Posted inଖେଳ

କେବେ ଚାହୁଁ ନ ଥିବା ରେକର୍ଡ କଲେ ବୁମ୍‌ରା

ଓଭାଲ,୩।୯: କ୍ରିକେଟ ଦୁନିଆରେ, ଅନେକ ଥର ନ ଚାହିଁ ମଧ୍ୟ ଖେଳାଳିମାନେ ଏମିତି କିଛି କାର୍ଯ୍ୟ କରନ୍ତି, ଯାହା ଫଳରେ ସେମାନେ ରେକର୍ଡ ବୁକ୍‌ରେ ସ୍ଥାନ ପାଇଥାନ୍ତି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଜସପ୍ରୀତ ବୁମ୍‌ରାଙ୍କ ସହ ସମାନ ଘଟଣା ଘଟିଛି। ବୁମରା ମ୍ୟାଚର ପ୍ରଥମ ଦିନରେ ୧୦ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଖାତା ଖୋଲି ନ ପାରି ଆଉଟ୍‌ ହୋଇଥିଲେ। ଚଳିତ ବର୍ଷ ସପ୍ତମ ଥର ପାଇଁ ବୁମ୍‌ରା ଶୂନ ସ୍କୋରରେ ପାଭିଲିୟନକୁ ଫେରିଛନ୍ତି। ଏହା ସହ ସେ ଏକ ବର୍ଷ ମଧ୍ୟରେ ସର୍ବାଧିକ ସଂଖ୍ୟକ ‘ଶୂନ’ରେ ଆଉଟ୍‌ ହୋଇଛନ୍ତି। ଏହି କ୍ଷେତ୍ରରେ ସେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିଶନ ସିଂ ବେଦୀଙ୍କ ସହ ସମକକ୍ଷ ହୋଇଛନ୍ତି। ଏହା ହେଉଛି ଜସପ୍ରୀତ ବୁମ୍‌ରାଙ୍କ ୨୪ ତମ ଟେଷ୍ଟ ମ୍ୟାଚ। ଏହି ଟେଷ୍ଟରେ ବୁମରା ୧୪ ଥର ଶୂନରେ ଆଉଟ୍‌ ହୋଇଛନ୍ତି। କୌତୁହଳର ବିଷୟ ହେଉଛି, ୧୪ ଥର ମଧ୍ୟରୁ ୭ ଥର ସେ ୨୦୨୧ରେ ଶୂନରେ ଆଉଟ୍‌ ହୋଇଛନ୍ତି। ଚଳିତ ବର୍ଷ ବୁମରା ପରେ ଇଂଲଣ୍ଡର ରୋରୀ ବର୍ନସଙ୍କୁ ଅଧିକାଂଶ ଥର ଆଉଟ୍‌ କରାଯାଇଛି। ୨୦୨୧ ରେ ଓପନର୍‌ ବର୍ନସ ଏକ ଖାତା ନ ଖୋଲି ୫ ଥର ଆଉଟ ହୋଇଛନ୍ତି । ୱେଷ୍ଟଇଣ୍ଡିଜର ମର୍ଭିନ ଡିଲନ ଗୋଟିଏ ବର୍ଷରେ ସର୍ବାଧିକ ସଂଖ୍ୟକ ଶୂନରେ ଆଉଟ୍‌ ହେବାର ବିଶ୍ୱ ରେକର୍ଡ କରିଥିଲେ। ୨୦୦୨ରେ ୧୧ଟି ଟେଷ୍ଟରେ ସେ ୧୦ଥର ଆକାଉଣ୍ଟ ଖୋଲିପାରି ନଥିଲେ। ଶୂନରେ ଆଉଟ୍‌ ହେବା ତାଲିକାରେ ବୁମରା, ବିଶନ ସିଂ ବେଦୀଙ୍କ ସମେତ ୮ ଖେଳାଳି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଥିମଧ୍ୟରେ ମିଚେଲ ଜନସନ, କର୍ଟନି ୱାଲଶ, ଜେରୋମ ଟେଲର, ନୁଆନ ପ୍ରଦୀପ, ଭେନ କ୍ଲାର୍କ ଏବଂ ଆଲାନ ହର୍ଷ୍ଟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?