ଅର୍ଚ୍ଚନା ଏବଂ ଅଧିକାରୀ

ଭୁବନେଶ୍ବର,୧୦ା୧୦(ବ୍ୟୁରୋ): ରାଜ୍ୟର ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ଘଟଣାକୁ ନେଇ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସିବାରେ ଲାଗିଛି। ବଡ଼ବଡ଼ିଆଙ୍କୁ ପ୍ରେମ ଜାଲରେ ପକାଇ ସେମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ସମୟର ଭିଡିଓ କରିବା ପରେ ତାକୁ ଧରି ଅର୍ଚ୍ଚନା ବ୍ଲାକ୍‌ମେଲ୍‌ କରୁଥିବା କୁହାଯାଉଛି। ଏହାରି ଭିତରେ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର, ଏମ୍‌ପି ଜୁଏଲ ଓରାମଙ୍କ ସହ ତାଙ୍କର ଫଟୋକୁ ନେଇ କେତେକ ଗଣମାଧ୍ୟମ ଖବର ପ୍ରସାରଣ କରୁଛନ୍ତି। ଏବେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ଅର୍ଚ୍ଚନାଙ୍କ ସ୍ବାମୀ ଉଠାଇଥିବା ଏକ ଫଟୋ ମଧ୍ୟ ଭାଇରାଲ ହେଉଥିବା ବେଳେ ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂ ଦେଓ ମଧ୍ୟ ଅର୍ଚ୍ଚନାଙ୍କ ବ୍ଲାକମେଲିଂର ଶିକାର ହୋଇଥିବା ନେଇ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମ ଖବର ପ୍ରସାରଣ କରିସାରିଲେଣି। ଏବେ ଦେଖାଯାଉଛି କେବଳ କେତେଜଣ ରାଜନୈତିକ ବ୍ୟକ୍ତି ଏବଂ ଏକ ବୃହତ୍‌ ଗହଣା ଦୋକାନୀଙ୍କ ପୁଅଙ୍କ ସମ୍ପର୍କରେ ଖବର ପ୍ରକାଶ କରାଯାଉଛି। ତେବେ ତାଲିକା ସେଇଠି ସରୁନାହିଁ। ଅର୍ଚ୍ଚନା ଅନେକ ଝିଅଙ୍କୁ ହାତେଇ ବିଭିନ୍ନ ଲୋକଙ୍କ ସେବା କରାଉଥିଲେ। ଅର୍ଚ୍ଚନାଙ୍କ ଜାଲରେ ପ୍ରଶାସନିକ ଅଧିକାରୀ ମଧ୍ୟ ପଡ଼ିଥିଲେ ବୋଲି କୁହାଯାଉଛି। ନେତାଙ୍କ ସହ ଅର୍ଚ୍ଚନାଙ୍କ ସମ୍ପର୍କ ଥିଲା ବୋଲି ଦର୍ଶାଯାଇ ସେମାନଙ୍କ ଫଟୋ ବାହାରକୁ ଆସୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ସମ୍ପର୍କରେ ପଦୁଟିଏ କଥା ବାହାରକୁ ଛଡ଼ାଯାଉ ନ ଥିବା ଏବେ ପରିଲକ୍ଷିତ ହେଉଛି। ଯେଉଁ କେତୋଟି ଓଡିଆ ଗଣମାଧ୍ୟମ ଜନତାଙ୍କ ଦୃଷ୍ଟିକୁ ଭିନ୍ନବାଟରେ ନେବା ପାଇଁ ଲାଗିପଡିଛନ୍ତି ସେମାନଙ୍କ ମାଲିକମାନେ ରାଜନୈତିକ ଦୃଷ୍ଟିକୋଣରୁ ଏକଘରିଆ ହୋଇପଡିଥିବାରୁ କ୍ଷମତାର ନିକଟତର ହେବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଜାଣିଶୁଣି ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ନେତାଙ୍କ ସମ୍ପର୍କରେ କେତେକ ଗଣମାଧ୍ୟମ ଜରିଆରେ ଖବର ପ୍ରସାରଣ କରାଯାଉଛି ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ରବିବାର ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି, ଏହି ଘଟଣାରେ କେଉଁ ଆଇପିଏସ୍‌ ଓ ଆଇଏଏସ୍‌ ଅଧିକାରୀ ସମ୍ପୃକ୍ତ ଅଛନ୍ତି ତା’ର ତଦନ୍ତ ହେବା ଦରକାର।
ଅନ୍ୟପଟେ ଯଦି ଏହି ଘଟଣାରେ ପ୍ରଶାସନିକ ଅଧିକାରୀ କିମ୍ବା ଆଇପିଏସ୍‌ ଅଧିକାରୀଙ୍କ ସମ୍ପୃକ୍ତି ନାହିଁ ତେବେ କାହିଁକି ଏ କଥାରେ ପୋଲିସ ପାଟି ଖୋଲୁନାହିଁ, ଏହା ତଦନ୍ତ ସାପେକ୍ଷ ବୋଲି କେତେକ ଜାଣିବା ଶୁଣିବା ଲୋକଙ୍କଠାରୁ ଶୁଣିବାକୁ ମିଳୁଛି। ତେବେ ରବିବାର ଏହି ଘଟଣାରେ ଡିସିପି ପ୍ରତୀକ ସିଂ ଅଧିକ କିଛି ନ କହି ଅଳ୍ପ କିଛି ମାପିଚୁପି ନିଜର ମନ୍ତବ୍ୟ ରଖିଛନ୍ତି। ବଡ଼ବଡ଼ିଆଙ୍କ ସମ୍ପୃକ୍ତି କଥା ଆସିବା ପରେ ପୋଲିସ ପ୍ରଶାସନ ଯେମିତି ତତ୍ପରତା ଏହି ଘଟଣାରେ ଦେଖାଇବା କଥା ତାହା ମଧ୍ୟ ଦେଖା ଦେଉନାହିଁ। ତେବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲି ନ ଥିବାବେଳେ ଡିସିପି ପ୍ରତୀକ ସିଂ କହିଛନ୍ତି, ଏତଲା ମିଳିବା ପରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରାଯାଇଛି। ତାଙ୍କ ସ୍ବାମୀଙ୍କୁ ହାଜର ଲାଗି ନୋଟିସ୍‌ ହୋଇଛି। ଅର୍ଚ୍ଚନାଙ୍କ ବ୍ୟାଙ୍କ କାରବାର ସମ୍ପର୍କିତ ତଥ୍ୟ ଆର୍‌ବିଆଇ ଏବଂ ଜମିଜମା ଦସ୍ତାବିଜ ତଥ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମଗାଯାଇଛି। କେଉଁମାନେ ବ୍ଲାକମେଲର ଶିକାର ହୋଇଛନ୍ତି ତଦନ୍ତ ବେଳେ ଜଣାପଡ଼ିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଅର୍ଚ୍ଚନାଙ୍କ ସ୍ବାମୀ ଏବେ ଅସୁସ୍ଥ ଅଛନ୍ତି। ତାଙ୍କର ଅସ୍ତ୍ରୋପଚାର ହୋଇଥିବାରୁ ତାଙ୍କୁ ଜେରା କରିବା ସମ୍ଭବ ହୋଇନାହିଁ ।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଅର୍ଚ୍ଚନାଙ୍କ ସାମାଜିକ ଗଣମାଧ୍ୟମରେ ଥିବା ସମସ୍ତ ଆଇଡି ବା ପେଜ୍‌କୁ ପୋଲିସ ଏବେ ବନ୍ଦ କରିଦେଇଛି। ତେଣୁ ତାଙ୍କର କେଉଁ ବଡ଼ବଡ଼ିଆଙ୍କ ସହ ସମ୍ପର୍କ ଥିଲା ସେନେଇ ସେ ଯେଉଁ ପୋଷ୍ଟ କରିଥିଲେ ତାକୁ ଦେଖିବା ସମ୍ଭବ ହେଉନାହିଁ। ଯଥା ତାଙ୍କ ଫେସ୍‌ବୁକ୍‌ ପେଜ ମଧ୍ୟ ଏବେ ଦେଖି ହେଉନାହିଁ। ଅର୍ଚ୍ଚନାଙ୍କ ଘଟଣାରେ ପୋଲିସ ଯେ କିଛି ଲୁଚାଇବାକୁ ଚାହୁଁଛି ସେକଥା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ପ୍ରଶାସନର ଅନେକ ବ୍ୟକ୍ତି ହିଁ ଏବେ କହୁଛନ୍ତି। ତେବେ ଏତେବଡ଼ ଏକ ଅଭିଯୋଗ ଏବଂ ଅପରାଧ ବିଷୟରେ ଜାଣିବା ପରେ ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ଗିରଫ କରା ନ ଯାଇ କେବଳ ହାଜର ହେବାକୁ ନୋଟିସ୍‌ ଦିଆଯିବା କଥା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅର୍ଚ୍ଚନା ୩ ଦିନରୁ ଅଧିକ ସମୟ ହେବ ଗିରଫ ହେବା ପରେ ତାଙ୍କ ସ୍ବାମୀଙ୍କୁ ପୋଲିସ ଅଟକ ନ ରଖିବା ପୋଲିସ ଭୂମିକାକୁ ସନ୍ଦେହ ଭିତରକୁ ନେଉଥିବା ଜଣେ ପୋଲିସ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ମତ ରଖିଛନ୍ତି। ସେ କହିଛନ୍ତି, ପୋଲିସ ଗୋଟିଏ ଦିନରେ ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀଙ୍କୁ ଗୋଟିଏ ସ୍ଥାନରୁ ଠାବକରି ଅଟକ ରଖିଥିଲା। ହେଲେ ପରବର୍ତ୍ତୀ ସମୟରେ ପୋଲିସ ତାଙ୍କ ସ୍ବାମୀଙ୍କୁ ଖସାଇ ଦେଇଛି। ଏହାଦ୍ୱାରା ଯେଉଁ ଅଧିକାରୀଙ୍କ ସମ୍ପର୍କରେ ତଥ୍ୟ ଅଛି ତାକୁ ହଟାଇବା ଲାଗି ଏହା ଏକ ବିଧିବଦ୍ଧ ଯୋଜନା। ଯଦି ଗୋଟିଏ ଦିନରେ ଚଢ଼ାଉ, ଗିରଫ ଏବଂ ତଦନ୍ତ ଆରମ୍ଭ କରି ଗଣମାଧ୍ୟମକୁ ପୋଲିସ ସ୍ପଷ୍ଟ ସୂଚନା ଦେବାକୁ ଚାହାନ୍ତା ତେବେ ପୋଲିସ ପ୍ରଶାସନ ପ୍ରତି ଲୋକମାନେ ସନ୍ଦେହ କରନ୍ତେ ନାହିଁ। ତେବେ ନେତାଙ୍କ କଥା ବାହାରକୁ ଆସୁଥିବା ବେଳେ କେଉଁ ଅଫିସରଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ପୋଲିସ ଅର୍ଚ୍ଚନାଙ୍କ କ୍ଷେତ୍ରରେ ଭିତିରିଆ ତଦନ୍ତ କରିବାକୁ ବାଧ୍ୟ ହେଉଛି ତାକୁ ନେଇ ଜଣେ ଭାଜପା ନେତା ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ଜଣେ ଅବସରପ୍ରାପ୍ତ ଆଇଜି ପାହ୍ୟା ପୋଲିସ ଅଫିସରଙ୍କ କହିବାନୁଯାୟୀ, ଅର୍ଚ୍ଚନାଙ୍କ ବିରୋଧରେ ବ୍ଲାକମେଲ୍‌ର କୌଣସି ଏତଲା ଦାଏର ହୋଇ ନ ଥିବାରୁ ପୋଲିସଙ୍କ କାର୍ଯ୍ୟ ନିଶ୍ଚିତ ଭାବେ କଷ୍ଟକର। ଏଥିସହିତ ସେ ଆହୁରି ମଧ୍ୟ ଯୋଡ଼ିଲେ ଯେ, ଏହି ମହିଳାଙ୍କ ସହିତ ଜଣେ ଦୁଇ ଜଣ ସଚିବ ପାହ୍ୟା ଅଫିସରଙ୍କ ସମ୍ପୃକ୍ତି ରହିଥିବା ହେତୁ କୌଣସି ବାସ୍ତବ ତଥ୍ୟ ପଦାକୁ ଆସିବା ଭଳି ମନେହେଉନାହିଁ। ଅପରପକ୍ଷରେ ସରକାରଙ୍କୁ ସମର୍ଥନ କରୁଥିବା କେତୋଟି ଗଣମାଧ୍ୟମ ଏହି ଚାଞ୍ଚଲ୍ୟକର ଘଟଣାରେ ନେତାଙ୍କ ସମ୍ପୃକ୍ତି ଅଛି ବୋଲି କହିଲେ ଜନସାଧାରଣଙ୍କ ଦୃଷ୍ଟି ଭିନ୍ନ ଆଡେ ଚାଲିଯିବାର ସମ୍ଭାବନା ରହିଛି। ଏବେ ପୋଲିସ ସେହି ଅନୁସାରେ କାମ କରୁଥାଇପାରେ ବୋଲି ଏହି ଗଣମାଧ୍ୟମ ଖବରରୁ ବୁଝିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?