Posted inଜାତୀୟ

ମୁଖ୍ୟ ଶାସନ ସଚିବଙ୍କ ସହ ମାରପିଟ୍‌ ମାମଲାରେ କେଜରିଓ୍ବାଲ, ସିସୋଡିଆ ନିର୍ଦ୍ଦୋଷ ସାବସ୍ତ୍ୟ

ନୂଆଦିଲ୍ଲୀ,୧୧।୮: ଦିଲ୍ଲୀର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ଅନ୍ୟ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ବୁଧବାର ଦିଲ୍ଲୀର ରୁଜ ଏଭେନ୍ୟୁ କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ କୋର୍ଟ ଅରବିନ୍ଦ କେଜରିଓ୍ବାଲ ଓ ମନୀଷ ସିସୋଡିଆଙ୍କ ସମେତ ୯ଜଣ ବିଧାୟକଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି। କିନ୍ତୁ କୋର୍ଟ ଅନ୍ୟ ୨ଜଣ ଏଏପି ବିଧାୟକ ଅମାନତୁଲ୍ଲା ଖାନ ଓ ପ୍ରକାଶ ଜାରୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟୁଇଟ କରି ପ୍ରତିକ୍ରିୟା ରଖିଛନ୍ତି। ଏଥିସହ କ୍ୟାପସନ୍‌ରେ ଲେଖିଛନ୍ତି, ସତ୍ୟମେବ ଜୟତେ। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଜି ସତ୍ୟର ଜୟ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ମିଥ୍ୟା ବୋଲି କୋର୍ଟ ସ୍ବୀକାର କରିଛନ୍ତି। ଏହା ଏକ ଷଡ଼ଯନ୍ତ୍ର ବୋଲି ମୂଳରୁ ଆମେ କହିଆସୁଥିଲୁ ବୋଲି ସିସୋଡିଆ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ଫେବୃଆରୀରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶ ଅଭିଯୋଗ ଆଣିଥିଲେ ଯେ, ମଧ୍ୟରାତ୍ରିରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଡକାଇଥିଲେ। ଏହାପରେ ତାଙ୍କୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ୧୧ ଜଣ ବିଧାୟକ ଆକ୍ରମଣ କରିଥିଲେ। ପରେ ଏହି ମାମଲା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

CNG-PNGରେ ମିଶିବ ବାୟୋଗ୍ୟାସ: ମୋଦି କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ କ’ଣ ଏହି ‘ଗୋବର୍ଦ୍ଧନ’ ଯୋଜନା

ନୂଆଦିଲ୍ଲୀ, ୭।୮: କେନ୍ଦ୍ର ସରକାର ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ ପରେ ସିଏନଜି-ପିଏନଜିରେ ବାୟୋଗ୍ୟାସ ମିଶାଇ ନୂତନ ରୋଷେଇ ଗ୍ୟାସ ଆଣିବେ। ଏଥିପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ…

ଆଜି ଜାତୀୟ ହସ୍ତତନ୍ତ ଦିବସ: ସରକାରୀ ଯୋଜନାରୁ ପ୍ରକୃତ ବୁଣାକାର ବଞ୍ଚିତ

ଅମରପାଲି,୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସମୃଦ୍ଧ ବାନ୍ଧକଳା ଓ ହସ୍ତତନ୍ତ ପରମ୍ପରା ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ସମ୍ବଲପୁରୀ ଶାଢ଼ି ଏବଂ ସୋନପୁରୀ ବାର୍ତ୍ତାପାଟ ପାଇଁ ଦେଶବ୍ୟାପୀ…

ଫସିବେ କି ଚଞ୍ଚଳ ରାଣା: ସୁପ୍ରିମକୋର୍ଟରେ କହିଲେ ଯାଞ୍ଚ ହୋଇଛି, ଏଠି କମିଶନର କହୁଛନ୍ତି ପୋର୍ଟାଲ ତଥ୍ୟ

ଭୁବନେଶ୍ୱର,୭।୮(ରବିନାରାୟଣ ଜେନା):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଖୋଲିବା ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ…

ଶୋଇଥିବା ବେଳେ ମାଆ ସହିତ ୭ ବର୍ଷର ପୁଅକୁ କାମୁଡିଲା ରଣା ସାପ, ଛଟପଟ ହୋଇ ଚାଲିଗଲା ଜୀବନ

ଗଜପତି,୭।୮(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ କଡମତାଲ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଘରେ ଶୋଇଥିବା ବେଳେ ରଣା ସାପ…

ଜଣାପଡିଲା କିଏ କରିଥିଲେ NEET-UG ପ୍ରଶ୍ନପତ୍ର ଲିକ୍‌: CBI କଲା ବଡ଼ ଖୁଲାସା, ଦେଶରେ ଚହଳ

ନୂଆଦିଲ୍ଲୀ, ୭।୮: NEET-UG ପ୍ରଶ୍ନପତ୍ର ଲିକ୍‌ ମାମଲାରେ CBIର ଚାର୍ଜସିଟ ପରୀକ୍ଷା ବ୍ୟବସ୍ଥାର ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରଶ୍ନପତ୍ର କୌଣସି…

ପ୍ରବଳ ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୧୨ ଜିଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୭।୮: ଆସନ୍ତା ୩ ଘଣ୍ଟା ପାଇଁ ଓଡ଼ିଶାର ୧୨ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୨ ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି…

୨୨.୧୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ PACS ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ପ୍ରାଥମିକ କୃଷି ସମବାୟ ସମିତି (PACS)ଗୁଡ଼ିକରେ ଆର୍ଥିକ ଅନିୟମିତତା ବିରୋଧରେ ବଡ଼ ଧରଣର ପଦକ୍ଷେପ ନେଇଛି ଓଡ଼ିଶା ଭିଜିଲାନ୍ସ । ବଲାଙ୍ଗୀର ଜିଲା…

ଓ୍ବାଇ.ବି. ଖୁରାନିଆଙ୍କ ପରେ କିଏ ହେବେ ପୋଲିସ ମୁଖିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୭।୮(ତ୍ରିନାଥ ମହାନ୍ତି):ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri