବିକ ରହିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଆଗ ଥଇଥାନ, ପରେ ଉଚ୍ଛେଦ କର: ସୁଇପର କଲୋନୀବାସୀ ଜିଲାପାଳଙ୍କୁ ଫେରାଦ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ଏହି ପୌରାଞ୍ଚଳର ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡ଼ରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ତେବେ ଉଚ୍ଛେଦ ପୂର୍ବରୁ…

ଧାନ ଶୀଘ୍ର ନ ଉଠିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ମାତ୍ର ୪ଦିନ ପରେ ଏହି ପ୍ରକ୍ରିୟାକୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ଧାନ ବିକ୍ରିବଟା…

ଶୌଚ ପାଇଁ ଯାଇଥିଲେ ଜମୁନା, ହଠାତ୍‌ ମାଡ଼ିଆସିଲା ହାତୀ: ଆଉ ତା’ପରେ ଯାହା ଘଟିଲା…

ବଣାଇଁ,୬।୬(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡ ତଥା ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳରେ ଏକ ଛଅ ଟିକିଆ ହାତୀପଲ ଘୁରି ବୁଲୁଥିବାବେଳେ ବନ ବିଭାଗ ତାଙ୍କୁ ଘଡାଇଥିଲେ…

ମମତାଙ୍କ ଟେନ୍‌ସନ୍‌ ବଢିଲା: ଘରେ ଡାକିଥିଲେ ବୈଠକ, ଯୋଗଦେଲେ ମାତ୍ର…

କୋଲକାତା,୬ା୬:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ମମତା ବାନାର୍ଜୀଙ୍କ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ପୂର୍ବରୁ ସେ ଡାକିଥିବା ଏକ…

ଆଜି ଦିଲ୍ଲୀରେ ଗର୍ଜିବ କକ୍‌ରୋଚ୍‌ ଜନତା ପାର୍ଟି: ଧର୍ମେନ୍ଦ୍ର ପ୍ରଧାନଙ୍କ…

ନୂଆଦିଲ୍ଲୀ,୬ା୬:କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶନିବାର ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳ ପକ୍ଷରୁ ‘x’ରେ ଶୁକ୍ରବାର ସୂଚନା ଦିଆଯାଇଛି। ଦଳର…

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

ରବିରେ ଉଠିଲା ଖରିଫ ଧାନ: ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଚାଷୀ

ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି…

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri