ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଯିବା ପରେ ଏହି ସୁପରମଡେଲ ପିନ୍ଧିଲେ ବୁର୍ଖା, ୟୁଜର୍ସ କହିଲେ…

କାବୁଲ,୧୯ା୮: ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଚାଲିଯିବା ପରେ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଲକ୍ଷଲକ୍ଷ ଲୋକ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଚାଲିଛନ୍ତି। କିଛି ଦେଶ ମଧ୍ୟ ଆଫଗାନିସ୍ତାନରେ କ୍ଷମତା ହସ୍ତାନ୍ତର ନେଇ ନିଜ ନିଜ ମତ ପ୍ରକାଶ କରିଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଜଣେ ସୁପରମଡେଲ ବୁର୍ଖା ପିନ୍ଧିବା ବିବାଦ ଘେରକୁ ଆସିଛି।

ଏହି ମଡେଲଙ୍କ ନାମ ଲିଲି। କିଛିଦିନ ପୂର୍ବରୁ ସେ ବୁର୍ଖା ପିନ୍ଧି ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ। ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ମଧ୍ୟରେ ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କ ପୋଷ୍ଟ ଦେଖି ଚିହିଁଙ୍କି ଉଠିଛନ୍ତି। କିନ୍ତୁ ଲିଲି କୁହନ୍ତି, ସେ କିଛିଦିନ ହେବ ନ୍ୟୁଜ୍‌ ପଢ଼ିନାହାନ୍ତି। ତେଣୁ ଆଫଗାନିସ୍ତାନରେ ଚାଲିଥିବା ପରିସ୍ଥିତି ବିଷୟରେ ତାଙ୍କର କୌଣସି ଧାରଣା ନ ଥିଲା।

ବିବାଦ ବଢୁଥିବା ଦେଖି ଲିଲି ଏହି ପ୍ରସଙ୍ଗରେ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ ଏବେ ବୁଝୁଛି ଲୋକେ ମୋତେ ବୁର୍ଖାରେ ଦେଖି କାହିଁକି ରାଗୁଛନ୍ତି। ଏହି ସୁପରମଡେଲଙ୍କୁ ଗୋଟିଏ ଫଟୋରେ ନୀଳ ବୁର୍ଖାରେ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଫଟୋରେ ପୂରା ଚେହେରା ଘୋଡ଼ାଇ ହୋଇଛନ୍ତି।

ସେ ଫଟୋରେ କ୍ୟାପଶନ ଲେଖିଛନ୍ତି, ଆମେ ପ୍ରତ୍ୟେକ ସ୍ତରରେ ବିବିଧତାକୁ ସ୍ବାଗତ କରିବାକୁ ଚାହୁଁଛୁ। ସେ ପରିବେଶ ବିବିଧତା, ସାଂସ୍କୃତିକ ବିବିଧତା ହେଉ କିମ୍ବା ଚିନ୍ତାଧାରର ବିବିଧତା ହେଉ। ଏହି ପୋଷ୍ଟଗୁଡ଼ିକ ସହିତ ଲିଲି ତାଙ୍କର ନୂତନ ପୁସ୍ତକର ପ୍ରମୋଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ଚେନ୍ନାଇର ଝଡ଼ବର୍ଷାରେ ରାସ୍ତା ମଝିରେ  ମାଛ ଧରୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ବାତ୍ୟା ମିଗ୍‌ଜୋମ୍‌  ପ୍ରଭାବରେ ତାମିଲନାଡୁର ଚେନ୍ନାଇ ସହର ଜଳାର୍ଣ୍ଣବ ହୋଇଯାଇଥିଲା। ଏହାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରୁ ସେଠାକାର କ୍ଷୟକ୍ଷତି ଆକଳନ...

ସ୍କୁଲରେ ସହପାଠୀଙ୍କ ଉପରକୁ ଗୁଳି ଚଳାଇ ନିଜେ ଆତ୍ମହତ୍ୟା କଲେ ନାବାଳିକା ଛାତ୍ରୀ

ମସ୍କୋ,୭ା୧୨: ରୁଷିଆର ବ୍ରାଇନ୍‌ସ୍କ ସହରର ଏକ ବିଦ୍ୟାଳୟରେ ଜଣେ ୧୪ ବର୍ଷର ନାବାଳିକା ତାଙ୍କ ସହପାଠୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ଜଣେ ଛାତ୍ରଙ୍କ...

ବିବାହ ଲାଗି ଗୋଟିଏ ଝିଅ ମିଳିବା ମୁସ୍କିଲ; ହେଲେ ଏକାସାଙ୍ଗରେ ୪ଜଣଙ୍କୁ ଜୀବନସାଥୀ କଲେ ଏହି ପୁଅ: ଭିଡିଓ ଦେଖିଲେ…

ଭାରତରେ ଏବେ ବିବାହ ଋତୁ ଆରମ୍ଭ ହୋଇଛି। ପ୍ରତି ଦିନ ହଜାର ହଜାର ବିବାହ ହେଉଛି। ସୋସିଆଲ ମିଡିଆରେ ମଧ୍ୟ କିଛି ବିବାହର ଝଲକ ଦେଖିବାକୁ...

ବିଦେଶୀ ପଣ୍ଡିତ ପଢ଼ିଲେ ଅନର୍ଗଳ ସଂସ୍କୃତ ମନ୍ତ୍ର, ଭାରତୀୟ ସଂସ୍କୃତି ଅନୁଯାୟୀ ହେଲା ବିବାହ; ଭିଡିଓ ଦେଖିଲେ କହିବେ ବାଃ…

ଆରମ୍ଭ ହୋଇଛି ବିବାହ ଋତୁ। ଦେଶବିଦେଶରେ ଏହାର ଧୁମ୍‌ ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ବିଦେଶୀ ଯୋଡ଼ିଙ୍କ ବିବାହ ଚର୍ଚ୍ଚାର ବିଷୟ...

ଗୁଗ୍‌ଲରେ ଲୋକେ ସବୁଠୁ ଅଧିକ ସର୍ଚ୍ଚ କରନ୍ତି ଏସବୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଗ୍‌ଲ ଆମକୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଥାଏ। ଯେତେବେଳେ ଆମେ କିଛି ଜାଣିବାକୁ ଚାହିଁଥାଉ, ପ୍ରଥମେ ଆମେ ଗୁଗ୍‌ଲରେ ସର୍ଚ୍ଚ କରିଥାଉ ବା ଖୋଜିଥାଉ। କିନ୍ତୁ...

ମାର୍ଚ୍ଚ ୧୭ରେ ରୁଷିଆ ରାଷ୍ଟ୍ରପତି ନିର୍ବାଚନ

ମସ୍କୋ,୭ା୧୨: ଗୁରୁବାର ରୁଷିଆର ଉପର ସଂସଦ ୨୦୨୪ ମାର୍ଚ୍ଚ ୧୭ରେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ତାରିଖ ସ୍ଥିର କରିଛି। ଏକ ବୈଠକରେ ସିନେଟରମାନଙ୍କ ସର୍ବସମ୍ମତି କ୍ରମେ...

ସେନା ହେଲିକପ୍ଟର ନିଖୋଜ

କାରାକାସ୍‌,୭।୧୨: ଗୁୟାନାର ୭ ବରିଷ୍ଠ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ଏକ ସାମରିକ ହେଲିକପ୍ଟର ଭେନେଜୁଏଲା ସୀମା ନିକଟରେ ନିଖୋଜ ହୋଇଯାଇଛି। ସେନା ମୁଖ୍ୟ ଷ୍ଟାଫ...

Online Transaction Fraud : ବିଚଳିତ ନ ହୋଇ ପ୍ରଥମେ କରନ୍ତୁ ଏପରି ଫେରି ଆସିବ ଠକେଇ ହୋଇଥିବା ଟଙ୍କା …

ମୁମ୍ବାଇ,୭।୧୨ : ବ୍ୟାଙ୍କ ଆକାଉଣ୍ଟରୁ XXXXX ଟଙ୍କା କଟାଯାଇଛି। ଏପରି ବାର୍ତ୍ତା ପାଇଛନ୍ତି କି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଅଜ୍ଞାତରେ ଆକାଉଣ୍ଟରୁ ଟଙ୍କା କଟାଯାଇଥିବା ବେଳେ ଆପଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri