Advertisement
Posted inଜାତୀୟ

ଶଗଡ଼ ଦୌଡ଼କୁ ଅନୁମତି…

ନୂଆଦିଲ୍ଲୀ, ୧୬।୧୨: ସୁପ୍ରିମ୍‌କୋର୍ଟ ଗୁରୁବାର ମହାରାଷ୍ଟ୍ରରେ ଶଗଡ଼ ଦୌଡ଼କୁ ଅନୁମତି ଦେଇଛନ୍ତି। ଏହାକୁ ପ୍ରାଣୀ କ୍ରୁରତା ନିବାରଣ ଅଧିନିୟମ ଅନ୍ତର୍ଗତ ବନ୍ଦ କରାଯାଇଥିଲା। ବିଚରାରପତି ଏ.ଏମ୍‌.ଖାନଓ୍ବିଲକର ଏବଂ ସି.ଟି. କୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୨୦୧୮ରେ ବମ୍ବେ ହାଇକୋର୍ଟ ପକ୍ଷରୁ ପ୍ରଦାନ କରାଯାଇଥିବା ରାୟକୁ ପ୍ରତ୍ୟାଖାନ କରିଛନ୍ତି।

ବମ୍ବେ ହାଇକୋର୍ଟ ପକ୍ଷରୁ ଶଗଡ଼ ଦୌଡ଼ ଉପରେ ରୋକ ଲଗାଯାଇଥିଲା। ତେବେ ବମ୍ବେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ଏକ ପିଟିଶନ୍‌ ଦାଖଲ କରାଯାଇଥିଲା।

ହାଇକୋର୍ଟ ପ୍ରାଣୀ କଲ୍ୟାଣ ବୋର୍ଡ ବନାମ ଏ.ନାଗରାଜ ମାମଲାର ବିଚାର କରି ଖଣ୍ଡପୀଠ ପକ୍ଷରୁ ଏଭଳି କୁହାଯାଇଛି। ପୂର୍ବରୁ ତାମିଲନାଡୁ ଏବଂ କର୍ନାଟକରେ ଜଲିକଟ୍ଟୁ ଏବଂ ବଳଦ ଦୌଡ଼କୁ ସଂଶୋଧିତ ପିସିଏ ଅଧିନିୟମ ଅନ୍ତର୍ଗତ ଅନୁମତି ପ୍ରଦାନ କରାଯାଇ ସାରିଛି। ପୂର୍ବରୁ ପ୍ରାଣୀ କ୍ରୁରତା ଅଧିନିୟମ ଅର୍ନ୍ତଗତ ଏହାକୁ ଅପରାଧ ଭାବେ ବିବେଚନା କରାଯାଉଥିଲା।

ବିଚାରପତି ଖାନଓ୍ବିଲକର କହିଛନ୍ତି ଯେ, ଏକ ଦେଶ ଦୌଡ଼, ଆମକୁ ଏକ ରୂପାୟନ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ତେଣୁ ଦେଶ ବ୍ୟାପୀ ଏକ ନିୟମ ହେବା ଆବଶ୍ୟକ। ଯଦି ଅନ୍ୟ ରାଜ୍ୟରେ ଦୌଡ଼ ହେଉଛି, ତେବେ ଅନ୍ୟ ରାଜ୍ୟରେ କାହିଁକି ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସୁପ୍ରିମ୍‌କୋର୍ଟରେ ମାନିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୪।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ନୂଆ କରୋନା ଆକ୍ରାନ୍ତଙ୍କ...

ଯୋଗୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କଲେ ଅଖିଳେଶ

ଲକ୍ଷ୍ନୌ,୮।୨: ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ୨୪ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏଥିରେ ଗୋରଖପୁର (ସହରାଞ୍ଚଳ) ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ଭାଜପା ଉପସଭାପତି...

ପିଲାଙ୍କ ସାଧୁତା ପରୀକ୍ଷା ପାଇଁ ଏହି ସ୍କୁଲରେ ନିଆଯାଉଛି ଅଜବ ଟେଷ୍ଟ

ଚେନ୍ନାଇ,୫।୧୧:ସ୍କୁଲରେ ପିଲାମାନଙ୍କ ବିଭିନ୍ନ ପାଠବିଷୟରେ ଶିକ୍ଷା ପ୍ରଦାନ କରାଯାଏ। କିନ୍ତୁ ତାମିଲନାଡୁର ଏକ ସ୍କୁଲରେ ପିଲାମାନଙ୍କୁ ନୈତିକ ମୂଲ୍ୟବୋଧତା ଉପରେ ଶିକ୍ଷା ଦିଆଯିବା ସହ ସେମାନଙ୍କ...

କରୋନା ନେଲା ଲୋକପ୍ରିୟ ନ୍ୟୁଜ୍‌ ଆଙ୍କରଙ୍କ ଜୀବନ

ନୂଆଦିଲ୍ଲୀ,୩୦।୪: ପ୍ରସିଦ୍ଧ ନ୍ୟୁଜ ଆଙ୍କର୍‌ ରୋହିତ ସରଦାନାଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୀର୍ଘ ଦିନ ହେବ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା...

ରାମ ବିଳାସ ପାଶୱାନଙ୍କର ହେଲା ହାର୍ଟ ସର୍ଜରୀ

ନୂଆଦିଲ୍ଲୀ/ପାଟନା,୪ ।୧୦: ଗତ କିଛିଦିନ ହେବ ଅସୁସ୍ଥ ଥିବା କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାୱାନଙ୍କର ଶନିବାର ବିଳମ୍ବିତ ରାତ୍ରିରେ ହାର୍ଟ ସର୍ଜରୀ କରାଯାଇଛି । ରାମ...

ତଳମୁହାଁ ଅର୍ଥନୀତି, ଘରମୁହାଁ ପ୍ରବାସୀ

ନୂଆଦିଲ୍ଲୀ/ମୁମ୍ବାଇ,୧୨ା୪: କରୋନା ଭୂତାଣୁର ଦ୍ୱିତୀୟ ଲହର ପ୍ରଥମଠାରୁ ଆହୁରି ଘାତକ ହେବ ବୋଲି ଆଶଙ୍କା କରାଯାଉଥିବାବେଳେ ଭାରତର ଟିକାକରଣ ହାର ଅନ୍ତର୍ଜାତୀୟ ସ୍ତରରେ ପଛରେ ପଡ଼ିଯାଇଛି।...

ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଖବର: ଯୋଗୀ ସରକାର ଯୋଗାଇ ଦେବେ ବାସଗୃହ-ଦୋକାନ

ଲକ୍ଷ୍ନୌ,୨୬।୫: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ସୃଷ୍ଟି ହୋଇଛିି। ସେହିପରି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଧୀରେଧୀରେ ଉତ୍କଟ ହେବାରେ ଳାଗିଛି। ତେବେ ଉତ୍ତରପ୍ରଦେଶ ସରକାର...

‘କିଷାନ ଯାତ୍ରା’ ଆରମ୍ଭ ପୂର୍ବରୁ ଅଖିଳେଶ ଅଟକ

ଲକ୍ଷ୍ନୌ,୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଉତ୍ତରପ୍ରଦେଶ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। ସମାଜବାଦୀ ପାର୍ଟି ପକ୍ଷରୁ ସ୍ଥିତିରୁ ଫାଇଦା ଉଠାଇବାର ଉଦ୍ୟମ ଆରମ୍ଭ...

Advertisement
Archives

Model This Week