ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୮ ଆହତ

ପୁରୀ,୧୮ା୯(ଅଜିତ ମହାନ୍ତି): ପୁରୀ ବାଲିଘାଇ ଛକ ନିକଟରେ ସୋମବାର ବସ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣାରେ କାର୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଖୋର୍ଦ୍ଧା ଜିଲାରେ ରହୁଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନାନୁଯାୟୀ, ପୁରୀରୁ କୋଣାର୍କ ଅଭିମୁଖେ ଏକ କାର୍‌ ଯୋଗେ ୫ ଜଣ ଯାଉଥିବା ବେଳେ ବସ୍‌ଟି କୋଣାର୍କ ପଟରୁ ମୋ’ ବସ୍‌ ପୁରୀ ଆଡ଼କୁ ଆସୁଥିଲା। ତେବେ ବାଲିଘାଇ ଛକଠାରେ ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହେଇଥିଲା। ଯାହା ଫଳରେ କାର୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କାର୍‌ରେ ଥିବା ଅନ୍ୟ ବ୍ୟକ୍ତିମାନେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ଦୁଇଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେହିଭଳି ବସ୍‌ରେ ଥିବା ୩ ଜଣ ଯାତ୍ରୀ ସାମାନ୍ୟ ଆହତ ଥିବା ଜଣାପଡ଼ିଛି। ଅପରପକ୍ଷରେ ବସ୍‌ ଡ୍ରାଇଭର ବସ୍‌ ଭିତରେ ଫସି ରହିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ବସ୍‌ ଭିତରୁ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?