ଜଗରିଜୋର-ଭୋପାଳ ମୁଖ୍ୟ ରାସ୍ତାରେ ମଇଁଷି ଗୋଠ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜଗରିଜୋରଠାରୁ ଭୋପାଳ ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତାର ପାଣିଖିଆ ସାନ୍ତାଳପଡ଼ା ଗ୍ରାମ ସନ୍ନିକଟରେ ବହୁ ମଇଁଷି ଗୋଠ କରି ବନ୍ଧାଯାଉଛି। ଫଳରେ ଏହି ମୁଖ୍ୟ ରାସ୍ତାରେ ଆମ୍ବୁଲାନ୍ସ, ଦମକଳ ଗାଡ଼ି, ସାମୁଦ୍ରିକ ଥାନା, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ କାର୍ଯ୍ୟାଳୟକୁ ଯାତାୟାତ ପାଇଁ ବିଭିନ୍ନ ସମୟରେ ସମସ୍ୟା ଉପୁଜୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଅନେକ ସମୟରେ ବିଭିନ୍ନ ଗାଡ଼ି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅପରପକ୍ଷରେ ସ୍ଥାନୀୟ ନାଞ୍ଜୁରା ଗ୍ରାମର କେତେଜଣ ମଇଁଷି ପାଳକଙ୍କର ସ୍ଥାନ ଅଭାବରୁ ଏହି ମୁଖ୍ୟ ରାସ୍ତାରେ ସୁରକ୍ଷିତ ମଣି ଗୋଠ କରି ବାନ୍ଧୁଥିବା ଦେଖିବାକୁ ମିଳୁଛି। କାରଣ ସରକାରୀ ଜମି ଗୋଚର, ଅନାବାଦୀ, ପତିତ, ଜଙ୍ଗଲ ଜମି ଜବରଦଖଲ କରାଯିବା ସହ ଚାଷ ଜମି ଘରବାଡ଼ି କରି ଦଖଲ ହୋଇଥିବାରୁ ଚାରଣ ଭୂମି ଅଭାବ ଦେଖାଦେଇଛି। ଫଳରେ ମଇଁଷି ପାଳକମାନେ ଉଚ୍ଚ ସ୍ଥାନ ମଣି ଏହି ମୁଖ୍ୟ ରାସ୍ତାକୁ ନିଜ ଅକ୍ତିଆର କରିଥିବା କୁହାଯାଉଛି। ସେହିପରି ଗୋଗୁଆ ରାଜସ୍ବ ସର୍କଲ ଅଞ୍ଚଳରେ ପ୍ରଭାବଶାଳୀ ବ୍ୟକ୍ତିମାନେ ବିପୁଳ ପରିମାଣରେ ସରକାରୀ ଜମି ଜବରଦଖଲ କରିଥିବା କୁହାଯାଉଛି। ତୁରନ୍ତ ଏହି ମୁଖ୍ୟ ରାସ୍ତାରୁ ମଇଁଷି ଗୋଠ ହଟାଇବା ପାଇଁ ସ୍ଥାନୀୟ ପାଣିଖିଆ ଆଦିବାସୀ ଅଧ୍ୟୁଷିତ ସାନ୍ତାଳ ପଡ଼ାର ସୁନାକର ମାରାଣ୍ଡି, ଲବ ମାରାଣ୍ଡି, କୁସୁ ମାରାଣ୍ଡି, ଶଙ୍କର ମାରାଣ୍ଡି, ଚରଣ ଟୁଡୁ, ବାବୁଲି ଟୁଡୁ, ଚୈତନ୍ୟ କିସ୍କୁ, ସୁରେଶ ସୋରେନ ଓ ଗୁରୁଭା ହାଁସଦା ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ ସଞ୍ଜୟ କୁମାର ମଲିକଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ଏହି ମୁଖ୍ୟ ରାସ୍ତାରେ ମଇଁଷି ଗୋଠ ହଟାଇ ମୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମାତୃ-ଶିଶୁ ବିଭାଗର ଲିଫ୍ଟ ଅଚଳ, ଆସୁନି ପାଣି

ପଦ୍ମପୁର,୨୯ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡର ଏକମାତ୍ର ଭରସାଯୋଗ୍ୟ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣାଗ୍ରସ୍ତ କିମ୍ବା ଗୁରୁତର ରୋଗୀଙ୍କୁ…

ବାଣପୁରରେ ଭିଡ଼ ହିଂସା: ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ୨ ଗିରଫ, ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା, ୩୦।୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ବାଲିଅନ୍ତା ଓ ରାୟଗଡ଼ାର ଇନ୍ଦିରାଗୁଡ଼ା ପରେ ଏବେ ବାଣପୁରରେ ଭିଡ଼ ହିଂସାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।…

ହୃଦୟବିଦାରକ ଦୃଶ୍ୟ! ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ଗର୍ଭବତୀଙ୍କ ମୃତଦେହ, ଶିଶୁ ବି..

ଗୁଡ଼ାରୀ,୩୦।୬(ପ୍ରମୋଦ କୁମାର ପତି ): ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତର ପେଟାଖାଲ ଗ୍ରାମରୁ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଗର୍ଭବତୀ ସେବତୀ ନାରେଙ୍ଗାକାଙ୍କ ମୃତ୍ୟୁ ହେବା…

ଲୋମହର୍ଷଣକାରୀ ହତ୍ୟା, ଲୁଟ୍ ଘଟଣା: ହତ୍ୟାକାରୀଙ୍କ ଗାଡି ଦୁର୍ଘଟଣା, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ…

ସୁନ୍ଦରଗଡ଼, ୩୦।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାରେ ଘଟିଥିବା ଏକ ଲୋମହର୍ଷଣକାରୀ ହତ୍ୟା ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏନେଇ ମଙ୍ଗଳବାର ସୁନ୍ଦରଗଡ଼…

ଡ୍ୟାମରେ ବୁଡ଼ି ଚାଲିଗଲା ମହିଳାଙ୍କ ଜୀବନ, ବେସାହାରା ଛୁଆଙ୍କୁ ସରକାରୀ ସହାୟତା ଦାବି

ମୋହନା,୩୦।୬(ମନ୍ମଥ ମିଶ୍ର): ଡ୍ୟାମରେ ଗାଧୋଇବା ବେଳେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ…

ସ୍ନାନଯାତ୍ରା ପରେ ଜ୍ୱରରେ ପୀଡି଼ତ ମହାପ୍ରଭୁ; ଅଲାନାଥରେ ଚାଲିଛି ଦର୍ଶନ, ଜମୁଛି ଭକ୍ତଙ୍କ ଭିଡ଼

ପୁରୀ,୩୦।୬: ଆଜିଠୁ ବ୍ରହ୍ମଗିରି ପାଲଟିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ।ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ଅଛନ୍ତି କାଳିଆ ଠାକୁର ।…

ଜାତୀୟ ରାଜପଥରୁ ମିଳିଲା ଅଚିହ୍ନା ମୃତଶରୀର: ବଢୁଛି ସନ୍ଦେହ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ଅମାଠ ଛକଠାରେ ରାସ୍ତା ଉପରେ ଏକ ଅଚିହ୍ନା ମୃତଶରୀର ମଙ୍ଗଳବାର ପଡ଼ିଥିବାର…

ହୁମ୍ମା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ସାଇକେଲରେ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ…

ଗଞ୍ଜାମ,୩୦।୬(ଅନାଥ ତରାଇ): ହୁମ୍ମା ଓଭରବ୍ରିଜ୍ ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri