ଘରେ ପଶିଲା ବସ୍‌,୧୩ ଆହତ

ବାଙ୍ଗିରିପୋଷି,୨୬।୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ୪୯ନଂ.ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୁଷ୍ମନ୍ତ ସିଂଙ୍କ ଘର ଭିତରକୁ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍‌ ମାଡ଼ି ଯାଇଛି। ଏହି ଦୁର୍ଘଟଣାରୁ ଦୁଷ୍ମନ୍ତଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୧୩ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସମସ୍ତଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ସ୍ଥିତ ପିଆର୍‌ଏମ୍‌ ମେଡିିକାଲକୁ ସ୍ଥାନାନ୍ତର୍‌ କରାଯାଇଛି।
ସୂଚନା ଅନୁଯାୟୀ, ରାଇରଙ୍ଗପୁରରୁ ବାରିପଦା ଅଭିମୁଖେ ଯାଉଥିବା ‘ଅପୁ’ ବସ୍‌ ଭାରସାମ୍ୟ ହରାଇ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୁଷ୍ମନ୍ତଙ୍କ ରୋଷେଇ ଘର ଭିତରକୁ ପଶି ଯାଇଥିଲା। ବସ୍‌ରେ ଥିବା ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମଧ୍ୟରୁ ପ୍ରଦୀପ ପାତ୍ର, ସୁଭଦ୍ରା ମଣ୍ଡଳ, ଦଶରଥ ମଣ୍ଡଳ, ପର୍ଶୁରାମ ଦାସ, ଧନୁ ହାଁସଦା, ସୁଭଦ୍ରା ହେମ୍ବ୍ରମ, ସୁନିତା ହେମ୍ବ୍ରମ, ମାଳତୀ ପୂର୍ତ୍ତି, ଅନସୂୟା ବେହେରା, ନିରଞ୍ଜନ ବେହେରା, ବିଘ୍ନେଶ୍ୱର ବେହେରା, ସବିତା ମୁର୍ମୁ ଓ ଗୀତା ପ୍ରମୁଖ ୧୩ ଯାତ୍ରୀ ଆହତ ହୋଇଥିଲେ। ଜାତୀୟ ରାଜପଥ ଆମ୍ବୁଲାନ୍ସ ସାହାଯ୍ୟରେ ଆହତମାନଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଦୁର୍ଘଟଣା ପରେ ବସ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଡାକ୍ତର ମାଗୁଥିଲେ ଲାଞ୍ଚ, ସାମ୍ନାକୁ ଆସିଲା ଘଟଣା

କେନ୍ଦୁଝର,୧୮ା୩(ସ୍ବ.ପ୍ର.): ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଡାକ୍ତର  ଲାଞ୍ଚ ନେବା ଘଟଣାର ଭିଡିଓ ଭାଇରାଲ ହେବା ଚର୍ଚ୍ଚାର ବିଷୟ ହୋଇଛି। ଷ୍ଟିଙ୍ଗ ଅପରେଶନରେ ଜଣେ...

୨ରୁ ମିଶନ ଇନ୍ଦ୍ରଧନୁଷ: ଶତ ପ୍ରତିଶତ ଟିକାକରଣ ନିର୍ଦ୍ଦେଶ

ଭୁବନେଶ୍ୱର, ୧ା୧୨(ବ୍ୟୁରୋ): ଆସନ୍ତା ୨ ତାରିଖରୁ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ‘ମିଶନ ଇନ୍ଦ୍ରଧନୁଷ୍‌-୨’ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ୬ ଜିଲା ଯଥା ଗଜପତି, କନ୍ଧମାଳ,...

କ’ଣ ହେବ କୋଟିଏ

ଢେଙ୍କାନାଳ ଅଫିସ, ୩।୩ ରାଜସ୍ବ ଆଦାୟର ଅନ୍ୟତମ ପନ୍ଥା ପର୍ଯ୍ୟଟନ ଶିଳ୍ପ। ବିଳମ୍ବରେ ହେଲେ ମଧ୍ୟ ଏ କଥାକୁ ହୃଦୟଙ୍ଗମ କରିଛନ୍ତି ରାଜ୍ୟ ସରକାର। ଏହି...

ଗିରଫ ହେଲେ ୮ ମାଓବାଦୀ

ମାଲକାନଗିରି,୬ା୧୧(ଡି.ଏନ.ଏ.): ଜଙ୍ଗଲରେ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଶୁକ୍ରବାର ସୁକ୍‌ମା ପୋଲିସ ହାତରେ ୮ ମାଓବାଦୀ ଧରାପଡିଛନ୍ତି। ଜିଲାର ଚିନ୍ତଲନାର ଥାନା ଅନ୍ତର୍ଗତ ମୋରାପାଲ୍ଲି, ତିମ୍ମାପୁରମ...

ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ: ଖୁବଶୀଘ୍ର ଚାଇଲ୍ଡ ଲାଇନ ୧୦୯୮ ଆରମ୍ଭ ହେବ

ନୂଆପଡା ଅଫିସ,୨୯ା୮:  ଶିଶୁଙ୍କ ସେବା, ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଖୁବଶୀଘ୍ର ଚାଇଲ୍ଡ ଲାଇନ ୧୦୯୮ ସେବା ଆରମ୍ଭ ହେବ ବୋଲି ଜିଲାପାଳ...

ଭୁବନେଶ୍ୱରରେ ବଢ଼ିବ ପରୀକ୍ଷଣ ସୁବିଧା: ସଂଗ୍ରହ ହେବ ଇଚ୍ଛୁକ ବ୍ୟକ୍ତିଙ୍କ ନମୁନା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଭୁବନେଶ୍ୱରରେ ବସବାସ କରୁଥିବା ଲୋକଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଇଚ୍ଛୁକ ବ୍ୟକ୍ତିଙ୍କର ନମୁନା ସଂଗ୍ରହ କରାଯିବ। ସ୍ବାସ୍ଥ୍ୟ ପରୀକ୍ଷା ଓ ନମୁନା ପରୀକ୍ଷଣ...

ଭୋକ ଉପାସରେ ବୁଲୁଛନ୍ତି ଅସହାୟ ବୃଦ୍ଧ

ଅତାବିରା,୪।୪(ଡିଏନଏ)- ବରଗଡ଼ ଜିଲା ଗୋଡଭଗା-ତୁରୁମ ରାସ୍ତାର ଉଦେପୁର ଛକରେ ଜଣେ ଅସହାୟ ବୃଦ୍ଧ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। କିଛି କହିପାରୁ ନଥିବା ଯୋଗୁଁ ତାଙ୍କ...

ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳକୁ ନେଇ ଅଡୁଆ ପରିସ୍ଥିତି:କାର୍ଯ୍ୟକାରୀ ହେଲାନି ହାଇକୋର୍ଟ ଆଦେଶ

କଟକ ଅଫିସ,୧୬।୭: ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ। ୨୦୧୩ ଜାନୁୟାରୀ ୨୧ରେ ସାତକୋଶିଆ ବ୍ୟାଘ୍ର...

Advertisement
Archives

Model This Week