ରାଇରଙ୍ଗପୁରରେ ଓଲଟିଲା ବସ୍‌: ୨୦ରୁ ଊର୍ଦ୍ଧ୍ୱ ଆହତ

ରାଇରଙ୍ଗପୁର,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାତୀବାରି ଜଙ୍ଗଲ ପାର୍ଶ୍ୱ ରାଜ୍ୟ ରାଜପଥରେ ଗୁରୁବାର ଏକ ଯାତ୍ରୀବାହି ବସ୍‌ ଓଲଟି ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ସେମାନଙ୍କୁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ଅପରାହ୍ନ ୧ଟା ବେଳେ ରାଇରଙ୍ଗପୁର ସହରାଞ୍ଚଳରୁ ଉଦଳା ଅଞ୍ଚଳକୁ ଯାଉଥିବା ‘ଆପୁ’ ବସ୍‌୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ବିଲ ମଧ୍ୟକୁ ଓଲଟି ପଡ଼ିଥିଲା। ଖବରପାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ସମେତ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଆହତମାନେ ହେଲେ ଖୁଣ୍ଟା ଥାନା ଅଞ୍ଚଳର ଦିପ୍ତିମୟୀ ବୈଠା, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ବିଜାତଳା ଗ୍ରାମର ଚନ୍ଦନ ମହାରଣା, ବାଗଡ଼େଗା ଗ୍ରାମର ସୁକୁଲାଲ ସୋରେନ, ବିଶୋଇ ଥାନା ଅନ୍ତର୍ଗତ କଟାସ ଗ୍ରାମର ତ୍ରିଲୋଚନ ମହାକୁଡ଼, ବାଙ୍ଗିରିପୋଷି ଥାନା ଉପରବାଙ୍କଶୋଳ ଗ୍ରାମର ବିରେଇ ସିଂ, ବାଦାମପାହାଡ଼ ଥାନା ଅନ୍ତର୍ଗତ ବଣକାଟି ଗ୍ରାମର ମଦନାବତୀ ମହାନ୍ତ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ମନୋଜ କୁମାର ଟପ୍ପୋ ଏବଂ ଜୁନିୟର ଏମ୍‌ଭିଆଇ କାନ୍ଦା ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌ର କାଗଜପତ୍ର ଯାଞ୍ଚ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲରାପତରିଆ ବାଘ ଚମଡ଼ା ଜବତ, ୫ ଗିରଫ

ବାରିପଦା ଅଫିସ/ବିଶୋଇ, ୨୦।୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଟାର୍ଗେଟ କରିଛନ୍ତି ବାଘଛାଲ ବେପାରୀ। ଶିମିଳିପାଳ ପାଦଦେଶରେ ମଙ୍ଗଳବାର କଲରାପତରିଆ ବାଘଚମଡା ବିକ୍ରି ନିମନ୍ତେ ଡିଲ୍‌ ଚାଲିଥିବା...

‘ମୟୂରଭଞ୍ଜକୁ ପରିଚୟ ଦେଇଛନ୍ତି ଛଉ କଳାକାର’

ବାରିପଦା ଅଫିସ,୧୨ା୪ ମୟୂରଭଞ୍ଜ ଜିଲା ପ୍ରଶାସନ ଓ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଚୈତ୍ର ପର୍ବ ଓ ପଲ୍ଲିଶ୍ରୀ ମେଳା ସୋମବାରଠାରୁ ଆରମ୍ଭ ହୋଇଛି। ବିଶ୍ୱ...

ବାରିପଦାରୁ ଭୁବନେଶ୍ୱର ଗଡ଼ିଲା ବସ୍‌

ବାରିପଦା ଅଫିସ,୩୦ା୫- ଦୀର୍ଘ ୨ ମାସ ପରେ ବାରିପଦାରୁ ଭୁବନେଶ୍ୱରକୁ ଗଡ଼ିଛି ବସ୍‌। ଶୁକ୍ରବାର ୩ଟି ବସ୍‌ରେ ୨୬ ଯାତ୍ରୀ ଭୁବନେଶ୍ୱର ଯାଇଛନ୍ତି। ପ୍ରଥମ ବସ୍‌ଟି...

ସ୍ତ୍ରୀଙ୍କ ପାଇଁ ହାତ ପାତୁଛନ୍ତି ସ୍ବାମୀ

କୁଆମରା, ୩୦।୪ (ଡି.ଏନ.ଏ.)-କର୍କଟ ରୋଗାକ୍ରାନ୍ତ ସ୍ତ୍ରୀଙ୍କୁ ଭଲ କରିବା ପାଇଁ ସ୍ବାମୀ ବାରଦୁଆର ବୁଲି ବୁଲି ଅର୍ଥ ଭିକ୍ଷା କରୁଛନ୍ତି। ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼...

କେନ୍ଦୁପତ୍ର ସହ କାଠ ଜବତ: ୩ ଗିରଫ

ବାଙ୍ଗିରିପୋଷି,୯ା୬(ଡି.ଏନ୍‌.ଏ.)- ରାତି ପାଟ୍ରୋଲିଂ ବେଳେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନ ବିଭାଗ ୩ଟି ମଟର ସାଇକେଲ ସହ କେନ୍ଦୁପତ୍ର ଓ କାଠପଟା ଜବତ କରିଛି। ଏହି...

ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ପୁଣି ଛାତ୍ର ଅଶାନ୍ତି

ବାରିପଦା ଅଫିସ,୨୦ା୧୨: ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟରେ ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ପୁନର୍ବାର ଛାତ୍ର ଅଶାନ୍ତି ଦେଖାଦେଇଛି। ପ୍ରତିଶ୍ରୁତି ମୁତାବକ...

ମୟୂରଭଞ୍ଜରେ ଖୁସିର ଲହରି

ବାରିପଦା ଅଫିସ୍‌, ୨୨।୬: ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ସମଗ୍ର ମୟୂରଭଞ୍ଜ ଜିଲାରେ ଖୁସିର ଲହରୀ ଖେଳିଯାଇଛି।...

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ସମାଧି ପୀଠରେ ଜେସିବି ମେଶିନ: ମଧୁବନରେ ଖୋଳାଖୋଳି ନେଇ ଉତ୍ତେଜନା

ବାରିପଦା ଅଫିସ,୯ା୯- ବାରିପଦା ସହର ପାର୍ଶ୍ୱ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀକୂଳରେ ରହିଛି ମଧୁବନ। ସେଠାରେ ନବ ଉତ୍କଳର ନିର୍ମାତା ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର...

Advertisement
Archives

Model This Week