Posted inଖେଳ

କେବେ ଚାହୁଁ ନ ଥିବା ରେକର୍ଡ କଲେ ବୁମ୍‌ରା

ଓଭାଲ,୩।୯: କ୍ରିକେଟ ଦୁନିଆରେ, ଅନେକ ଥର ନ ଚାହିଁ ମଧ୍ୟ ଖେଳାଳିମାନେ ଏମିତି କିଛି କାର୍ଯ୍ୟ କରନ୍ତି, ଯାହା ଫଳରେ ସେମାନେ ରେକର୍ଡ ବୁକ୍‌ରେ ସ୍ଥାନ ପାଇଥାନ୍ତି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଜସପ୍ରୀତ ବୁମ୍‌ରାଙ୍କ ସହ ସମାନ ଘଟଣା ଘଟିଛି। ବୁମରା ମ୍ୟାଚର ପ୍ରଥମ ଦିନରେ ୧୦ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଖାତା ଖୋଲି ନ ପାରି ଆଉଟ୍‌ ହୋଇଥିଲେ। ଚଳିତ ବର୍ଷ ସପ୍ତମ ଥର ପାଇଁ ବୁମ୍‌ରା ଶୂନ ସ୍କୋରରେ ପାଭିଲିୟନକୁ ଫେରିଛନ୍ତି। ଏହା ସହ ସେ ଏକ ବର୍ଷ ମଧ୍ୟରେ ସର୍ବାଧିକ ସଂଖ୍ୟକ ‘ଶୂନ’ରେ ଆଉଟ୍‌ ହୋଇଛନ୍ତି। ଏହି କ୍ଷେତ୍ରରେ ସେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିଶନ ସିଂ ବେଦୀଙ୍କ ସହ ସମକକ୍ଷ ହୋଇଛନ୍ତି। ଏହା ହେଉଛି ଜସପ୍ରୀତ ବୁମ୍‌ରାଙ୍କ ୨୪ ତମ ଟେଷ୍ଟ ମ୍ୟାଚ। ଏହି ଟେଷ୍ଟରେ ବୁମରା ୧୪ ଥର ଶୂନରେ ଆଉଟ୍‌ ହୋଇଛନ୍ତି। କୌତୁହଳର ବିଷୟ ହେଉଛି, ୧୪ ଥର ମଧ୍ୟରୁ ୭ ଥର ସେ ୨୦୨୧ରେ ଶୂନରେ ଆଉଟ୍‌ ହୋଇଛନ୍ତି। ଚଳିତ ବର୍ଷ ବୁମରା ପରେ ଇଂଲଣ୍ଡର ରୋରୀ ବର୍ନସଙ୍କୁ ଅଧିକାଂଶ ଥର ଆଉଟ୍‌ କରାଯାଇଛି। ୨୦୨୧ ରେ ଓପନର୍‌ ବର୍ନସ ଏକ ଖାତା ନ ଖୋଲି ୫ ଥର ଆଉଟ ହୋଇଛନ୍ତି । ୱେଷ୍ଟଇଣ୍ଡିଜର ମର୍ଭିନ ଡିଲନ ଗୋଟିଏ ବର୍ଷରେ ସର୍ବାଧିକ ସଂଖ୍ୟକ ଶୂନରେ ଆଉଟ୍‌ ହେବାର ବିଶ୍ୱ ରେକର୍ଡ କରିଥିଲେ। ୨୦୦୨ରେ ୧୧ଟି ଟେଷ୍ଟରେ ସେ ୧୦ଥର ଆକାଉଣ୍ଟ ଖୋଲିପାରି ନଥିଲେ। ଶୂନରେ ଆଉଟ୍‌ ହେବା ତାଲିକାରେ ବୁମରା, ବିଶନ ସିଂ ବେଦୀଙ୍କ ସମେତ ୮ ଖେଳାଳି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଥିମଧ୍ୟରେ ମିଚେଲ ଜନସନ, କର୍ଟନି ୱାଲଶ, ଜେରୋମ ଟେଲର, ନୁଆନ ପ୍ରଦୀପ, ଭେନ କ୍ଲାର୍କ ଏବଂ ଆଲାନ ହର୍ଷ୍ଟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଣ୍ଡିତ ହେଲେ ପନ୍ତ

ନବି ମୁମ୍ବାଇ,୮।୪: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷ ମ୍ୟାଚ୍‌ରେ ଧିମା ବୋଲିଂ ହାର ପାଇଁ ଦଣ୍ଡିତ କରାଯାଇଛି। ତାଙ୍କ...

ବାରବାଟୀ ନିର୍ଣ୍ଣାୟକ ଲଢ଼େଇ: ଭୁବନେଶ୍ୱରରେ ଟିମ୍‌ ଇଣ୍ଡିଆ, ଓ୍ବେଷ୍ଟଇଣ୍ଡିଜ

ଭୁବନେଶ୍ୱର, ୧୯।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ମଧ୍ୟରେ ଦିନିକିଆ ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ରବିବାର କଟକର ଐତିହାସିକ...

‘ଭାରତକୁ ହେୟଜ୍ଞାନର ଫଳ’

ବ୍ରିସ୍‌ବେନ୍‌, ୨୦ା୧ (ପି.ଟି.)- ଅନଭିଜ୍ଞ ତଥା ଇଞ୍ଜୁରିଗ୍ରସ୍ତ ଭାରତଠାରୁ ତାଙ୍କ ଦଳର ପରାଜୟ ଅଷ୍ଟ୍ରେଲିଆ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗରଙ୍କୁ ଖୁବ୍‌ ବାଧିଛି।...

ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଲାଗି ଦୂତୀଙ୍କ ନାମ ସୁପାରିସ୍‌

ଭୁବନେଶ୍ୱର,୨୯।୬: ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ମହିଳା ଧାବକ ଦୂତୀ ଚାନ୍ଦଙ୍କ ନାମ ରାଜ୍ୟ ସରକାର ସୁପାରିସ କରିଛନ୍ତି।...

କୋଭିଡ-୧୯ ସଂକ୍ରମଣ: ପାକ୍‌ ସ୍କ୍ବାଶ୍‌ ଲିଜେଣ୍ଡ ଆଜମ ଖାନ୍‌ ମୃତ

କରାଚୀ, ୩୦।୩(ପି.ଟି.):ପାକିସ୍ତାନର କିମ୍ବଦନ୍ତୀ ସ୍କ୍ବାଶ୍‌ ଖେଳାଳି ଆଜମ ଖାନ୍‌ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଲଣ୍ଡନ୍‌ରେ ତାଙ୍କର ଦେହାନ୍ତ ହୋଇଛି। ଏ ନେଇ ତାଙ୍କ...

ଆର୍ଚରଙ୍କୁ କ୍ଷମାପ୍ରାର୍ଥନା କଲା ନ୍ୟୁଜିଲାଣ୍ଡ କ୍ରିକେଟ

ଓ୍ବେଲିଂଟନ,୨୫।୧୧(ପି.ଟି.)- ଏଠାରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କୁ ସହ ଜଣେ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ...

ଟେନିସରୁ ଓଜନିଆକିଙ୍କ ଅବସର

ମେଲବୋର୍ନ,୨୪।୧(ଏଏଫ୍‌ପି)- କାରୋଲିନା ଓଜନିଆକିଙ୍କ ଉଜ୍ଜ୍ୱଳମୟ ଟେନିସ କ୍ୟାରିୟର ଅଷ୍ଟ୍ରେଲିଆନ ଓପନରେ ଶେଷ ହୋଇଛି। ଶୁକ୍ରବାର ନିମ୍ନ ର଼୍ୟାଙ୍କଧାରୀ ଟୁନିସିଆ ଖେଳାଳି ଓନ୍ସ ଜାବେଙ୍କଠାରୁ ୭-୫, ୩-୬,...

ଦାଦାଙ୍କୁ ଅମୂଲ ପରିବାରର ଶୁଭେଚ୍ଛା

ନୂଆଦିଲ୍ଲୀ,୧୭।୧୦- ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ହେବା ପରେ ପ୍ରଶଂସକ ଓ ସାଥୀ କ୍ରିକେଟରମାନେ...

Advertisement
Archives

Model This Week