Posted inଜାତୀୟ

ବୁଲେଟ ଟ୍ରେନ୍‌ ପ୍ରକଳ୍ପ: ବିଳମ୍ବ ହେବ ୫ ବର୍ଷ

ଅହମଦାବାଦ , ୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଆକାଂକ୍ଷିତ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ଏବେ ବିଳମ୍ବରେ ଶେଷ ହେବ। କରୋନା ମହାମାରୀ ସଙ୍କଟ ଯୋଗୁ ଜମି ଅଧିଗ୍ରହଣରେ ସମସ୍ୟା ଏବଂ ଟେଣ୍ଡର ରଦ୍ଦ ଯୋଗୁ ସୃଷ୍ଟି ହୋଇଥିବା ଅସୁବିଧା ଲାଗି ଏହା ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟରେ ଶେଷ ହୋଇପାରିବ ନାହିଁ ବୋଲି କୁହାଯାଉଛି। ଅହମଦାବାଦରୁ ମୁମ୍ବାଇ ମଧ୍ୟରେ ଦେଶର ପ୍ରଥମ ବୁଲେଟ ଟ୍ରେନ୍‌ ଚଳାଚଳ କରିବାର ଯୋଜନା ରହିଛି। ୨୦୨୩ରେ ଏହି ପ୍ରକଳ୍ପ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଏବେ ଏହା ୨୦୨୮ରେ ଶେଷ ହେବାର ସମ୍ଭାବନା ରହିଛି। ସେହିପରି ଜାପାନର କେତେକ କମ୍ପାନୀ ବୁଲେଟ ଟ୍ରେନ୍‌ ପ୍ରକଳ୍ପରେ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ମଧ୍ୟ ବାଧା ସୃଷ୍ଟି ହୋଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ୫୦୮ କିମି ରେଳପଥ ମଧ୍ୟରୁ ମାଟି ତଳେ ସୁଡ଼ଙ୍ଗରେ ୨୧ କିମିର ରେଳଲାଇନ ବିଛାଯିବ। ସେଥିମଧ୍ୟରେ ମୁମ୍ବାଇର ସମୁଦ୍ର ତଳେ ୭ କିମିର ସୁଡ଼ଙ୍ଗ ପଥ ବି ରହିଛି। ସୁଡ଼ଙ୍ଗରେ ରେଳଲାଇନ ବିଛାଯିବା ପାଇଁ ୬୦ ମାସ ସମୟ ଲାଗିବ ବୋଲି କୁହାଯାଉଛି। ମହାରାଷ୍ଟ୍ରରେ ଏହି ପରିଯୋଜନା ପାଇଁ ୪୩୦ ହେକ୍ଟର ଜମି ଆବଶ୍ୟକ। ସେଥିମଧ୍ୟରୁ ସରକାର ୧୦୦ ହେକ୍ଟର ଜମି ଅଧିଗ୍ରହଣ କରି ସାରିଛନ୍ତି। ସେହିପରି ଗୁଜରାଟରେ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି। ବର୍ଷ ଶେଷ ସୁଦ୍ଧା ୧୦୦୦ ହେକ୍ଟର ଜମି ଅଧିଗ୍ରହଣ ଶେଷ ହେବାର ଆଶା ରହିଛି। ବର୍ତ୍ତମାନ ସୁଦ୍ଧା ଗୁଜରାଟ ସରକାର ୩୪୫ କିମି ରେଳପଥ ପାଇଁ ଜମି ଅଧିଗ୍ରହଣ କରି ସାରିଛନ୍ତି। ଏହି ପ୍ରକଳ୍ପ ପାଇଁ ଜାପାନର ଜାପାନ ଇଣ୍ଟରନ୍ୟାଶନାଲ୍‌ କୋପରେଶନ୍‌ ଏଜେନ୍ସି(ଜାଇକା) ପକ୍ଷରୁ ମୋଟ ୧ ଲକ୍ଷ କୋଟି ବ୍ୟୟ ଅଟକଳର ୮୦ ପ୍ରତିଶତ ଟଙ୍କାର ଋଣ ୦.୧ ପ୍ରତିଶତ ସୁଧହାରରେ ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri