Posted inଜାତୀୟ

ଶାହାଙ୍କ ଘରେ ବୁଲ୍‌ଡୋଜର ଚଢ଼ାଅ:ଏଏପି

ନୂଆଦିଲ୍ଲୀ,୨୧ା୪: ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ସତ୍ତ୍ୱେ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍‌ଡିଏମ୍‌ସି) ପକ୍ଷରୁ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବୁଲ୍‌ଡୋର ରାଜନୀତିକୁ ସମାଲୋଚନା କରିଛି। ବୁଲ୍‌ଡୋଜର ଚଢ଼ାଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଘର ଓ ଭାଜପା ମୁଖ୍ୟାଳୟକୁ ମାଟିରେ ମିଶାଇଲେ ଦେଶକୁ ଚିରଦିନ ପାଇଁ ସାମ୍ପ୍ରଦାୟିକ ହିଂସାରୁ ମୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦଳ କହିଛି।
ଏଏପି ପକ୍ଷରୁ କୁହାଯାଇଛି ଯେ, ହନୁମାନ ଜୟନ୍ତୀରେ ଭାଜପା ପକ୍ଷରୁ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା। ଜାହାଙ୍ଗୀରପୁରୀ ହିଂସା ଏହାର ପରିଣାମ। ରାମ ନବମୀରେ ଦେଶର ବିଭିନ୍ନ ଭାଗରେ ଏପରି ହିଂସା ଦେଖିବାକୁ ମିଳିଛି। ସାମ୍ପ୍ରଦାୟିକ ହିଂସା ଓ ଦଙ୍ଗା ଉସୁକାଇବା ଉଦ୍ଦେଶ୍ୟରେ ଭାଜପା ବିଗତ ୮ ବର୍ଷରେ ଦେଶରେ ବେଆଇନ ଭାବେ ରହୁଥିବା ରୋହିଙ୍ଗ୍ୟା ଓ ବାଂଲାଦେଶୀଙ୍କୁ ପାଇଛି। ଅନୁରୂପ ଭାବେ ଭାଜପା ନେତା ଓ ଗୈରିକ ଦଳ ଶାସନାଧୀନ ଦିଲ୍ଲୀ ମହାନଗର ନିଗମଗୁଡ଼ିକର ଅଧିକାରୀମାନେ ଜାତୀୟ ରାଜଧାନୀରେ ୧୫ ବର୍ଷ ହେଲା ରୋହିଙ୍ଗ୍ୟା ଏବଂ ବାଂଲାଦେଶୀଙ୍କୁ ଥଇଥାନ କରିଛନ୍ତି। ସେହି ନେତାମାନଙ୍କ ଘର ମଧ୍ୟ ବୁଲ୍‌ଡୋଜର ଲଗାଇ ଭଙ୍ଗାଯାଉ ବୋଲି ଏଏପି ନେତା ଆତିଶି ଏକ ଭିଡିଓ ମେସେଜ୍‌ରେ ଦାବି କରିଛନ୍ତି।
ଯାହାଙ୍କ ଇତିହାସ ଦୁର୍ନୀତି ଓ ଦଙ୍ଗାକୁ ନେଇ ଲେଖାଯାଇଛି, ସେମାନେ କିପରି ଏଭଳି ମନ୍ତବ୍ୟ ଦେଇପାରୁଛନ୍ତି। ସେମାନେ ଘୃଣାର ମଞ୍ଜି ବୁଣି ଦେଶର ହିତ ସାଧନ କରୁନାହାନ୍ତି, ବରଂ ଛବିକୁ ଖରାପ କରୁଛନ୍ତି ବୋଲି ରାହୁଲଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସମାଲୋଚନା କରିଛନ୍ତି।

ବୁଲ୍‌ଡୋଜର ଆଗରେ ବ୍ରିନ୍ଦା

ସିପିଆଇଏମ୍‌ ପଲିଟ୍‌ବ୍ୟୁରୋ ସଦସ୍ୟା ବ୍ରିନ୍ଦା କରାଟ୍‌ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ଧରି ବ୍ୟକ୍ତିଗତ ଭାବେ ଉଚ୍ଛେଦସ୍ଥଳକୁ ଯାଇଥିଲେ। ଉଚ୍ଛେଦ ବେଳେ ସେ ବୁଲ୍‌ଡୋଜର ଆଗରେ ଛିଡ଼ାହୋଇ ବାଧା ଦେଇଥିଲେ। ତାଙ୍କର ଏହି ସାହସିକ ପଦକ୍ଷେପକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଛି। ଦେଶର ଆଇନ ଓ ସମ୍ବିଧାନକୁ ବେଆଇନ ଭାବେ ଉଚ୍ଛେଦ କରାଯାଇଛି। ଅନ୍ତତଃ ସୁପ୍ରିମକୋର୍ଟ ଏବଂ ଅଦାଲତଙ୍କ ରାୟକୁ ବୁଲ୍‌ଡୋଜ୍‌ କରିବା ଅନୁଚିତ ବୋଲି ବ୍ରିନ୍ଦା ଖବରଦାତାଙ୍କୁ କହିଥିଲେ।

ସାମ୍ବିଧାନିକ ମୂଲ୍ୟବୋଧ ବିଧ୍ୱସ୍ତ: ରାହୁଲ

ସ୍ଥିତାବସ୍ଥା ବଜାୟ ପାଇଁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜାହାଙ୍ଗୀରପୁରୀରେ ଉଚ୍ଛେଦ ଅଭିଯାନ ଚାଲିଥିଲା। ଏହା ଭାଜପା ଦ୍ୱାରା ସାମ୍ବିଧାନିକ ମୂଲ୍ୟବୋଧର ମୂଳପୋଛ। ଏହା ହେଉଛି ଗରିବ ଓ ସଂଖ୍ୟାଲଘୁଙ୍କ ଉପରେ ସରକାର ପ୍ରାୟୋଜିତ ଆକ୍ରମଣ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟରରେ ସମାଲୋଚନା କରିଛନ୍ତି। ଏଥିସହ ସେ ଭାରତୀୟ ସମ୍ବିଧାନ ମୁଖବନ୍ଧକୁ ଏକ ବୁଲ୍‌ଡୋଜର ଟାର୍ଗେଟ କରୁଥିବା ଫଟୋକୁ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୃଣାର ବୁଲ୍‌ଡୋଜରକୁ ସୁଇଚ୍‌ ଅଫ୍‌ କରି କେଇଲା ସଙ୍କଟ ସମୟରେ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା କରନ୍ତୁ ବୋଲି ରାହୁଲ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?